ବିଷାକ୍ତ ପାଣିରୁ ବ୍ୟାପୁଛି ଡାଇରିଆ ; କେନ୍ଦ୍ରୀୟ ଟିମ୍ ର ରିପୋର୍ଟ ପ୍ରଦାନ...

ବିଷାକ୍ତ ପାଣିରୁ ବ୍ୟାପୁଛି ଡାଇରିଆ ; କେନ୍ଦ୍ରୀୟ ଟିମ୍ ର ରିପୋର୍ଟ ପ୍ରଦାନ...


ଭୁବନେଶ୍ୱର, ୧୮/୦୬ : ବିଷାକ୍ତ ପାଣିରୁ ବ୍ୟାପୁଛି ଡାଇରିଆ। ରିପୋର୍ଟ ଦେଲା କେନ୍ଦ୍ରୀୟ ଟିମ୍। ଫିଲ୍ଡ ଭିଜିଟ୍ ବେଳେ ପାଣିରୁ ଡାଇରିଆ ବ୍ୟାପୁଥିବା ନେଇ କେନ୍ଦ୍ରୀୟ ଟିମ୍ ଜାଣିବାକୁ ପାଇଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି। 

           Ad..


ଯାଜପୁର ଜିଲ୍ଲାରେ ଡାଇରିଆ ସ୍ଥିତିକୁ ନେଇ ଲୋକସେବା ଭବନରେ କେନ୍ଦ୍ରୀୟ ଟିମ୍ ସହ ସ୍ୱାସ୍ଥ୍ୟ ବିଭାଗର ବୈଠକ ଚାଲିଛି। ଆଗକୁ ଡାଇରିଆ ନିୟନ୍ତ୍ରଣକୁ ଆଣିବା ପାଇଁ କଣ ସବୁ ପଦକ୍ଷେପ ନିଆଯିବ ସେନେଇ କେନ୍ଦ୍ରୀୟ ଟିମ୍ ସରକାରଙ୍କୁ ପରାମର୍ଶ ଦେବେ ବୋଲି ଜଣାପଡିଛି। 

        Ad..


ସପ୍ତାହେ ହେଲାଣି ରାଜ୍ୟର ୯ ଜିଲ୍ଲାରେ ଝାଡ଼ାବାନ୍ତି ସଂକ୍ରମଣ ଥମିବାର ନାଁ ଧରୁନି । ପ୍ରତିଦିନ ନୂଆ ଝାଡ଼ାବାନ୍ତି ରୋଗୀ ଚିହ୍ନଟ ହେଉଛନ୍ତି । ପ୍ରଭାବିତ ଜିଲ୍ଲାକୁ ବାଦ ଦେଇ ଅନ୍ୟ ଜିଲ୍ଲାରେ ଯେପରି ଝାଡ଼ାବାନ୍ତି ନ ବ୍ୟାପିବ ସେଥିପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ସମସ୍ତ ଜିଲ୍ଲାକୁ ‘ହାଇଆଲର୍ଟ’ରେ ରଖିଛନ୍ତି । 

ସ୍ଥିତି ନେଇ ରାଜ୍ୟ ଓ ଜିଲ୍ଲାସ୍ତରରେ ଘନ ଘନ ସମୀକ୍ଷା ଚାଲିଛି । ସଂକ୍ରମିତ ଜିଲ୍ଲାରେ ଡାକ୍ତରୀ ଟିମ୍‌ ସହିତ ବିଶେଷଜ୍ଞ ଦଳ ମୁତୟନ ହୋଇଛନ୍ତି । ଗତକାଲି ୨୯୮ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରେ ମଙ୍ଗଳବାର ୧୮୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗୁରୁତର ଅବସ୍ଥାରେ ୧୫ ରୋଗୀଙ୍କୁ କଟକ ଏସ୍‌ସିବିକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। 

ବର୍ତ୍ତମାନ ସୁଦ୍ଧା ୧୭୨ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୯୩ ଜଣ ଚିକିତ୍ସିତ ହେଉଛନ୍ତି । ସୁକିନ୍ଦା, ଦାନାଗଦି, କୋରେଇ, ଧର୍ମଶାଳା, ରସୁଲପୁର ଓ ଯାଜପୁର ସମେତ ଦୁଇ ପୌରପାଳିକାରେ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । 

ଏଠାରେ ସ୍ୱାସ୍ଥ୍ୟ ଟିମ୍‌ ଡ଼େରା ପକାଇ ରହିଥିବା ବେଳେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ ସମୀକ୍ଷା କରୁଛନ୍ତି । ଢେଙ୍କାନାଳ ଜିଲ୍ଲା ଭୁବନରେ ୨ ଓ ଗଁଦିଆରେ ୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ଜଣ ଚିକିତ୍ସିତ ଅଛନ୍ତି । ଭଦ୍ରକରେ ଆଜି ନୂଆ ୬୯ ରୋଗୀ ଚିହ୍ନଟ ହୋଇଛନ୍ତି । ୧୧ ଜଣ ରୋଗୀ ଚିକିତ୍ସାଧିନ ଅଛନ୍ତି । 




Edited by k.s thakur...




Post a Comment

Previous Post Next Post