ଜିଲ୍ଲାପାଳଙ୍କୁ ସାତ ଦଫା ଦାବୀ ପ୍ରଦାନ କଲା ବରଗଡ଼ ନାଗରିକ ମଞ୍ଚ...
ବରଗଡ଼,୧୮/୦୬ : ବରଗଡ ଜିଲ୍ଲାର ବିଭିନ୍ନ ସମସ୍ୟା ତଥା ଉନ୍ନତି ମୂଳକ କାର୍ଯ୍ୟ କୁ ନେଇ ବରଗଡ଼ ନାଗରିକ ମଞ୍ଚ ପକ୍ଷରୁ ସାତ ଦଫା ଦାବୀ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।
Ad..
ମୁଖ୍ୟତଃ ଜିଲ୍ଲା ତଥା ସହରର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ନିଶା କାରବାର, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ଭଳି ପ୍ରସଙ୍ଗ କୁ ପ୍ରାଧାନ୍ୟ ଦେଇ ନାଗରିକ ମଞ୍ଚ ତରଫରୁ ସମ୍ମିଳିତ ଦାବୀପତ୍ର ଦିଆଯାଇଛି।
Ad..
ବହୁ ଚର୍ଚ୍ଚିତ ଲେଙ୍ଗୁ ମିଶ୍ର ଛକ ରୁ ଜୀରା ବ୍ରିଜ ପର୍ଯ୍ୟନ୍ତ ରାସ୍ତା ଜବର ଦଖଲ କୁ ହେଟେଇ ରାସ୍ତା ପ୍ରଶସ୍ତି କରଣ କରିବାକୁ ମଞ୍ଚ ଦାବୀ କରିଛି ସେହିପରି ଜର୍ଜ ହାଇସ୍କୁଲ ପଡିଆ କୁ ଉନ୍ନତି କରଣ ତଥା ସୁରକ୍ଷା, ଆଲୁଅକରଣ କରିବାକୁ ଦାବୀ କରିଛି।
ନବ ନିର୍ମିତ ଜୀରା ବ୍ରିଜକୁ ସ୍ୱାଧୀନତା ସଂଗ୍ରାମୀ ଫକୀର ବେହେରାଙ୍କ ନାମ ରେ ନାମିତ କରିବାକୁ ଦାବୀ ହୋଇଛି। ଇଥାନଲ ପ୍ଲାଣ୍ଟ ରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ଦାବୀ ହୋଇଛି। ବରଗଡ଼ ସହରରେ ରାତ୍ରି କାଳୀନ ଔଷଧ ଦୋକାନ ଖୋଲିବାକୁ ବରଗଡ ନାଗରିକ ମଞ୍ଚ ଦାବୀ କରିଛି।
ସଭାପତି ଭୀଷ୍ମ ଦେବ ସରାଫଙ୍କ ନେତୃତ୍ୱ ରେ ଏହି ଦାବୀ ପତ୍ର ଦିଆଯାଇଥିଲା ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଭବାନୀ ସାହୁ, ଉପସଭାପତି ଶୟନ ପଣ୍ଡା ଓ ଟିଂକୁ ନନ୍ଦ,ସୁରଥ ସାହୁ,ଗୋବିନ୍ଦ ଶର୍ମା,ନିତ୍ୟାନନ୍ଦ ବାଗ, ଶିବାନନ୍ଦ ମଟାରୀ,ନିଖିଳ ପାଣିଗ୍ରାହୀ,ମହେନ୍ଦ୍ର ପୁରୋହିତ,ସଚ୍ଚିଦାନନ୍ଦ ପଣ୍ଡା,ସୁଦାମ ସାହୁ, ଲତିଫ ଖାନ...
ମନୋହର ପ୍ରଧାନ, ସୁଶାନ୍ତ ସାହୁ, ଲାଲା ଦୀପ, ଜି ଭି ରାଓ, ସୁବାଷ ପ୍ରଧାନ, ଜୀବନ ଲାଲ ଚୌଧୁରୀ,ଗଙ୍ଗାଧର ପୂଝାରୀ, ଲଳିତ ମିତ୍ତଳ,ରମେଶ ବେହେରା,ଜିତୁ ମେହେର,ଆଶିଷ ତ୍ରିପାଠୀ,ପଞ୍ଚାନନ ବିର୍ତିଆ, ମୁକୁନ୍ଦ ତାଣ୍ଡି,ଫିରୋଜ ଖାନ,ଅନିରୁଦ୍ଧ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...



