ମେଟାବଲିକ୍ ହୋରାଇଜନ୍ ସମ୍ମିଳନୀ ; ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...
ଭୁବନେଶ୍ୱର,୧୧/୦୭: ଆସନ୍ତା ୧୨ ତାରିଖରୁ ଭୁବନେଶ୍ୱରର ଏକ ହୋଟେଲରେ ଦୁଇଦିନିଆ ‘ମେଟାବଲିକ୍ ହୋରାଇଜନ୍ ସମ୍ମିଳନୀ-୨୦୨୫’ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
Ad..
ବିଜେପି ସଭାପତି ମନମୋହନ ସାମଲ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମଧ୍ୟ ଯୋଗ ଦେବେ ବୋଲି ମେଟାବଲିକ୍ ହୋରାଇଜନ୍ ସମ୍ମିଳନୀ ଅଧ୍ୟକ୍ଷ ଡାକ୍ତର ଅରୁଣ ଚୌଧୁରୀ ସୂଚନା ଦେଇଛନ୍ତି।
Ad..
ସେ କହିଛନ୍ତି, ଏଥିରେ ମାନସିକ, ଶାରୀରିକ ଓ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯିବ। ସଭାପତି ପ୍ରଫେସର ଅଭୟ ସାହୁ କହିଛନ୍ତି, ଏବେ ମଧୁମେହ, ଉଚ୍ଚ ରକ୍ତଚାପ, ମୋଟାପଣ, ହୃଦ୍ଘାତ ଓ କୋଲେଷ୍ଟୋରେଲ ଭଳି ଅଣସଂକ୍ରମଣ ରୋଗ ବଢ଼ିବାରେ ଲାଗିଛି ।
Ad..
ତେଣୁ ଏହି ରୋଗ ସଂପର୍କରେ ବିଶେଷଜ୍ଞ ମତ ରଖିବେ ।ଅନ୍ୟପକ୍ଷରେ ପ୍ରତି ୩ ମାସରେ ବିଶେଷଜ୍ଞ ଦ୍ୱାରା ଅଣସଂକ୍ରମଣ ଶିବିର କରାଯାଇ ମାଗଣା ପରୀକ୍ଷା କରାଯିବ ।କାର୍ଯ୍ୟକାରୀ ସମ୍ପାଦକ ଡାକ୍ତର ରିତେଶ ଅଗ୍ରୱାଲ କହିଛନ୍ତି, ୩୦ ଜଣ ଜାତୀୟସ୍ତରର ବିଶେଷଜ୍ଞ ରୋଗ ସମ୍ବନ୍ଧୀୟ ପରାମର୍ଶ ଦେବେ।
ସମ୍ପାଦକ ସ୍ୱୟଂସିଦ୍ଧ ମଙ୍ଗରାଜ କହିଛନ୍ତି, ଏବେ ହାଡ଼ ଜନିତ ରୋଗ ବଢ଼ିବାରେ ଲାଗିଛି । ଏହାର ଉପଯୁକ୍ତ ଚିକିତ୍ସା ଉପରେ ଜ୍ଞାନ ଦିଆଯିବ। ଡାକ୍ତର ଉତ୍କଳ ଖାଡ଼ାଙ୍ଗା ଓ ଡାକ୍ତର ସତ୍ୟଜିତ ତ୍ରିପାଠୀ କହିଛନ୍ତି, ଏହି ସମ୍ମିଳନୀରେ ଯୋଗ ଓ ଖାଦ୍ୟ ଗ୍ରହଣ ଉପରେ ଆଲୋଚନା ହେବ।
Edited by k.s thakur...




