ଖରିଫ୍ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜି କରଣ ନିୟମ ପରିବର୍ତନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ବିଜେଡିର ଦାବି ପତ୍ର ପ୍ରଦାନ ...

ଖରିଫ୍ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜି କରଣ ନିୟମ ପରିବର୍ତନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ବିଜେଡିର ଦାବି ପତ୍ର ପ୍ରଦାନ ...


ବରଗଡ଼,୨୪/୦୭ : ବିଜେଡି ବରଗଡ଼ ଶାଖା ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ବୃନ୍ଦ ଜିଲ୍ଲା ରେ ଖରିଫ ରୁତୁ ଧାନ ବିକ୍ରି ପାଇଁ ଚାଷୀ ମାନଙ୍କ ପଞ୍ଜୀ କରଣ ପାଇଁ କରାଯାଇଥିବା ବଂଶୀୟ ସହମତି ,ଅଂଶୀଦାର ଙ୍କ ପଞ୍ଜୀକୃତ ସ୍ଥାନ ରେ ଉପସ୍ଥିତି,ଆଖି ସ୍କାନ... 

      Ad..


ଓ ସହମତି ପ୍ରଦାନ ଆଦି ପ୍ରକ୍ରିୟା ପ୍ରକୃତ ଚାଷୀ ଙ୍କ ପାଇଁ କଷ୍ଟ ସାଧ୍ୟ ଓ ଅସମ୍ଭବ ହୋଇ ପଢୁଥିବା ବେଳେ ଏହି ନିୟମ ପ୍ରଣୟନ ରେ ଜିଲ୍ଲା ର ୭୦ ପ୍ରତିଶତ ଚାଷୀ ଧାନ ବିକ୍ରି ରୁ ବଞ୍ଚିତ ହେବେ ବୋଲି ଉଲ୍ଲେଖ କରି ଏହି ନିୟମ କୁ ତୁରନ୍ତ ପ୍ରତ୍ୟାହାର କରି ପୁରୁଣା ପଦ୍ଧତି ରେ ସହଜ ଓ ସରଳ ଉପାୟ ରେ ଚାଷୀ ମାନେ କିପରି ନିଜ ନାମ...

Ad..


ପଂଜି କରଣ କରିବା ସହିତ ଧାନ ବିକ୍ରୟ କରି ପାରିବେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସ୍ଥାନୀୟ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରାଯାଇଛି ।

Ad..


ଏହି ଅବସର ରେ ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ରୀତା ସାହୁ,ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ,ପୌର ଅଧ୍ୟକ୍ଷା କଳ୍ପନା ମାଝୀ,ଯୁବ ନେତା ପ୍ରଦ୍ୟୁମ୍ନ ତ୍ରିପାଠୀ, ପ୍ରଫୁଲ୍ଲ କୁମାର ନାଏକ,କିଶୋର ମିଶ୍ର ବରିଷ୍ଠ ନେତା ଲାଲ ବିକ୍ରମ ସିଂହ ଦେଓ...

ଦେବାନନ୍ଦ ଗଡତୀଆ,ସତ୍ୟଜିତ ପୁରୋହିତ ,ଗୌରହରି ମିଶ୍ର,ସୁଶାନ୍ତ ମିଶ୍ର,କିଶୋର ଦେବତା,ହରିଶଙ୍କର ବେହେରା, ଗଣ ତନ୍ତ୍ର ପ୍ରଧାନ,ସୁବ୍ରତ ବେହେରା,କୁଳମଣି ପ୍ରଧାନ ମଧୁ ସାହୁ, ସାହୁ,ଦିଲ୍ଲୀପ ପ୍ରଧାନ,ସୁରେନ୍ଦ୍ର ପ୍ରଧାନ,ପିଙ୍କି ବଢେଇ,ସୁଜିତ୍ ପଣ୍ଡା,ଡୋଳାମଣି କ୍ଷେତି,ସୁପ୍ରଭା ମହାଲିଂଗ,ପ୍ରହଲ୍ଲାଦ ଭୋଇ,ରାମ ବାବୁ...

ଗୁଲି ରାଜୁ ପ୍ରମୁଖ ଙ୍କ ସମେତ ଶତାଧିକ ବିଜେଡି ନେତ୍ରୁ ମଣ୍ଡଳୀ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍ ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଚାଷୀ ମାନଙ୍କ ପଂଜୀ କରଣ ଓ ଧାନ ବିକ୍ରି ସମସ୍ୟା କୁ ତୁରନ୍ତ ସମାଧାନ କରିବା ପାଇଁ ଦାବି ଜଣାଇ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ଯଦି ରାଜ୍ଯ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବେ ନାହିଁ ତା ହେଲେ ବିଜୁ ଜନତା ଦଳ ଆଗାମୀ ଦିନରେ ଜିଲ୍ଲା ରାଜସ୍ବ ବିଭାଗର ସମସ୍ତ ରାଜସ୍ବ ନୀରିକ୍ଷକ କଂ କାର୍ଯ୍ଯାଳୟ ତହସିଲ କାର୍ଯ୍ଯାଳୟ ସମେତ ସମବାୟ ବିଭାଗର ଏର୍ ସି ଏସ୍ କାର୍ଯ୍ଯାଳୟ ସହ ଜିଲ୍ଲାପାଳ କାର୍ଯ୍ଯଳୟ ଘେରାଓ କରାଯିବା ସହ ଚାଷୀକଂ ସ୍ବାର୍ଥ ଦୃଷ୍ଟୀ ରୁ ଯେ କୌଣସି ପଦକ୍ଷେପ ନେବାକୁ ବିଜେଡି ବାଧ୍ଯ ହେବ ବୋଲି ପୁର୍ବତନ ବିଧାୟକ ଦେବେଶ ଆଚାର୍ଯ୍ଯ ପ୍ରକାଶ କରିଛନ୍ତି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post