ଭୁବନେଶ୍ବରରେ ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ...

ଭୁବନେଶ୍ବରରେ ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ...

ଭୁବନେଶ୍ୱର,୧୧/୦୭ : ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓଡ଼ିଶାରେ ପହଂଚିଛନ୍ତି। କଂଗ୍ରେସ ପକ୍ଷରୁ ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ‘ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ମହାସମାବେଶରେ ସେ ଯୋଗ ଦେବାକୁ ଓଡ଼ିଶାରେ ପହଂଚିଥିବାବେଳେ ଏବେ ରୋଡ଼ ସୋରେ ସାମିଲ ହୋଇଛନ୍ତି।
      Ad..


ବିଶେଷ କରି ରାହୁଲଙ୍କ ଟିକେ ଝଲକ ପାଇବାକୁ ବିମାନବନ୍ଦରରୁ ଆରମ୍ଭ କରି ବରମୁଣ୍ଡା ପଡିଆ ଯାଏଁ କଂଗ୍ରେସ କର୍ମୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିବାବେଳେ ରାଜଧାନୀରେ ଆଜି କଂଗ୍ରେସ କର୍ମୀଙ୍କ ବିପୁଳ ଗହଳି ଦେଖିବାକୁ ମିଳିଛି। ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ରାହୁଲ୍‌ଙ୍କ ପ୍ରଥମ ଓଡ଼ିଶା ଗସ୍ତ। 
   Ad..
ତେଣୁ ରାହୁଲଙ୍କ ଏହି ଗସ୍ତକୁ ରାଜନୈତିକ ମହଲରେ ବେଶ୍‌ ଗୁରୁତ୍ବ ଦିଆଯାଉଛି।  ରାଜ୍ୟରେ ବିରୋଧୀ ଦଳ ଭାବେ କଂଗ୍ରେସର ପ୍ରଦର୍ଶନ ଭଲ ଥିଲା ବେଳେ ରାହୁଲଙ୍କ ଗସ୍ତ କଂଗ୍ରେସର ସ୍ଥିତିକୁ ଆହୁରି ମଜଭୁତ କରିବ ବୋଲି ନେତା ଓ କର୍ମୀମାନେ ଆଶା ରଖିଛନ୍ତି। 
Ad..


ତାଙ୍କର ଗସ୍ତକୁ ନେଇ ରାଜ୍ୟ କଂଗ୍ରେସରେ ବେଶ୍‌ ଉତ୍ସାହ ଦେଖାଦେଇଛି। ସମାବେଶକୁ ସଫଳ କରିବା ପାଇଁ ପିସିସି ସଭାପତି ଭକ୍ତଚରଣ ଦାସଙ୍କଠାରୁ ଆରମ୍ଭ କରି ବରିଷ୍ଠ ନେତା, ଯୁବ ଓ ଛାତ୍ର କଂଗ୍ରେସ ମଧ୍ୟ ସମସ୍ତ ବଳ ଖଟାଇଛନ୍ତି। 

ରାହୁଲ୍‌ଙ୍କ ସହ ଏଆଇସିସିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ମଧ୍ୟ ଓଡ଼ିଶା ଆସୁଛନ୍ତି। 






Edited by k.s thakur...



Post a Comment

Previous Post Next Post