ଜିଲ୍ଲା ସ୍ବାସ୍ଥ୍ୟ ସମିତି ଓ ଜନ ସ୍ବାସ୍ଥ୍ୟ ବିଭାଗ ଆନୁକୁଲ୍ୟରେ "ହେପାଟାଇଟିସ" ଦିବସ ଉପଲକ୍ଷେ ତର୍କ ପ୍ରତିଯୋଗିତା...
ବରଗଡ଼, ୨୫/୦୭ : ସ୍ଥାନୀୟ ରାଣା ପ୍ରତାପ ସ୍କୁଲ ପରିସର ରେ ବରଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଓ ଜନ ସ୍ୱାସ୍ଥ୍ୟ ବିଭାଗ ଆନୁକୁଲ୍ୟରେ ଆସନ୍ତା ୨୮ ତାରିଖ ରେ ପାଳିତ ହେବାକୁ ଥିବା "ହେପାଟାଇଟିସ ଦିବସ" ଉପଲକ୍ଷେ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି।
Ad..
ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ ଜିଲ୍ଲା ତଥ୍ୟ ପ୍ରବନ୍ଧକ ଅଜିତ ମେହେର ଓ ସ୍ଵାସ୍ଥ୍ୟ ପରିଦର୍ଶକ ତେଜ ଭାନୁ ସାହୁ ପ୍ରମୁଖ ଙ୍କ ଉପସ୍ଥିତି ରେ ଅନୁଷ୍ଟିତ ଏହି ପ୍ରତିଯୋଗିତା ରେ ବିଚାରକ ଭାବେ ଡ଼ ଡୋଳା ମଣି ସତପଥି ,ଅବସର ପ୍ରାପ୍ତ ଶିକ୍ଷକ କପିଲ ବାଗ ପ୍ରମୁଖ ଯୋଗ ଦେଇଥିଲେ।
Ad..
ପ୍ରତିଯୋଗିତା ରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସାଲିନି ସା ପ୍ରଥମ ସ୍ଥାନ ଓ ଦଶମ ଶ୍ରେଣୀ ଛାତ୍ରୀ ଧରିତ୍ରୀ ରାଉତ ଦ୍ବିତୀୟ ଓ ଦଶମ ଶ୍ରେଣୀ ଛାତ୍ରୀ ପ୍ରାଚୀ ଭୋସାଗର ତୃତୀୟ ସ୍ଥାନ ଅଧିକାର କରିଥିଲେ ।
Ad..
ତେବେ ଆସନ୍ତା ୨୮ ତାରିଖ ରେ ହେପାଟାଇଟିସ ଦିବସ ଅବସର ରେ କୃତି ପ୍ରତି ଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ସମିତି ଓ ଜନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା।
Report : Bijay ku sahu
Edited by k.s thakur...




