କଣ୍ଟାବାଞ୍ଜି ପ୍ରେସ କ୍ଲବ ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ...

କଣ୍ଟାବାଞ୍ଜି ପ୍ରେସ କ୍ଲବ ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ...


କଣ୍ଟାବାଞ୍ଜି,୨୪/୦୭ : କଣ୍ଟାବାଞ୍ଜି ପ୍ରେସ କ୍ଲବ ପଞ୍ଚମ ବାର୍ଷିକ ଉତ୍ସବ ବୁଧବାର ୨୩ ତାରିଖ ରେ ସ୍ଥାନୀୟ ତାରକା ହୋଟେଲ ରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଭାବେ ଯୋଗ ଦେଇଥିଲେ।

Ad..


ସମ୍ମାନିତ ଅତିଥ୍ ଭାବେ ବିଧାୟକ ଲକ୍ଷ୍ମଣ ବାଗ, ଏନଏସି ଅଧ୍ଯକ୍ଷ ବରିୟାମ ସିଂ ସାଲୁଜା ଏବଂ ମୁଖ୍ୟବକ୍ତା ଭାବେ କେଭି କଲେଜର ପୂର୍ବତନ ପ୍ରିନ୍ସପାଲ ସତ୍ୟବ୍ରତ ମିଶ୍ର ଯୋଗ ଦେଇ ଥିଲେ।  

Ad..


ମୁଖ୍ୟ ଅତିଥି କନକ ବର୍ଦ୍ଧନ ସିଂ ଦେଓ ନିଜ ଅଭିଭାଷଣ ରେ ସାମ୍ବାଦିକତା, ସମ୍ବାଦ ପରିବେଷଣ କୁ ନେଇ ନିଜ ମତ ପ୍ରକାଶ କରିଥିଲେ। ସେ କହି ଥିଲେ ଯେ ବର୍ତ୍ତମାନ ଟିଭି, ପେପର୍ ରେ କେବଳ ବ୍ରେକିଂ ନିଉଜ କୁ ଗୁରୁତ୍ଵ ଦିଆ ଯାଇଛି। କିନ୍ତୁ ଲୋକଙ୍କୁ କିଛି ପ୍ରେରଣା ଦାୟକ ଖବର ଆଉ ଦେଖିବା କୁ ମିଲୁ ନାହିଁ।

Ad..


ବିଧାୟକ ଲକ୍ଷ୍ମଣ ବାଗ ନିଜ ଅଭିଭାଷଣ ରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ରେ ଆଗାମୀ ଦିନରେ ହେବାକୁ ଥିବା ଉନ୍ନତି କରଣ କୁ ନେଇ ସମ୍ୟତ୍ ସୂଚନା ପ୍ରଦାନ କରିଥିଲେ। 

ସେହି ପରିପ୍ରେକ୍ଷୀରେ ରେ ସତ୍ୟ ବ୍ରତ ମିଶ୍ର ପୂର୍ବରୁ ହେଉ ଥିବା ସାମ୍ବାଦିକତା ଓ ବର୍ତ୍ତମାନ ସାମ୍ବାଦିକତା କୁ ନେଇ ନିଜ ଅଭିଭାଷଣ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମ ବାର୍ଷିକ ଉତ୍ସବରେ କିଛି ବିଶିଷ୍ଟ ଲୋକ ମାନଙ୍କୁ ସମ୍ବର୍ଧନା ଦିଆ ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସଭାପତି ପ୍ରବଜିତ୍ ସିଂହ ସାଲୁଜା, ସମ୍ପାଦକ ସୁରଦାସ ବାଗ, କୋଷାଧ୍ଯକ୍ଷ ହନି ସିଂହ, ପରାମର୍ଶଦାତା ଆଶିଷ ଖଇତାନ, ବଣ୍ଟି ଗୁପ୍ତା, ଅଫିସ ସମ୍ପାଦକ ବିଶି କେଶନ୍ ମାଝୀ,ମନୋଜ ଶର୍ମା ,ବିବେକ ଶର୍ମା,ଅମିତ୍ ଶର୍ମା, କମଳ ଅଗ୍ରୱାଲ, ସେଲୁ ଜୈନ, ପ୍ରତୀକ ସାହୁ, ଜଗମୋହନ ତାଣ୍ଡି, ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।




Edited by k.s thakur...

Post a Comment

Previous Post Next Post