ଗଣଦୁଷ୍କର୍ମ ମାମଲା ; ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ର ମାଲକାନଗିରି ଗସ୍ତ...
ମାଲକାନଗିରି, ୨୫/୦୭: ବିଜୁ ଜନତା ଦଳର ରାଜ୍ୟ ସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଶୁକ୍ରବାର ମାଲକାନଗିରି ଗସ୍ତ କରିଛି । ଗଣଦୁଷ୍କର୍ମ ମାମଲାର ସତ୍ୟାସତ୍ୟ ଅନୁଧ୍ୟାନ କରି ହସ୍ପିଟାଲରେ ପୀଡିତାଙ୍କୁ ଭେଟି ଆଲୋଚନା କରିଛନ୍ତି ଟିମର ସଦସ୍ୟ ।
Ad..
ମାଲକାନଗିରି ଜିଲ୍ଲାରେ ଗତ ରବିବାର ଦିନ ଜଣେ ନାବାଳିକାଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ମାମଲାର ସତ୍ୟତା ସାମ୍ନାକୁ ଆଣିବା ପାଇଁ ଏବଂ ପୀଡିତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ନିମନ୍ତେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମାଲକାନଗିରି ଗସ୍ତରେ ଆସି ସମୀକ୍ଷା କରିଛନ୍ତି।
Ad..
ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ସାଂସଦ ରମେଶ ମାଝୀ, ପ୍ରଦୀପ ମାଝୀ ଜିଲ୍ଲା ଗସ୍ତରେ ଆସି ଗଣଦୁଷ୍କର୍ମ ମାମଲାର ପୀଡିତାଙ୍କୁ ହସ୍ପିଟାଲରେ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ତ୍ତମାନ ପୀଡିତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କ ପରିବାର ସହ ମଧ୍ୟ ଆଲୋଚନା କରିଥିଲେ।
Ad..
ଏହି ଟିମ୍ରେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ, ମାଲକାନଗିରି ପୌର ଅଧ୍ୟକ୍ଷ ମନୋଜ ବାରିକ, ଉପଧ୍ୟକ୍ଷା କବିତା ମହନ୍ତଙ୍କ ସହ ଦଳର ବରିଷ୍ଠ ନେତୃ ମଣ୍ଡଳୀ, ବିଜେଡି ଦଳର ନିର୍ବାଚିତ ଲୋକ ପ୍ରତିନିଧି ପ୍ରମୁଖ ପୀଡିତା ଓ ତାଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଇଥିଲେ।
ଏହା ସହ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ମଧ୍ୟ ପଚାରି ବୁଝିବା ସହ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପରାମର୍ଶ ଦେଇଥିଲେ।
ପୀଡିତାଙ୍କ ଚିକିତ୍ସା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ତତ୍ପର ଥିବା ସହ ଉତ୍ତମ ସେବା ଯୋଗାଉ ଥିବା ଜିଲ୍ଲା ମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବ୍ରଜବନ୍ଧୁ ଦାଶ ପ୍ରକାଶ କରିଛନ୍ତି।
Edited by k.s thakur...
Tags:
bjd
factory finding team
gang rape case
latest news
latest update
malkangiri
odisha daily current affairs




