କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଯୌନ ନିର୍ଯାତନା ସଚେତନତା କର୍ମଶାଳା ଓ ଶପଥ ପାଠ ଉତ୍ସବ ପାଳିତ...
କଣ୍ଟାବାଞ୍ଜି,୨୧/୦୭ : କଣ୍ଟାବାଞ୍ଜି ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟ ରେ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ, ଆଭ୍ୟନ୍ତରୀଣ ଅଭିଯୋଗ କମିଟି ର ସଦସ୍ୟ/ ସଦସ୍ୟା ଓ ଛାତ୍ରୀ ମାନଙ୍କୁ ନେଇ ଏକ ଯୌନ ନିର୍ଯାତନା ସଚେତନତା କର୍ମଶାଳା ଓ ଶପଥ ପାଠ ଉତ୍ସବ ପାଳିତ ହୋଇ ଯାଇଅଛି।
Ad..
ଏହି କର୍ମଶାଳା ରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ, ଯୌନ ଉତ୍ପୀଡନ ( ନିବାରଣ,ନିଷେଧ ଓ ପ୍ରତିକାର ) ଆଇନ ୨୦୧୩ ଓ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ଆଇନ ୨୦୧୫ ରେ ଥିବା ବିଭିନ୍ନ ପ୍ରକାରର ଧାରା, କେୟକ୍ଷେତ୍ର ରେ ଯୌନ ନିର୍ଯାତନା ର ପ୍ରକାର ଭେଦ, ଯୌନ ନିର୍ଯ୍ୟାତନା ର ପ୍ରଭାବ, ଅଭିଯୋଗ କରିବାର ପ୍ରକ୍ରିୟା, ଆଭ୍ୟନ୍ତରୀଣ ଅଭିଯୋଗ କମିଟି ର ଦାୟିତ୍ଵ,ଦଣ୍ଡ ବିଧାନ ବ୍ୟବସ୍ଥା ଉପରେ ବୁଝାଇଥିଲେ।
Ad..
ଆଇସିସି ର ଅଧ୍ୟକ୍ଷା ,ଅଧ୍ୟାପିକା ସୁନନ୍ଦା ରଥ କର୍ମ ସଂସ୍ଥାନ ର ସମସ୍ତ ଅଂଶୀଦାର ଯୌନ ନିର୍ଯାତନା ରୋକିବା ପାଇଁ କଣ କରିବା ଉଚିତ୍ ଓ କଣ ନ କରିବା ଉଚିତ୍ କୁ ବିସ୍ତୃତ ଭାବରେ ବୁଝାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭ୍ୟନ୍ତରୀଣ ଅଭିଯୋଗ କମିଟି ର ସମସ୍ତ ସଭ୍ୟ/ସଭ୍ୟା, ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ/ଅଧ୍ୟାପିକା...
Ad..
କର୍ମଚାରୀ ଓ ପ୍ରାୟ ଦୁଇ ଶହ ରୁ ଅଧିକ ଛାତ୍ରୀ ଏହି କର୍ମଶାଳା ରେ ଉପସ୍ଥିତ ହୋଇ ସଚେତନତା ଦିଗ୍ଦର୍ଶନ୍ ପ୍ରାପ୍ତି କରିଥିଲେ।ଶେଷରେ ଅଧ୍ୟକ୍ଷ ସମସ୍ତ ଅଂଶୀଦାର ଙ୍କୁ କଣ କର୍ତ୍ତବ୍ୟ କରିବା ଉଚିତ୍ ଓ ଅକର୍ତବ୍ୟ ନକରିବା ଉଚିତ୍ ଶପଥ ପାଠ କରାଇଥିଲେ ଓ ସମସ୍ତ ଅଂଶ ଗ୍ରହଣ କାରି ଙ୍କୁ ଧନ୍ୟବାଦ୍ ଜଣାଇ କର୍ମଶାଳା କୁ ସମାପ୍ତ କରିଥିଲେ। ଅଧ୍ୟକ୍ଷ ଏହି କର୍ମଶାଳା ର ସୁଫଳ ସମସ୍ତଙ୍କୁ ନିଶ୍ଚୟ ମିଳିବ ବୋଲି ଆଶାବ୍ୟକ୍ତ କରିଛନ୍ତି।
Edited by k.s thakur...




