ଗୋପାଳପୁର ଗଣଦୁଷ୍କର୍ମ ମାମଲା ; ଉତ୍ସବରୁ ବାହାରି ମହିଳାଙ୍କ ସୁରକ୍ଷା କରନ୍ତୁ ସରକାର: ବିଜେଡି...
ଭୁବନେଶ୍ୱର,୧୮/୦୬ : ରାଜ୍ୟ ବିଜେପି ସରକାର ଆତ୍ମପ୍ରଚାର ଓ ଉତ୍ସବ ପାଳନରେ ବିଭୋର ଥିଲା ବେଳେ ପବିତ୍ର ରଜ ପର୍ବରେ ବେଳାଭୂମିକୁ ଖୁସି ମନାଇବା ପାଇଁ ଆସିଥିବା ଏକ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମର ଶୀକାର ହେବାକୁ ପଡିଛି।
Ad..
ଗୋପାଳପୁର ବେଳାଭୂମିରେ ମହିଳାଙ୍କୁ ସୁରକ୍ଷା ଦେବାରେ ସରକାରଙ୍କ ବିଫଳତାକୁ ନେଇ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଓ ମୁଖପାତ୍ର ତୁମ୍ବନାଥ ପଣ୍ଡା ।
Ad..
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଥିଲେ ଯେ, ଗୋପାଳପୁର ଭଳି ଏକ ଆନ୍ତର୍ଜାତୀୟ ଖ୍ୟାତି ସଂପର୍ଣ୍ଣ ପର୍ଯ୍ୟଟନସ୍ଥଳୀରେ ଏହି ଭଳି ଘୃଣ୍ୟ ଘଟଣା ରାଜ୍ୟବାସୀଙ୍କୁ ବିଚଳିତ କରିଛି। ରାଜ୍ୟ ସରକାର ବର୍ଷପୂରାଣୀ ଉତ୍ସବରେ ବିଭୋର ଥିଲା ବେଳେ ରାଜ୍ୟବାସୀଙ୍କ ସୁରକ୍ଷା ପ୍ରତି ସମ୍ବେଦନହୀନ ହୋଇପଡିଛନ୍ତି।
ସରକାରକୁ ଆସିଲା ପରେ ରାଜ୍ୟରେ ମହିଳା ବିରୋଧୀ ହିଂସା ଉଦ୍ବେଗଜନକ ଭାବେ ବୃଦ୍ଧି ପାଇବା ସହ ଅପରାଧ କ୍ଷେତ୍ରରେ ଓଡିଶା ସର୍ବଭାରତୀୟ ସ୍ତରରେ ୮ମ ସ୍ଥାନରେ ପହଞ୍ଚି ଯାଇଛି । ଗତ ଏକ ବର୍ଷ ମଧ୍ୟରେ ୩୩ ପ୍ରତିଶତ ଫୈଜଦାରୀ ମୋକଦମା ବୃଦ୍ଧି ପାଇବା ସହ ଦୁଷ୍କର୍ମ ହାର ୮ ପ୍ରତିଶତ ବଢିଛି ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ପର୍ଯ୍ୟଟନ ସ୍ଥଳୀରେ ମହିଳାମାନଙ୍କ ସୁରକ୍ଷାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ରାଜ୍ୟ ସରକାର କଠୋର ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ତେଣୁ ନିଜ ଉପରକୁ ନୈତିକ ଦାୟିତ୍ୱ ନେଇ ରାଜ୍ୟର ପର୍ଯ୍ୟଟନ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତୁରନ୍ତ ଇସ୍ତଫା ପ୍ରଦାନ କରନ୍ତୁ ବୋଲି ଡ. ସାମନ୍ତସିଂହାର ଦାବି କରିଥିଲେ ।
ସେହିପରି ମୁଖପାତ୍ର ଶ୍ରୀ ପଣ୍ଡା କହିଥିଲେ, ପର୍ଯ୍ୟଟନର ବିକାଶ ପାଇଁ ଡିଣ୍ଡିମ୍ ପିଟୁଥିବା ବିଜେପି ସରକାର ଏଭଳି ସମ୍ବେଦନଶୀଳ ଘଟଣାକୁ ଅଣଦେଖା କରି ସାରା ଦେଶରେ ଓଡିଶାକୁ ଲଜ୍ଜିତ କରିଛନ୍ତି ଓ ଗୋପାଳପୁର ବେଳାଭୂମିର ଗାରିମାକୁ ସରକାର କ୍ଷୁର୍ଣ୍ଣ କରିଛନ୍ତି ।
ଏ ସରକାରରେ ଘରୁ ମହିଳାଟିଏ ଗୋଡ କାଢିଲେ ସୁରକ୍ଷିତ ଫେରିବା ପାଇଁ ନିଶ୍ଚିତ ହୋଇପାରୁନାହିଁ । ପୋଲିସ ବ୍ୟବସ୍ଥାକୁ ଦଳୀୟ କାର୍ଯ୍ୟରେ ନିୟୋଜିତ କରିବା ଦ୍ୱାରା ଅପରାଧୀଙ୍କର ଆଉ ଭୟ ରହୁନାହିଁ ଏବଂ ଏଭଳି ବେଧଡକ ଜଘନ୍ୟକାଣ୍ଡ ଭିଆଉଛନ୍ତି ।
Edited by k.s thakur...



