"ବେଟି ବଚାଓ ବେଟି ପଢାଓ" ଯୋଜନା ସମ୍ବନ୍ଧରେ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ...

"ବେଟି ବଚାଓ ବେଟି ପଢାଓ" ଯୋଜନା ସମ୍ବନ୍ଧରେ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ...


{ ଜନ ସଚେତନତା ପାଇଁ ପ୍ରସ୍ତୁତ ହେଲା ବାର୍ଷିକ କାର୍ଯ୍ୟ ଖସଡ଼ା }

ବରଗଡ଼,୨୮/୦୭ : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ "ବେଟି ବଚାଓ ବେଟି ପଢାଓ " ଯୋଜନା ସମ୍ବନ୍ଧରେ ଏକ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଯାଇଛି।

   Ad..


ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମହିଳା ବିଭାଗର ଅଧିକାରୀ ଶିଶୁ ଶ୍ରମିକ, କନ୍ୟାଭୃଣ ହତ୍ୟା ଏବଂ ବାଲ୍ୟ ବିବାହ ଭଳି ମହିଳା ଓ ଶିଶୁ ସମ୍ବନ୍ଧୀୟ ସାମାଜିକ ସମସ୍ୟା, ଶିଶୁ କନ୍ୟା ଜନ୍ମ ପୂର୍ବରୁ ଏବଂ ପରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା...

   Ad..


ଲିଙ୍ଗଗତ ବୈଷମତାର କାରଣ ଏବଂ ଭାରତ, ଓଡିଶା ତଥା ବରଗଡ଼ ଜିଲ୍ଲାର କନ୍ୟା ଶିଶୁର ସ୍ଥିତି ଏବଂ ଲିଙ୍ଗଗତ ଅନୁପାତ, ଶିଶୁ ଅଧିକାର ନିମିତ୍ତ ବିଭିନ୍ନ ଆଇନ ବ୍ୟବସ୍ତା, ଶିଶୁ କନ୍ୟାର ବିକାଶ ପାଇଁ ଉକ୍ତ ଯୋଜନାର କରର୍ଯ୍ୟକାରିତା, ପ୍ରସଙ୍ଗିକତା ଏବଂ ମୁଖ୍ୟ ଲକ୍ଷ୍ୟ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

Ad..


ଏତଦବ୍ୟତୀତ ଏହି ଯୋଜନାର ବର୍ତ୍ତମାନ ଅବସ୍ଥା, ଅଗ୍ରଗତି ଓ ଭବିଷ୍ୟତ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରିବା ସହ ଜିଲ୍ଲାରେ ସାମୁହିକ ସଚେତନତା ପାଇଁ ବାର୍ଷିକ କାର୍ଯ୍ୟ ଖସଡା ପ୍ରସ୍ତୁତି କରାଯାଇଥିଲା।

ସଭାରେ ଜିଲ୍ଲାପାଳ ଶ୍ରୀ ଗୋୟଲ ବେଟି ବଚାଓ ବେଟି ପଢାଓ  ଯୋଜନାକୁ ଜିଲ୍ଲାର ସଫଳ କରିବା ପାଇଁ ସମସ୍ତଙ୍କ ମଧ୍ୟରେ ଅନ୍ତର୍ବିଭାଗୀୟ ସମନ୍ୱୟ ବଢ଼ାଇବା ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ, ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଜଣେ କନ୍ୟା ଶିଶୁଙ୍କୁ ଜନ୍ମରୁ ଆରମ୍ଭ କରି ଶିକ୍ଷା ଓ ସମ୍ମାନ ଦେବା ପର୍ଯ୍ୟନ୍ତ ସୁରକ୍ଷିତ ଏବଂ ସୁସ୍ଥ ପରିବେଶ ସୃଷ୍ଟି କରିବା। ତେଣୁ ପ୍ରତ୍ୟେକ ବିଭାଗ ନିଜ ନିଜ କାର୍ଯ୍ୟ ସଠିକ ଭାବେ ତୁଲାଇବା ଅତ୍ୟନ୍ତ ଆବଶ୍ୟକ।

ପୁନର୍ବାର ଜିଲ୍ଲାପାଳ ମହାଶୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ବ୍ଲକ ଓ ନଗର ସ୍ତରରେ ସଚେତନତା କାର୍ଯ୍ୟକ୍ରମ, ଛାତ୍ରୀମାନେ ପାଇଁ ଉତ୍ସାହବର୍ଦ୍ଧକ ପୁରସ୍କାର, ଓ ସ୍ୱସ୍ଥ୍ୟ-ଶିକ୍ଷା ସମ୍ବନ୍ଧୀୟ ସେବା ସୁନିଶ୍ଚିତ କରିବା ପାଇଁ ସମସ୍ତ ବିଭାଗ ବିଶେଷ ପଦକ୍ଷେପ ନେବେ ଏବଂ ଏହି ଯୋଜନାକୁ ତୃଣମୂଳ ସ୍ତରରେ ଏକ ଅନ୍ଦୋଳନର ଆକାର ଦେବା ପାଇଁ ସଂଘଟିତ ହୋଇ କାର୍ଯ୍ୟ କରିବେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post