ଧାଙ୍ଗେର ଉଚ୍ଚ ବିଦ୍ୟାଳୟ ରେ ଅବ୍ୟବସ୍ଥା ; କିରାଣୀ, ଖେଳ ଶିକ୍ଷକ, ପିଅନ ଓ ସୁଇପର ପଦବୀ ପୂରଣ କରିବାକୁ ଆମ୍ ଆଦମୀ ପାର୍ଟି ର ଦାବୀ...
ବରଗଡ଼,୨୫/୦୭ : ବିଜେପି ସରକାର ଶିକ୍ଷା କୁ ପ୍ରାଧାନ୍ୟ ଦେଉଥିବା କହୁଥିବା ବେଳେ ବରଗଡ଼ ଉପକଣ୍ଠ ଧାଙ୍ଗେର ପଂଚାୟତ ଅଧୀନ ଧାଙ୍ଗେର ହାଇସ୍କୁଲ ରେ ଦେଖିବା କୁ ମିଳିଛି ଅନେକ ଅବ୍ୟବସ୍ଥା ଏହାକୁ ନେଇ ଆମ୍ ଆଦମୀ ପାର୍ଟି ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛି।
Ad..
ଧାଙ୍ଗେର ଉଚ୍ଚ ବିଦ୍ୟାଳୟ ରେ ବର୍ତମାନ କୌଣସି କ୍ଲର୍କ ନାହାନ୍ତି, ଯେଉଁ ବ୍ୟକ୍ତି କ୍ଲର୍କ ଭାବେ କାର୍ଯ୍ୟରତ ଥିଲେ ତାଙ୍କୁ ଅନ୍ୟତ୍ର ପଠାଇ ଦେଇଛନ୍ତି ଗଲା ବର୍ଷ ହେଲା କିନ୍ତୁ ସେ ବ୍ୟକ୍ତି ଜଣକ ଧାଙ୍ଗେର ହାଇସ୍କୁଲ ର କର୍ମଚାରୀ ହିସାବରେ ଦରମା ଓ ଅନ୍ୟାନ ସୁବିଧା ପାଇ ଚାଲିଛନ୍ତି।
Ad..
ପ୍ରକୃତ ରେ ଏହି ସ୍କୁଲରେ କେହି କିରାଣୀ ନଥିବାରୁ କାର୍ଯ୍ୟ ରେ ବାଧା ସୃଷ୍ଟି ହେଉଛି ତେଣୁ କୌଣସି ନୂଆ ଲୋକଙ୍କୁ ନିଯୁକ୍ତ କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି।
Ad..
ସେହିପରି ଏହି ହାଇସ୍କୁଲରେ ଖେଳ ଶିକ୍ଷକ ନଥିବା ରୁ କ୍ରୀଡା ଉପରେ ପିଲାଙ୍କ ରୁଚି କମି କମି ଯାଉଛି ତେଣୁ ଜଣେ ଖେଳ ଶିକ୍ଷକ ନିଯୁକ୍ତ କରିବାକୁ ଦାବୀ କରିଛି ଆପ୍।
ସେହିପରି ସ୍କୁଲ ର ସଠିକ ପରିଚାଳନା ନିମନ୍ତେ ଜଣେ ପିଅନ ଓ ଜଣେ ସୁଇପର ଯୋଗାଇ ଦେବାକୁ ଆପ୍ ଧାଙ୍ଗେର ପଂଚାୟତ ସଂଯୋଜକ ମିଲୁ ନାଗ ଅନୁରୋଧ କରିଛନ୍ତି।
Report : Bijay ku sahu
Edited by k.s thakur...




