ପୁତୁଲାତଳେଇ - ନୂଆପଡ଼ା ରାସ୍ତା କୁ ଉନ୍ନତିକରଣ କଲା ବ୍ଲକ ପ୍ରଶାସନ...
ବଙ୍ଗୋମୁଣ୍ଡା,୧୯/୦୭- ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତ ଅଧିନସ୍ଥ ପୁତୁଲାତଳେଇ - ନୂଆପଡ଼ା ରାସ୍ତା କାଦୁଅ ହେଉଥିବାରୁ ସ୍ଥାନୀୟ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।
Ad..
ଛାତ୍ର ଛାତ୍ରୀ ମଧ୍ୟ ପୁତୁଲାତଳେଇ କୁ ପଢିଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ । କାଦୁଅ ରାସ୍ତାରେ ମୁରୁମ ମାଟି ପକାଇ ରାସ୍ତା ମରାମତି କରିଛି ବ୍ଲକ ପ୍ରଶାସନ ।ସ୍ଥାନୀୟ ଲୋକେ ଅଲଣ୍ଡା ପଞ୍ଚାୟତର ସରପଞ୍ଚ ନିବେଦିତା ବାଗ ଙ୍କୁ ରାସ୍ତା ସମସ୍ୟା ନେଇ ଅବଗତ କରିଥିଲେ।
Ad..
ରାସ୍ତାର ସମସ୍ୟା ଜଣାଇବା ପରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଯୁବରାଜ ବାଗ ଯାଇ ରାସ୍ତା ସମସ୍ୟା ଦେଖି,ବୁଝିଥିଲେ ।ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ବିଡ଼ିଓ ବାସନ୍ତୀ ସେଠୀ ଙ୍କୁ ରାସ୍ତା ସମସ୍ୟା ସମ୍ପର୍କରେ ଜଣାଇବା ସହ ତୁରନ୍ତ ରାସ୍ତା ମରାମତି ପାଇଁ ଆଲୋଚନା କରିଥିଲେ।
Ad..
ଏବେ ରାସ୍ତା ସମସ୍ୟା ର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ବ୍ଲକ ପ୍ରଶାସନ। କାଦୁଅ ରାସ୍ତାରେ ମାଟି ପକାଇ ଲୋକଙ୍କ ଯିବା ପାଇଁ ବ୍ୟବସ୍ଥା କରାଯାଇଛି ।ଏହି ରାସ୍ତାରେ ଦୈନିକ ଶହ ଶହ ଲୋକଙ୍କ ସହ ଛାତ୍ର ଛାତ୍ରୀ ମାନେ ଯିବା ଆସିବା କରୁଥିବା ବେଳେ ବର୍ଷା ଦିନରେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିଲେ।
ଏ ଦିଗରେ ତ୍ୱରିତ ପଦକ୍ଷେପ ନେଇ ରାସ୍ତାକୁ ମରାମତି କରିଥିବାରୁ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିବା ସହ ପଞ୍ଚାୟତ ଏବଂ ବ୍ଲକ ପ୍ରଶାସନର ତ୍ୱରିତ ଉଦ୍ୟମକୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି ।ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ ପାଇଁ ଲୋକେ ଦାବି କରିଛନ୍ତି।
Edited by k.s thakur...




