ସମ୍ବଲପୁରୀ ଏକତା ମଞ୍ଚ ବରଗଡ଼ ଆନୁକୁଲ୍ୟରେ "ସମ୍ବଲପୁରୀ ଦିନ" ପାଳନ ପାଇଁ ପ୍ରସ୍ତୁତି ବୈଠକ...

ସମ୍ବଲପୁରୀ ଏକତା ମଞ୍ଚ ବରଗଡ଼ ଆନୁକୁଲ୍ୟରେ "ସମ୍ବଲପୁରୀ  ଦିନ" ପାଳନ ପାଇଁ ପ୍ରସ୍ତୁତି ବୈଠକ...


ବରଗଡ଼ ୨୩/୦୭ : ସ୍ଥାନୀୟ ଶକ୍ତି ନଗର ୟୁଥ୍ ଏସୋସିଏସନ୍ ପରିସର ରେ ସମ୍ବଲପୁରୀ ଏକତା ମଞ୍ଚ ବରଗଡ଼ ଆନୁକୁଲ୍ୟରେ ଆସନ୍ତା ତା ୧.୮ ୨୦୨୫ ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମ ଦିବସ କୁ "ସମ୍ବଲପୁରୀ ଦିନ" ଭାବେ ପାଳନ କରିବା ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।

   Ad..


ସମ୍ବଲପୁରୀ ସଂସ୍କୃତି ଓ ପରମ୍ପରା କୁ ଜନ ମାନସ ରେ ଜାଗୃତ କରିବା ପାଇଁ ବରଗଡ଼ ସୌଖିନ ରଙ୍ଗ ମଞ୍ଚ ଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଏହି ଦିବସ ପାଳନ ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗୃହୀତ ହୋଇଯାଇଛି ।

     Ad..


ଏହି ଅବସର ରେ ସମ୍ବଲପୁରୀ ଏକତା ମଞ୍ଚ ର ନୂତନ କମିଟି ଗଠନ କରାଯାଇଥିବା ବେଳେ ଉକ୍ତ କମିଟି ରେ ସଭାପତି ଭାବେ ସୁଧୀର ଆଚାର୍ଯ୍ୟ,ଉପ ସଭାପତି ସଞ୍ଜୀବ ଦାସ (ପପୁ) କେ ତମନ୍ନା ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା,ସହ ସମ୍ପାଦକ ସୁରେଶ ଦାସ...

Ad..


କୋଷାଧ୍ୟକ୍ଷ ରାକେଶ ନାଏକ ପ୍ରମୁଖ ରହିଥିବା ବେଳେ ଉପଦେଷ୍ଟା ଭାବେ ନୃତ୍ୟ ଗୁରୁ ଶଙ୍କର ପଟ୍ଟନାୟକ,ଦୀପକ ଦାସ,ସୂର୍ଯ୍ୟ ପଣ୍ଡା,ମାନସ ଚାନ୍ଦ, କମଲେଶ ଚକ୍ରବର୍ତ୍ତୀ,ସୁରଥ କୁଁଅର,ପ୍ରଶାନ୍ତ ପଟ୍ଟନାୟକ,ରବୀନ୍ଦ୍ର ବାଗ,କରନ ଦାଶ,ଏମ ଡି ଲତିଫ (ବବଲି) ପ୍ରମୁଖ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିଲେ । 

ତେବେ ଏହି କାର୍ଯ୍ୟ କ୍ରମ କୁ ସଫଳତା ର ସହ ଆୟୋଜନ କରିବା ପାଇଁ ନୂତନ କମିଟି ର ସଦସ୍ୟ ମାନେ ବିଭିନ୍ନ ମତ ଉପସ୍ଥାପନ କରିଥିଲେ ।ମଞ୍ଚ ର ସଭାପତି ଶ୍ରୀ ଆଚାର୍ଯ୍ୟ ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post