ୱେବ ମିଡ଼ିଆ ସଂଘର ବାର୍ଷିକ ଉତ୍ସବରେ ୨୬ ୟୁନିଟ ରକ୍ତ ସଂଗୃହିତ...

ୱେବ ମିଡ଼ିଆ ସଂଘର ବାର୍ଷିକ ଉତ୍ସବରେ ୨୬ ୟୁନିଟ ରକ୍ତ ସଂଗୃହିତ...


ବରଗଡ଼,୨୮/୦୭ :-  ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଂଘର ପଞ୍ଚମ ବାର୍ଷିକ ଉତ୍ସବ ପାଳନ ଅବସରରେ ଆଜି ବରଗଡ଼ ଯଦୁମଣି ପ୍ରଧାନ ଅଡ଼ିଟେରିୟମରେ ସଂକଳ୍ପ ପରିବାର ଓ ମିଡ଼ିଆ ସଂଘ ର ମିଳିତ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

     Ad..


ଆଜିର ଶିବିରକୁ ମୁଖ୍ୟ ଅତିଥି ଭାବରେ  ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ସରଙ୍ଗୀ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ ଓ ବିଜେପୁର ବିଧାୟକ ଶ୍ରୀ ସନତ ଗଡ଼ତିଆ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। 

      Ad..


ଆଜିର ଶିବିରରେ ଜଣେ ମହିଳା ରକ୍ତଦାତା ସମେତ ମୋଟ 26 ଜଣ ରକ୍ତଦାତା ଜୀବନ ଦାତା ସ୍ବେଛାକୃତ ଭାବରେ ରକ୍ତଦାନ କରିଥିଲେ। ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଂଘ ସଭାପତି ଶ୍ରୀ ଅସିତ ସାହୁ, ସମ୍ପାଦକ ବଳରାମ ଦୀପ ଙ୍କ ସହିତ ସଂକଳ୍ପ ପରିବାରର ସମ୍ପାଦକ ଜି. ରମେଶ..

Ad..


ଶେଷଦେବ ପ୍ରଧାନ, ସୁରେନ୍ଦ୍ର ଭୁଏ, ନୀଲେଶ ପ୍ରଧାନ, ଚିନ୍ମୟ ପାଣ୍ଡେ, ଚନ୍ଦନ ପଧାନ, ବାସୁ, ନବୀନ, ଯଶବନ୍ତି ପ୍ରମୁଖ ଶିବିର ପରିଚାଳନା କରିଥିଲେ। 

ଠିକ ସେହିପରି ବରଗଡ଼ ରକ୍ତ ଭଣ୍ଡାର କର୍ମଚାରୀ ରକ୍ତ ସଂଗ୍ରହରେ ସାହାଯ୍ୟ କରିଥିଲେ। ଶେଷରେ ସମସ୍ତ ରକ୍ତଦାତା ଓ ଉଭୟ ଅନୁଷ୍ଠାନକୁ ବରଗଡ଼ ବିଧାୟକ  ସମେତ ଉପସ୍ଥିତ ଅତିଥିଗଣ ପ୍ରଶଂସା କରିଥିଲେ।



Report : Bijay ku sahu

Edited by k.s thakur...


Post a Comment

Previous Post Next Post