ପୋଖରୀରୁ ନିଖୋଜ ଯୁବକଙ୍କ ଗୋଡ଼ହାତ ବନ୍ଧା ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ...

ପୋଖରୀରୁ ନିଖୋଜ ଯୁବକଙ୍କ ଗୋଡ଼ହାତ ବନ୍ଧା ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ...


ସୁନ୍ଦରଗଡ଼,୦୨/୦୭ : ବୁଧବାର ସକାଳୁ ସଦରଥାନା ବାଉରିମୁଣ୍ଡା ଗାଁ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ତାଙ୍କ ଗୋଡ଼କୁ ମୋଟା ଦଉଡ଼ିରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି।

       Ad..


ମୃତକ ହେଲେ ସେହି ଗାଁର  ମହାତୋ ଓରାମ। ତାଙ୍କୁ କେହି ହତ୍ୟା କରି ଏଠାରେ ପକାଇ ଦେଇଥିବା ପୁଲିସ ସନ୍ଦେହ କରିଛି।

    Ad..


ସେ  ୨ ଦିନ ତଳୁ ନିଖୋଜ ଥିଲେ। ବୁଧବାର ସକାଳୁ ପୋଖରୀକୁ ଶୌଚ ପାଇଁ ଯାଇଥିବା ଲୋକେ ମୃତଦେହକୁ ଦେଖି ପୁଲିସକୁ ଖବର ଦେଇଥିଲେ।

Ad..


ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ର, ସଦରଥାନା ଅଧିକାରୀ ସସ୍ମିତା ଦେବତା ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ହତ୍ୟାର କାରଣ ଓ ହତ୍ୟାକାରୀ କିଏ ତାହା ଜଣାପଡ଼ିନାହିଁ। 




Edited by k.s thakur...



Post a Comment

Previous Post Next Post