ବରଗଡ଼ ଜିଲ୍ଲା ପଦ୍ମପୁରରେ ବିକାଶ ମେଳା ଅନୁଷ୍ଠିତ...
(ଭିଭିନ୍ନ ଯୋଜନାରେ ସହାୟତା ରାଶି ଏବଂ କାର୍ଯ୍ୟାଦେଶ ପ୍ରଦାନ କଲେ ସ୍ୱସ୍ଥ୍ୟ ମନ୍ତ୍ରୀ)
ବରଗଡ,୧୮/୦୬ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ଆଜି ପଦମପୁର ଇନଡୋର ଷ୍ଟାଡିୟମ ଠାରେ ଉପଖଣ୍ଡ ସ୍ତରୀୟ ବିକାଶ ମେଳାକୁ ବରଗଡ଼ ଜିଲ୍ଲା ପ୍ରଭାରି ତଥା ମାନ୍ୟବର ମନ୍ତ୍ରୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ...
Ad..
ଡ଼ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିବା ସହ ରାଜ୍ୟ ସରକାରଙ୍କ ଏକ ବର୍ଷର ସେବା, ସୁଶାସନ ଓ ସଫଳତାର କଥା କହିଥିଲେ।କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନା ଭଳି ଭିଭିନ୍ନ ସରକାରୀ ଯୋଜନାରେ ସହାୟତା ରାଶି ଏବଂ କାର୍ଯ୍ୟାଦେଶ ପ୍ରଦାନ କରିବା ସହ...
Ad..
ପଦମପୁର ଉପଖଣ୍ଡର ସଫଳ କଳା ଧାନ ଚାଷୀ ଭାବେ ଝାରବନ୍ଦ ବ୍ଲକ ମହାଗାଁର ଶ୍ରୀ ଗୁଣନିଧି ନାୟକ, ଜମରତଲା ଗ୍ରାମର ସଫଳ କପା ଚାଷୀ ଶ୍ରୀ ରବିନ୍ଦ୍ର ସାହୁ, ସଫଳ ସୁଭଦ୍ରା ହିତାଧିକାରୀ ଭାବେ ମହୁଲପାଲିର ଶ୍ରୀମତୀ ଡାଳିମ୍ବ ସାହୁ ଏବଂ ସଫଳ ଲକ୍ଷପତି ଦିଦି ଶ୍ରୀମତୀ ଭୁମିସୁତା ସାହୁଙ୍କ ସମେତ ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷାରେ ନିୟୋଜିତ ବିନ୍ଦ୍ୟବାସିନି ବନ ସୁରକ୍ଷା ସମିତି ଜର୍ଜଗଡ, ଗୁରୁଣ୍ଡା ବନ ସୁରକ୍ଷା ସମିତି, ରାଇବାହାଦୁରପୁର ବନ ସୁରକ୍ଷା ସମିତି ଏବଂ ଧଉଲିବାହାଲ ବନ ସୁରକ୍ଷା ସମିତିକୁ ସମ୍ମାନିତ କରିଛନ୍ତି।
ଏହାପରେ ଅପରାହ୍ନ ୦୩.୦୦ ଘଟିକା ସମୟରେ ଜିଲ୍ଲା ପ୍ରଭାରି ତଥା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ଼ା ମୁକେଶ ମହାଲିଙ୍ଗ ଏବଂ ସାଂସଦ ପ୍ରଦୀପ ପୁରୋହିତ ସର୍ବମୋଟ ୧ କୋଟି ଟଙ୍କା ଅଟକଳ ମୂଲ୍ୟରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ମନ୍ଦିର ପରିସରରେ ବୃକ୍ଷ ରୋପଣ କରିଥିଲେ।
Report : Bijay ku sahu
Edited by k.s thakur...



