ଅଭିଯୋଗ ପ୍ରକୋଷ୍ଠରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ପୂର୍ବତନ ସରପଞ୍ଚ...

ଅଭିଯୋଗ ପ୍ରକୋଷ୍ଠରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ପୂର୍ବତନ ସରପଞ୍ଚ...


ଭୁବନେଶ୍ବର,୨୮/୦୭ :  ଗଞ୍ଜାମର ଚର୍ଚ୍ଚିତ ପୂର୍ବତନ ସରପଞ୍ଚ ଆରତୀ ଦେବୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅଭିଯୋଗ କରିଛନ୍ତି। ନିଜ ଅଞ୍ଚଳର ବିରଳ ଜୀବଜନ୍ତୁ, ପ୍ରାକୃତିକ ପରିବେଶ, ପ୍ରାଚୀନ କୀର୍ତ୍ତି ଓ ଜଳାଶ୍ରୟକୁ ଖଣି ମାଫିଆମାନଙ୍କଠାରୁ ରକ୍ଷା କରିବା ପାଇଁ ଆରତୀ ଦେବୀ ପ୍ରାର୍ଥନା କରିଛନ୍ତି।

      Ad..


ନିଜ ଅଞ୍ଚଳ ଢୁଙ୍କାପଡାରେ ବେଆଇନ ଖଣି ସମୁହ ସରକାରୀ ଅଧିକାରୀ ମାନଙ୍କର ଅନୈତିକ ସହଯୋଗରେ ଚାଲୁଛି। ଯାହା ଫଳରେ ଖଣି ମାଫିଆମାନେ ବେଆଇନ ଭାବେ ବ୍ଲାଷ୍ଟିଂ ଓ କଟିଂ କରି କୋଟି କୋଟି ଟଙ୍କାର ପଥର ଲୁଟ୍ କରିବା ସହ ବିରଳ ଜୀବଜନ୍ତୁ ତଥା ଗଞ୍ଜାମର ଗର୍ବ କୃଷ୍ଣସାର ମୃଗ, ମୟୂରଙ୍କର ମୃତ୍ୟୁ ଘଟୁଛି।

Ad..


ବହୁ ପ୍ରାଚୀନ ସପ୍ତେଶ୍ଵର ମନ୍ଦିରର ଚାରିପଟେ ଥିବା ଏହି ସମୁହ ଖଣି ଖନନକୁ ନେଇ ପ୍ରଶ୍ନ କରିଛନ୍ତି ଏହା ସହ ଜଳାଶୟ ନଷ୍ଟ ହେଉଛି କିନ୍ତୁ ଖଣି ମାଫିଆମାନେ ମଞ୍ଜୁରୀ କେମିତି ପାଇଲେ ବୋଲି ଢୁଙ୍କାପଡା ପଞ୍ଚାୟତବାସୀ ପଚାରିବା ସହ ଆରତୀ ଦେବୀଙ୍କ ନେତୃତ୍ରରେ ସୋମବାର ଅଭିଯୋଗ ପ୍ରକୋଷ୍ଠରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି।

Ad..


ସେ କହିଛନ୍ତି ଯେ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼‌ା ଏଥିପାଇଁ ଦୃଷ୍ଟି ଦେଇ ନାହାନ୍ତି ବରଂ ପ୍ରଶାସନ ପ୍ରକୃତ ତଦନ୍ତ କରିବା ପରିବର୍ତ୍ତେ, ପ୍ରତିକ୍ରିୟାଶୀଳ ମାଫିଆମାନଙ୍କୁ ପ୍ରୋତ୍ସାହନ ଦେଇଛି । ପ୍ରକୃତ ତଦନ୍ତ ନକରି ଜିଲ୍ଲାପାଳ ମିଛ ରିପୋର୍ଟ ଦେଇଥିବା ଆରତୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି।

ଜିଲ୍ଲାପାଳ କହିଛନ୍ତି ପାଉଡ଼ର ଜରିଆରେ ବ୍ଲାଷ୍ଟିଂ ହେଉଛି କିନ୍ତୁ ପ୍ରକୃତରେ ଶହ ଶହ ଜିଲୋଟିନ୍ ଲଗାଇ ବିସ୍ଫୋରଣ କରି ଢୁକାପଡା ପଞ୍ଚାୟତର ସବୁ ପାହାଡ଼ରୁ ପଥର ଉତ୍ତୋଳନ କରାଯାଉଛି । ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଚାଲିଛନ୍ତି ମାଫିଆ।

ତେଣୁ ଲୋକଙ୍କ ସରକାର ଶୁଣିବେ ବୋଲି ଆଶା ନେଇ ଆଜି ସେ ଆସିଥିବା ବେଳେ ଆଗାମୀ ୭ ଦିନରେ ସରକାର ଯଦି ନଶୁଣନ୍ତି ତେବେ ରାଜଭବନ ସାମ୍ନାରେ ଆମରଣ ଅନଶନରେ ବସିବା ଚେତାବନୀ ଦେଇଛନ୍ତି ଆରତୀ ଦେବୀ ।



Edited by k.s thakur...

Post a Comment

Previous Post Next Post