ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନା ରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ଆଣିଲେ ଓଡିଶା ଅଭିଭାବକ ମହାସଂଘ...

ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନା ରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ଆଣିଲେ ଓଡିଶା ଅଭିଭାବକ ମହାସଂଘ...


ବରଗଡ଼,୧୮/୦୬ : ଆଜି ଓଡିଶା ଅଭିଭାବକ ମହାସଂଘ ବରଗଡ ଜିଲ୍ଲାର ର ଏକ ପ୍ରତିନିଧି ଦଳ ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଯାଇ ବରଗଡ ସିମେଣ୍ଟ ନଗର ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନା ରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ କରିଥିଲେ।

           Ad..


ବରଗଡ ସହର ର ବେସରକାରୀ ଶିକ୍ଷା ଅନୁଷ୍ଠାନ ରେନବୋ ପବ୍ଲିକ ସ୍କୁଲ ବିନା ସିକୃତୀ ରେ ବେଆଇନ ଭାବେ ଅନୁଷ୍ଠାନକୁ ଚଳାଉଥିବା ଆଦି ଆଭିଯୋଗ କୁ ନେଇ ଏକ ଦାବୀପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତି ରେ ସହ - ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ପ୍ରଦାନ କରାଯାଇଛି।

         Ad..


ତୁରନ୍ତ ଆବଶ୍ୟକ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଥିଲା। ଏହି ଅବସର ରେ ମହସଂଘ ର ସଭାପତି ବିମଳ କୁମାର ଦାଶ, ବାଲ୍ମିକୀ ଷଡ଼ଙ୍ଗୀ, ପିଣ୍ଟୁ ଶତପଥୀ, କମଳ ସରାଫ, ନାଭ ଚୌଭାନ,ଉମାକାନ୍ତ ପାଣିଗ୍ରାହୀ, ସୁଶାନ୍ତ ସାହୁ, ବୃନ୍ଦାବନ ବେହେରା, ଛଟୁ ପାଣଗ୍ରାହୀ ଆଦି ଉପସ୍ଥିତି ଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post