ବରଗଡ ନାଗରିକ ମଞ୍ଚ ପକ୍ଷରୁ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ...
ବରଗଡ଼,୧୩/୦୭ : ପରିବେଶ ସୁରକ୍ଷା ଜୀବନ ରକ୍ଷା ନାରା ଦେଇ ବରଗଡ ସହରରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।
Ad..
ବରଗଡ ନାଗରିକ ମଞ୍ଚ ପକ୍ଷରୁ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବିଭିନ୍ନ ସାମାଜିକ ସଂଗଠନ, ରାଜନୈତିକ ଦଳ ର ପ୍ରତିନିଧି, ସରକାରୀ ଅଧିକାରୀ,ବୁଦ୍ଧିଜୀବୀ, ଯୁବ ସଂଗଠନ, ମହିଳା ସମିତି ର ପ୍ରତିନିଧି ମାନେ ଯୋଗଦାନ କରି ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
Ad..
ବରଗଡ଼ ପୁରୁଣା କଚେରୀ ପ୍ରାଙ୍ଗଣ, ମୁଖ୍ୟ ରାସ୍ତା କଡ଼, ଜର୍ଜ ହାଇସ୍କୁଲ ପଡିଆ ରେ ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା। ପୂର୍ବରୁ ପରିବେଶ ସୁରକ୍ଷା ଓ ସାମୁହିକ ବୃକ୍ଷ ରୋପଣ ସମ୍ପର୍କିତ ଆଲୋଚନା ଚକ୍ର ରେ ବରଗଡ ର ସମସ୍ତ ଙ୍କୁ ନେଇ ବୃକ୍ଷ ରୋପଣ କରିବା କୁ ନିଷ୍ପତ୍ତି ହୋଇଥିଲା।
Ad..
ସେହିକ୍ରମେ ରବିବାର ଦିନ ପ୍ରକୃତି ପ୍ରେମୀ ମାନେ ଆସି ବୃକ୍ଷ ଲଗାଇବା ସହ ନାଗରିକ ମଞ୍ଚ ର ସଭାପତି ଭୀଷ୍ମଦେବ ସରଫ ଙ୍କ ଜନ୍ମଦିନ ଥିବାରୁ ତାଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ପୌରା ଅଧ୍ୟାକ୍ଷା କଳ୍ପନା ମାଝୀ, ଆସିଷ୍ଟାଣ୍ଟ କଲେକ୍ଟର ପଣ୍ଡା ସାର...
ବିଜେପି ଜିଲ୍ଲା ସଭାପତି ଅରୂପା ସାହୁ, କଂଗ୍ରେସ ଜିଲ୍ଲା ସଭାପତି ହରଦୀପ ସିଂ, ଭରତ ମହାନ୍ତି, ବୀରେନ୍ଦ୍ର ପ୍ରଧାନ, ଆଇନ ଜୀବୀ ରମେଶ ପତି, କିରଣ ମିଶ୍ର, ସୁଶୀଲ ଶତପଥୀ, ଅନୁପ ଶତପଥୀ, ବିରବଲ ମହାକୁଡ଼, ବିକାଶ ଅଗ୍ରୱାଲ, ପୁରନ୍ଦର ଭୋସାଗର ଓ ବିଭିନ୍ନ ସଂଗଠନ ର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
Report : Bijay ku sahu
Edited by k.s thakur...




