ସଂସ୍କୃତ ଓ ସଂସ୍କୃତି ଆଲୋଚନା ଚକ୍ର : ସଂସ୍କୃତ ଭାଷା ବିନା ଭାରତୀୟ ସଂସ୍କୃତି ଉଧେଇ ପାରିବ ନାହିଁ ମତ ପ୍ରକାଶ...
ବରଗଡ଼,୨୧/୦୭ : ସଂସ୍କୃତ ସଂସ୍କୃତି ସୁରକ୍ଷା ପରିଷଦ ଓ ଟୁଗେଦର୍ ଫର୍ ପ୍ଲେଜର ଗ୍ରୁପ ର ମିଳିତ ଆନୁକୁଲ୍ୟରେ ଭଟଲି ଛକ ସ୍ଥିତ ମାହେଶ୍ଵରୀ ନର୍ସିଂ କଲେଜ ପରିସର ରେ ସଂସ୍କୃତ ଓ ସଂସ୍କୃତି ଆଲୋଚନା ଚକ୍ର ଅନୁଷ୍ଟିତ ହୋଇ ଯାଇଛି।
Ad..
ସଂସ୍କୃତି ସୁରକ୍ଷା ମଞ୍ଚ ର ଆବାହକ ପୂର୍ବତନ ସଂସ୍କୃତ ଶିକ୍ଷକ କପିଲ ବାଗ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ ଗୋବର୍ଦ୍ଧନ ସାହୁ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ସଂସ୍କୃତ ଭାଷା ହେଉଛି ଭାରତୀୟ ସଂସ୍କୃତି ର ମୂଳାଧାର।
Ad..
ତେଣୁ ସଂସ୍କୃତ ଭାଷା ବିନା ସଂସ୍କୃତି ଉଧେଇ ପାରିବ ନାହିଁ ବୋଲି ମତ ବ୍ୟକ୍ତ କରି ଆଗାମୀ ଜନ ଗଣନା ସମୟ ରେ ପ୍ରତି ଭାରତୀୟ ସଂସ୍କୃତ ଭାଷା କୁ ଜାଣିଥିବା ଭାଷା ଭାବେ ଗଣନାକାରି ଙ୍କୁ ତଥ୍ୟ ପ୍ରଦାନ କରିବା ପାଇଁ ଆହ୍ବାନ ଦେଇଥିଲେ।
Ad..
ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଂସ୍କୃତ ଶିକ୍ଷକ ମହାସଂଘ ର ଯୁଗ୍ମ ସଂପାଦକ ଗୋପବନ୍ଧୁ ପୁରୋହିତ,ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଦେବାର୍ଚନ ସା,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସାନନ୍ଦ ଭୋଇ, ମୋହିନୀ ମୋହନ ବେହେରା ପ୍ରମୁଖ ଉପସ୍ଥିତ ରହି ଭାରତୀୟ ସଂସ୍କୃତି ସୁରକ୍ଷା ପାଇଁ ଆଦି ଭାଷା ସଂସ୍କୃତ ର ଆଦର ଓ ସୁରକ୍ଷା ନିହାତି ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ।
Report : Bijay ku sahu
Edited by k.s thakur...




