ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଝକେର କବିତା ସାଲ ୨୦୨୫ ଅନୁଷ୍ଠିତ...

ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଝକେର କବିତା ସାଲ ୨୦୨୫ ଅନୁଷ୍ଠିତ...


(ଗୁରୁ ଭଗବାନ ସାହୁଙ୍କ ନାମରେ ପ୍ରେକ୍ଷାଳୟ ନାମିତ ହେବ : ବିଧାୟକ ଶ୍ରୀ ଷଡ଼ଙ୍ଗୀ)

ବରଗଡ଼,୨୮/୦୭ : ଜୁଏହୁଲା ଖବର କାଗଜ ଆନୁକୁଲ୍ୟରେ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଝକେର କବିତା ସାଲ ୨୦୨୫ ଲୁଲୁ ରବିନ ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗତକାଲି ବରଗଡ଼ ଗାନ୍ଧୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି।

      Ad..


ନିସାର ଅହମଦ ନିସାର ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଅନୁଷ୍ଠାନର ସଭାପତି ଦିଲିପ କୁମାର ସାହୁଙ୍କ ସଭାପତିତ୍ବରେ ପ୍ରଥମ ଅଧିବେଶନରେ ସମ୍ପାଦକ ଅରକ୍ଷିତ ଚନ୍ଦ୍ର ମହାନନ୍ଦଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ସମ୍ମାନୀତ ଅତିଥି ଡ଼ ତପସ୍ୱୀନି ଗୁରୁ, ଅଧ୍ୟାପିକା ବୈଜୟନ୍ତୀ ସାହୁ... 

Ad..


ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପଧାନ ଭାଗବତିଆ ମୂଖ୍ୟ ବକ୍ତା ଅଧ୍ୟାପକ ଲିଙ୍ଗରାଜ ବେହେରା କରି  ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ ଲୋକ ମହୋତ୍ସବର ଜନକ ଗୁରୁ ଭଗବାନ ସାହୁଙ୍କ ସାରା ଜୀବନ ତ୍ୟାଗ ଅବଦାନ ବଳିଦାନ ଉପରେ ଆଲୋକପାତ କରିଥିଲେ।

Ad..


ଏକ ମାସରୁ ଉର୍ଦ୍ଧ ହେବ ବିଭିନ୍ନ ଜିଲ୍ଲାରେ ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ଅନୁଷ୍ଠିତ ହେଉଥିବା ଆମର ସ୍ଵତନ୍ତ୍ର ପରିଚୟ ଯୁଗ ପୁରୂଷ ଗୁରୁ ଭଗବାନ ସାହୁଙ୍କ ନାଁରେ ଏକ ପ୍ରେକ୍ଷାଳୟ ନାମିତ କରିବାକୁ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଘୋଷଣା କରିଥିଲେ। 

କବି ନିସାର ଅହମଦ ନିସାରଙ୍କ ସମ୍ବଲପୁରୀ କବିତା ସଙ୍କଳନ ପୁସ୍ତକ "ଭାବ୍" ଉନ୍ମୋଚିତ ହୋଇଥିଲା।ଏହି ଅବସରରେ କବି ମନୋଜ ବାଗଙ୍କୁ ମଦର ଟେରେସା  ସେବା ରତ୍ନ ସମ୍ମାନ, କବି ସୁଦାମ ସୁନାଙ୍କୁ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ, କବୟିତ୍ରୀ ଜୀବେଶ୍ବରୀ ପଟେଲ ଏବଂ ଡ଼ ଇତିଶ୍ରୀ ଦାସଙ୍କୁ ମାତା ସାବିତ୍ରୀ ବାଇ ଫୁଲେ ସ୍ମୃତି ସମ୍ମାନ ସମେତ ବହୁ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନୀତ କରାଯାଇଥିଲା। 

ମାନପତ୍ର ପାଠ କରିଥିଲେ କବି ଅମୂଲ୍ୟ ବେହେରା, ସନ୍ତୋଶିନୀ ନାଗ,ଡ଼. ଇତିଶ୍ରୀ ଦାଶ, ସଙ୍ଗୀତା ଦୀପ। ଦ୍ବିତୀୟ ଅଧିବେଶନରେ ନାଟ୍ୟକାର ଫଗୁନୁ କୁମ୍ଭାରଙ୍କ ପୋୖରହିତ୍ୟରେ ମୂଖ୍ୟ ଅତିଥି ଅଧ୍ୟାପିକା ଡ଼ ଇତିଶ୍ରୀ ଦାଶ, ସମ୍ମାନୀତ ଅତିଥି ନାଟ୍ୟକାର କବୟିତ୍ରୀ ଜୀବେଶ୍ଵରୀ ପଟେଲ ଡ଼. ଶିବପ୍ରୀୟା ମିଶ୍ର, ସିନେ ଅଭିନେତା ପ୍ରଦୀପ ଦେବତା,ପ୍ରାଧ୍ୟାପକ ସନ୍ତୋଷ କୁମାର ପଣ୍ଡା...

ସାହିତ୍ୟିକ ମନୋରଞ୍ଜନ ମେହେର, ସର୍ଦ୍ଦାର ପ୍ରିଢମ ସିଂ,ମୂଖ୍ୟ ବକ୍ତା ଡ଼. ମନୋରଞ୍ଜନ ବାଘ ପ୍ରମୁଖ ଯୋଗଦାନ କରି ଗୁରୁ ଭଗବାନ ସାହୁଙ୍କ ଉପରେ ଆଲୋଚନା କରି ଆସନ୍ତା ଦିନରେ ଭୁବନେଶ୍ୱରରେ ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରେ ନୂଆଁଖାଇ ଭେଟ ପାଇଁ ପଦକ୍ଷେପ ନିଆଯିବାକୁ ମତ ରଖିଥିଲେ। 

କବୟିତ୍ରୀ ସଙ୍ଗୀତା ଦୀପ ଏବଂ ସନ୍ତୋଶିନୀ ନାଗଙ୍କ ସଂଯୋଜନାରେ ଗୁରୁ ଭଗବାନ ସାହୁଙ୍କ ଉପରେ ବିଭିନ୍ନ ଜିଲ୍ଲାରୁ କବି ମାନଙ୍କ ଦ୍ଵାରା କବିତା ଆସର ରେ କବି ଭିକାରୀ ଚରଣ ପ୍ରଧାନ, ଭୋଜରାଜ ବୁଡେକ, ଅମୂଲ୍ୟ ବେହେରା, ପୁଷ୍ପଲତା ପାଣିଗ୍ରାହୀ, ନିତମ୍ବିନି କର, ସୁଷମା ପଟେଲ, ଜିବେଶ୍ଵରୀ ପଟେଲ,ବନାନୀ ବାଳା ନାୟକ..

ଜଟାଧାରୀ ପ୍ରଧାନ, ଡୋଲାମଣି ପାଇକ,ରୁଷଭ ବିଶି, କିଶୋର ଚନ୍ଦ୍ର ପାତ୍ର,ଦୂର୍ଲଭ ଗଡତିଆ, ଡ଼.ଇତିଶ୍ରୀ ଦାଶ, ବୈଜୟନ୍ତୀ ପଣ୍ଡା,ସୁଦୃମା ପଣ୍ଡା, ଜୟଶ୍ରୀ ପଣ୍ଡା, ସର୍ଦ୍ଦାର ପ୍ରିଢମ ସିଂ,ବୈଜୟନ୍ତୀ ସାହୁ,ସୁଦାମ ସୁନା,ମାନସ ରଞ୍ଜନ ଦାଶ,ତରଣୀସେନ ଗୁରୁ, ସନ୍ତୋଷିନୀ ଦାଶ, ରଣଜିତ ପଧାନ, ପ୍ରତିମା ପାତ୍ର, ରାଧାକାନ୍ତ ସୁନା, ଇନ୍ଦ୍ରମଣି କୁମ୍ଭାର,ନିସାର ଅହମଦ ନିସାର, ଗନ୍ଧର୍ବ ବେହେରା , ସଙ୍ଗୀତା ଦୀପ, ସନ୍ତୋଶିନୀ ନାଗ ପ୍ରମୁଖ କବିତା ପାଠ କରିଥିଲେ।

ଅଧ୍ୟାପିକା ବୈଜୟନ୍ତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ସମ୍ବଲପୁରୀ ବହି ହାଟ ଲାଗିଥିଲା , କାର୍ଯ୍ୟକ୍ରମ ପରିଚାଳନା ରେ ଯୁଗଳ ପ୍ରାସାଦ ସିଂ, କୃଷ୍ଣ ଚନ୍ଦ୍ର ପଣ୍ଡା, ତୁଳସୀ ଚରଣ ଦାଶ,ସନ୍ତୋଷ କୁମାର ଦାଶ, ପଞ୍ଚାନନ ବାରିକ, ଚନ୍ଦ୍ରକାନ୍ତୀ ମେହେର,ଅମୂଲ୍ୟ ବେହେରା , ଶୈଳବାଳା ମହାନନ୍ଦ, ସାରଥି ମେହେର ପ୍ରମୁଖ ସହଯୋଗ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post