ଚାଷୀ ପଞ୍ଜିକରଣ ରେ ବଂଶାବଳୀ ସମସ୍ୟା କୁ ନେଇ କୃଷକ ସଙ୍ଗଠନର ଅସନ୍ତୋଷ ଚେତାବନୀ...

ଚାଷୀ ପଞ୍ଜିକରଣ ରେ ବଂଶାବଳୀ ସମସ୍ୟା କୁ ନେଇ କୃଷକ ସଙ୍ଗଠନର ଅସନ୍ତୋଷ ଚେତାବନୀ...


ବରଗଡ଼,୨୮/୦୭ : ବରଗଡ଼ ଜିଲ୍ଲା ରେ ଧାନ ବିକ୍ରି ସମୟରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ପ୍ରତି ପ୍ରଶାସନ ଓ ଯୋଗାଣ ବିଭାଗ କୃଷକ ଙ୍କ ଅଭିଯୋଗ ପ୍ରତି ଗୁରୁତ୍ବ ଦେଉନଥିବା ରୁ ବିଭିନ୍ନ ସମୟରେ କୃଷକ ମାନେ ଆନ୍ଦୋଳନ କରୁଛନ୍ତି...

Ad..


ହେଲେ ସରକାର ଚିନ୍ତା କରୁନାହାନ୍ତି ଯେ କୃଷକ ଆନ୍ଦୋଳନ କାହିଁକି ମୁଣ୍ଡ ଟେକୁଛି। ଏଥର ମଧ୍ୟ କୃଷକ ଅସନ୍ତୋଷ ବଢିବା ଆରମ୍ଭ ହେଲାଣି। 

      Ad..


ବରଗଡ଼ ଜିଲ୍ଲା ରେ ଧାନ ବିକ୍ରି ପାଇଁ ପଞ୍ଜିକରଣ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି ହେଲେ ଉକ୍ତ ପଞ୍ଜିକରଣ ପ୍ରକ୍ରିୟାରେ ଜଟିଳତା ରହିଥିବା ଓ କୃଷକ ଙ୍କ ଇ କେବ୍ଯାସି ପ୍ରକ୍ରିୟା ରେ ଏଥର ବଂଶାବଳୀ ଯୋଡ଼ାଯାଇଥିବା ରୁ କୃଷକ ଙ୍କ ପାଇଁ କମ୍ ସମୟରେ ପ୍ରକ୍ରିୟା ଜଟିଲ ହୋଇଯାଉଛି।

   Ad..


ଫଳରେ ଚାଷୀମାନଙ୍କୁ ବହୁ ହଇରାଣ ହେବାକୁ ପଡୁଛି ଏହାକୁ ନେଇ ବିଭିନ୍ନ ସୋସାଇଟି ରେ ଚାଷୀ ଅଭିଯୋଗ କରୁଛନ୍ତି ହେଲେ ପ୍ରଶାସନ ଗୁରୁତ୍ବ ଦେଉନଥିବା ରୁ ଅଭିଯୋଗ ହେଉଛି। ଉକ୍ତ ବିଷୟକୁ ନେଇ କୃଷକ ସଂଗଠନ ପ୍ରଶାସନ ଓ କୃଷକ ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କରିବା ପାଇଁ ପ୍ରଶାସନ କୁ ଆହ୍ବାନ ଦେବାସତ୍ବେ ପ୍ରଶାସନ କୁ ଶୁଭୁନାହିଁ। 

ଯାହାକୁ ନେଇ ପଦ୍ମପୁର ରାଜବୋଡା ସମ୍ବର କୃଷକ ସଂଗଠନ ତରଫରୁ ସୋସାଇଟି ମାଧ୍ୟମରେ ସରକାର ଙ୍କୁ ଲିଖିତ ଦାବି ଜଣାଇ ଚେତାବନୀ ମଧ୍ୟ ଦେଇଛି। ରାଜବୋଡାସମ୍ବର କୃଷକ ସଂଗଠନ ର ଦାବି ଅନୁସାରେ ଆମେ ନିଜ ବା ବଂଶୀୟ କିମ୍ବା ଜମି ଭାଗ ନେଇ ଧାନ ଚାଷ କରୁଅଛୁ ଏବଂ ଆପଣଙ୍କ ସୋସାଇଟି ରୁ ମଧ୍ୟ ଋଣ ନେଇଆଛୁ। 

ରାଜ୍ୟ ସରକାର ଚଳିତ ବର୍ଷ ଧାନ ବିକ୍ରି ପଞ୍ଜିକରଣ ନିର୍ଦେଶାବଳି ଅନୁସାରେ ସମସ୍ତ ଚାଷି ନୂତନ ଭାବେ ପଞ୍ଜିକୃତ ହେବେ। ଆବଶ୍ୟକ କାଗଜପତ୍ର ଜମିର ଆରଓଆର, ମାଲିକ ର ଫଟୋ ଆଧାର କାର୍ଡ, ବ୍ୟାଙ୍କ ପାସବୁକ ଏବଂ ନିଜ ନାଁ ରେ ଜମି ନ ଥିଲେ ରେକର୍ଡ ଧାରୀ ଠାରୁ ସହମତି ପତ୍ର ଦେବେ...

ଯଦି ରେକର୍ଡ ଧାରୀ ଙ୍କ ମୃତ୍ୟୁ ହୋଇଯାଇଛି ସେ କ୍ଷେତ୍ରରେ ଆରଆଇ ଠାରୁ ବଂଶାବଲି  ଆଣିବେ ଏବଂ ବଂଶାବଲିରେ ଯେତେ ଜଣଙ୍କ ନାମ ଥିବ ସମସ୍ତେ ଧାନ କାର୍ଡ ତିଆରୀ କରିବେ ଯଦି ଯିଏ ଚାଷ କରୁଥିବା ସିଏ ଧାନ କାର୍ଡ ତିଆରି କରିବ ତାହାହେଲେ ସୋସାଇଟି ରେ ଉପସ୍ଥିତ ରହି ସମସ୍ତ ଙ୍କ E-KYC କରିବାକୁ ପଡିବ ସମସ୍ତଙ୍କୁ ସହମତି ପତ୍ର ଦେବାକୁ ପଡିବ। 

ପ୍ରତ୍ୟେକ ପ୍ଲଟ ଅନଲାଇନ ହେବ ସେହି ସମୟରେ ଫୋନ କୁ OTP ଆସିବ ତାହାକୁ ଗ୍ରହଣ କଲେ ଯାଏଁ ଧାନ କାର୍ଡ ପଞ୍ଜିକରଣ ହୋଇପାରିବ। 

ଗୋଟିଏ ପଞ୍ଜିକରଣ ପାଇଁ ଅଧଘଣ୍ଟା ରୁ ଅଧିକ ସମୟ ଲାଗୁଛି ଏଣୁ ସମସ୍ତଙ୍କୁ ଏକତ୍ରିତ କରିବା ଅସମ୍ଭବ ଅନ୍ୟ ପଟେ ଏତେ କାମ କରିବା ପାଇଁ ଚାଷୀ ପାଖରେ ସମୟ  କିମ୍ବା ସୁଯୋଗ ମଧ୍ୟ ନାହିଁ ଏଣୁ ପ୍ରକୃତ ଚାଷୀ ଯେମିତି ବଞ୍ଚିତ ନ ହେଉ ଏବଂ ସମସ୍ତ ଚାଷୀ  ସରଳ ଓ ସହଜ ପ୍ରଣାଳୀରେ ପଞ୍ଜିକୃତ କରିପାରିବେ ସେଥିପାଇଁ ଆମେ ବରଗଡ଼ ର ସମସ୍ତ ପଞ୍ଜିକୃତ ସୋସାଇଟି ମାନଙ୍କୁ ଲିଖିତ ଭାବେ ଅନୁରୋଧ କରୁଛୁ।

ଏହି ପ୍ରସଙ୍ଗକୁ ଅତି ଗୁରୁତ୍ୱ ଏବଂ  ଚେତାବନୀ ମନେକରି ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟି ରୁ ସପ୍ତାହ ମଧ୍ୟରେ ଉଚିତ ପଦକ୍ଷେପ ନିଆଯାଉ ନଚେତ ବିରାଟ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି କୃଷକ ସଂଗଠନ କହିଛି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post