ଗନ୍ଧମାର୍ଦ୍ଧନ ପର୍ବତମାଳା ଘଞ୍ଚ ଅରଣ୍ୟ ଶିଖର ରେ ବାଟବଣା ୧୭ ପର୍ଯ୍ୟଟକ, ୧୫ ଘଣ୍ଟା ପରେ ଉଦ୍ଧାର...
ବରଗଡ଼,୨୪/୦୭ :- ଗନ୍ଧମାର୍ଦନ ପର୍ବତମାଳା ଶିଖର ରେ ଥିବା ସମତଳ ପଠାର ଭୂମିରେ ଗତ କାଲି ସନ୍ଧ୍ୟା ସମୟରୁ ବାଟବଣା ହୋଇ ରାତିତମାମ ରହିଯାଇଥିବା ଛତିଶଗଡ଼ ର ୧୭ ଜଣ ଭକ୍ତ ଙ୍କୁ ଶେଷରେ ସ୍ଥାନୀୟ ପ୍ରଶାସନ, ପୋଲିସ ,ଜଙ୍ଗଲ ବିଭାଗ ଓ ନୃସିଂହନାଥ ମନ୍ଦିର ପ୍ରଶାସନ ର ସହାୟତାରେ ସୁରକ୍ଷୀତ ଉଦ୍ଧାର କରାଯାଇ ଫେରାଇ ଅଣା ଯାଇଛି।
Ad..
ଘଟଣା ରୁ ଜଣା ପଡିଛି ଯେ ଛତିଶଗଡ଼ ର ବୃଦ୍ଧ ବୃଦ୍ଧା ମହିଳା ପୁରୁଷ ଓ ଶିଶୁ ମିଶି ୧୭ ଜଣ ଭକ୍ତ ନୃସିଂହନାଥ ଓ ହରିଶଙ୍କର ପୀଠ କୁ ଦର୍ଶନ କରିବାକୁ ଆସିଥିଲେ । ନୃସିଂହନାଥ ରୁ ପର୍ବତମାଳା ଉପରେ ରାସ୍ତା ଦେଇ ହରିଶଙ୍କର ଦର୍ଶନ କରିବାକୁ ଯାଉଥିବା ବାଟରେ ସନ୍ଧ୍ୟା ହୋଇଥିଲା ପ୍ରବଳ ବର୍ଷା ଯୋଗୁଁ ସମସ୍ୟା ସୃଷ୍ଟି ହୋଇ ଶେଷରେ ଅନ୍ଧାର ରେ ବାଟବଣା ହୋଇଥିଲେ।
Ad..
ଫେରିବା ବାଟ ନପାଇ ବର୍ଷା ଓ ଅନ୍ଧାର ଘେରରେ ଫସି ରହିଥିଲେ ୧୭ଜଣ ପର୍ଯ୍ୟଟକ। ରାତି ପ୍ରାୟ ୯ ଘଣ୍ଟା ସମୟରେ ଟୋଲ ଫ୍ରି ନମ୍ବର ସାହାଯ୍ୟରେ ଯୋଗାଯୋଗ କରିଥିଲେ ସ୍ଥାନୀୟ ପ୍ରଶାସନକୁ ଓ ଖବର ପାଇବା ମାତ୍ରେ ବିଳମ୍ବ ନକରି ଉଦ୍ଧାର କାର୍ଯ୍ୟରେ ବାହାରି ଯାଇଥିଲେ।
ଏକ ୪୦ ଜଣିଆ ଟିମ ରାତି ତମାମ ପର୍ବତ ଉପରେ ଜଙ୍ଗଲ ମଧ୍ୟରେ ଖୋଜିଥିଲେ ୧୭ ଜଣ ପର୍ଯ୍ୟଟକଙ୍କୁ ଶେଷରେ ଦୀର୍ଘ ୧୫ ଘଣ୍ଟା ପରେ ଗନ୍ଧମାର୍ଦ୍ଧନ ପର୍ବତ ଉପରେ ରହିଥିବା କପିଳଧାର ର ବହୁ ଉପରେ ଏକ ସମତଲ ଭୁଇଁ ପଠାର ରେ ବସିରହିଥିବା ଅବସ୍ଥାରେ ଠାବ କରିଥିଲେ ଉଦ୍ଧାର କାରି ଦଳ । ସମସ୍ତଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରି ତଳକୁ ଅଣାଯାଇଛି।

ରିପୋର୍ଟ ଲେଖାଯିବା ଦିନ ୧୧ ପର୍ଯ୍ୟନ୍ତ ସମସ୍ତ ସୁରକ୍ଷା ସହ ନୃସିଂହନାଥ ଫେରୁଛନ୍ତି। ମନ୍ଦିର ପରିଚାଳନା କାର୍ଯ୍ୟାଳୟ ତରଫରୁ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଙ୍କ ସୂଚନା ଅନୁଯାୟୀ ସମସ୍ତ ଭକ୍ତ ସୁରକ୍ଷୀତ ଉଦ୍ଧାର ହୋଇ ଆସୁଛନ୍ତି । ସେମାନେ ଚାହିଁବେ ଯଦି ସେମାନଙ୍କ ପାଇଁ ଅର୍ନ ପ୍ରସାଦ ଭୋଗ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି।
Report : Bijay ku sahu
Edited by k.s thakur...