ଭଟଲି ରେ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ଆନୁକୁଲ୍ୟରେ ଗୁରୁ ପୂର୍ଣ୍ଣିମା ଓ ସଙ୍କୀର୍ତ୍ତନ ସଂସ୍କୃତି ଜାଗରଣ ଶୋଭାଯାତ୍ରା...

ଭଟଲି ରେ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ଆନୁକୁଲ୍ୟରେ ଗୁରୁ ପୂର୍ଣ୍ଣିମା ଓ ସଙ୍କୀର୍ତ୍ତନ ସଂସ୍କୃତି ଜାଗରଣ ଶୋଭାଯାତ୍ରା...


ବରଗଡ଼ ୧୦/୦୭ : ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ଆନୁକୁଲ୍ୟରେ ଭଟଲି ଠାରେ ପବିତ୍ର ଗୁରୁ ପୂର୍ଣ୍ଣିମା ଓ ମହର୍ଷି ବ୍ୟାସ ଦେବ ଜନ୍ମୋତ୍ସବ ପାଳିତ ହୋଇଯାଇଛି।

     Ad..


ଏହି ଅବସର ରେ ପରିଷଦ ର ଅଧ୍ୟକ୍ଷ ପ୍ରମୋଦ ଦାଶ ଓ ସମ୍ପାଦକ ପଣ୍ଡିତ ଜୟଦେବ ପଣ୍ଡା ଙ୍କ  ପ୍ରତ୍ୟକ୍ଷ ତତ୍ବାବଧାନରେ ଭଟଲୀ ଶ୍ରୀ ଶ୍ରୀ ଦଧିବାମନ ମନ୍ଦିର ରେ ପୂଜାର୍ଚ୍ଚନା କରାଯାଇ ସଙ୍କୀର୍ତ୍ତନ ସଂସ୍କୃତି ଜାଗରଣ ପାଇଁ ଏକ ବିରାଟ ଶୋଭାଯାତ୍ରା ରେ ଶ୍ରୀ ଶ୍ୟାମ ମନ୍ଦିର ହୋଇ କୁଶମପୁରୀ ଜଗନ୍ନାଥ ମନ୍ଦିର ରେ ପହଞ୍ଚିଥିଲା।

     Ad..


ସ୍ଥାନୀୟ କଲ୍ୟାଣ ମଣ୍ଡପ ରେ ଗୁରୁ ପୂଜନ ଉତ୍ସବ ଅନୁଷ୍ଟିତ ହୋଇ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ସଙ୍କୀର୍ତ୍ତନ  ଗାୟକ ଓ ମୃଦଙ୍ଗ ବାଦକ ଗୁରୁ ମାନଙ୍କୁ ଫୁଲ ଚନ୍ଦନ ଓ ନାମାବଳୀ ଦେଇ ପୂଜା ଅର୍ଚ୍ଚନା କରାଯାଇଥିଲା।

Ad..


ଦ୍ବିତୀୟ ଅଧିବେଶନ ପରିଷଦ ର ଅଧ୍ୟକ୍ଷ ପ୍ରମୋଦ ଦାଶ ଙ୍କ ଅଧ୍ୟକ୍ଷତା ଓ ପଣ୍ଡିତ ଗୋପବନ୍ଧୁ ପୁରୋହିତ ଙ୍କ ସଂଯୋଜନା  ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଉପ ସଭାପତି କବି ଦେବେନ୍ଦ୍ର ସାହୁ, ସମ୍ପାଦକ ପଣ୍ଡିତ ଜୟ ଦେବ ପଣ୍ଡା ଉପସ୍ଥିତ ରହି ପରିଷଦ ର ଆଭିମୁଖ୍ୟ ଉପସ୍ଥାପନ କରି ଗୁରୁ ପରମ୍ପରା ଓ ଭାରତୀୟ ସଂସ୍କୃତି ର ମୂଳାଧାର ସଙ୍କୀର୍ତ୍ତନ ବୋଲି ଉଲ୍ଲେଖ କରିଥିଲେ।

ଏହି ଅବସର ରେ  ବିଶିଷ୍ଟ ଅତିଥି ଭାବେ ସମାଜସେବୀ ବଜରଙ୍ଗ ଅଗ୍ରୱାଲ,ପରିଷଦ ର ଆଜୀବନ ସଦସ୍ୟ ଅର୍ଜୁନ ସେଟ୍ ଉପଦେଷ୍ଟା ଲଳିତ ମୋହନ ପଣ୍ଡା, ଗୁରୁ ସୁଶିଲ ଦାଶ ,ପଞ୍ଚାନନ ବାଗ,ଭରତ ପ୍ରଧାନ ପ୍ରମୁଖ ଯୋଗ ଦେଇ ସଙ୍କୀର୍ତ୍ତନ ରେ ପୂଜ୍ୟ ପୂଜା ସଂସ୍କୃତି ଓ ମହର୍ଷି ବ୍ୟାସ ଦେବ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।

ଏହି ଅବସର ରେ ସଙ୍କୀର୍ତ୍ତନ ସଂସ୍କୃତି ସୁରକ୍ଷା ପାଇଁ କାର୍ଯ୍ୟ କରି ଆସୁଥିବା ଜିଲ୍ଲା ର ଶତାଧିକ ଗାୟକ ଓ ମୃଦଙ୍ଗ ବାଦକ ଙ୍କୁ ପରିଷଦ ତରଫରୁ ମାନ ପତ୍ର ପ୍ରଦାନ କରାଯାଇଥିବା ବେଳେ ଉପସ୍ଥିତ ପାଞ୍ଚ ଶହ ରୁ ଉର୍ଦ୍ଧ ସଙ୍କୀର୍ତ୍ତନ କଳାକାର ଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା ।

ସଙ୍କୀର୍ତ୍ତନ ସଂସ୍କୃତି ସୁରକ୍ଷା ଓ ପ୍ରସାର  ପାଇଁ ବିଶିଷ୍ଟ ଧର୍ମ ସଂରକ୍ଷକ ପ୍ରଦୀପ ପଟ୍ଟନାୟକ ,ବିନୋଦ ଅଗ୍ରୱାଲ,ପବନ ଅଗ୍ରୱାଲ,ବଜରଙ୍ଗ ଅଗ୍ରୱାଲ  ପ୍ରମୁଖ  ଆର୍ଥିକ ସହଯୋଗ କରିଥିବାରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ପରିଷଦ ର ସମସ୍ତ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।



Report : Bijay ku sahu

Edited by k.s thakur...


Post a Comment

Previous Post Next Post