ପଦ୍ମପୁର ସରକାରୀ ଡାକ୍ତରଖାନା ବୁଲି ଦେଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ...
[ ବର୍ଷେ ପୂର୍ବରୁ ଯେଉଁ ସମସ୍ୟା ଥିଲା ଆଜି ବି ସେ ସମସ୍ୟା ସ୍ବିକାର କଲେ ମନ୍ତ୍ରୀ ]
ବରଗଡ଼,୧୮/୦୬ : ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ବିକାଶ ମେଳାରେ ଯୋଗଦେବା ପାଇଁ ପଦ୍ମପୁର ଆସିଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନା ବୁଲି ସମସ୍ୟା ବିଷୟରେ ଅବଗତ ହୋଇଥିଲେ।
Ad..
ପଦ୍ମପୁର ସହରର ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କ ବାରମ୍ବାର ଅନୁରୋଧ ଫଳରେ ବାଧ୍ୟ ହୋଇ ମନ୍ତ୍ରୀ ଡାକ୍ତରଖାନା ଗସ୍ତ କରିବା ପରେ ବର୍ଷେ ପୂର୍ବରୁ ଯେଉଭଲି ସମସ୍ୟା ଥିଲା ତାହା ଏବେବି ରହିଛି ଓ ଏହାର ସମାଧାନ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ଯାହାକି ଜନସାଧାରଣ ରେ ଅସନ୍ତୋଷ ଦେଖା ଦେଇଛି।
Ad..
ଠିକ୍ ବର୍ଷ କ ପୃର୍ବରୁ ଯେଉଁ ସମୟରେ ବିଧାୟକ ମୁକେଶ ମହାଲିଙ୍ଗ ସ୍ବାସ୍ଥ୍ୟ ମନ୍ତ୍ରୀ ଦାୟିତ୍ଵ ନେଲେ ସେହ ସମୟରେ ପଦ୍ମପୁର ପ୍ରଥମ ଗସ୍ତ ସମୟରେ ଡାକ୍ତରଖାନା ଆସିଥିଲେ ସେ ସମୟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଡାକ୍ତରଖାନା ଭିତରେ ଦାବି କରାଯାଇଥିଲା।
ଆଜି ବିକାଶ ମେଳାରେ ଯୋଗଦେବା ପାଇଁ ପଦ୍ମପୁର ଆସିଥିବା ସମୟରେ ଡାକ୍ତରଖାନା ଗସ୍ତ ରେ ଆସିଥିଲେ ମନ୍ତ୍ରୀ ଙ୍କୁ ସେହି ଦିନ ର ଦାବି ପୁଣିଥରେ ଦୋହରାଇଛନ୍ତି ଜନସାଧାରଣ। ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ମନ୍ତ୍ରୀ ଙ୍କୁ ଡାକ୍ତରଖାନା ପରିସରରେ ଭେଟି -
ସମସ୍ୟା ମଧ୍ୟରୁ ବର୍ଷା ଜଳ ନିଷ୍କାସନ, ଆବଶ୍ୟକୀୟ ବିଭିନ୍ନ ଜରୁରୀ ଔଷଧ ମହଜୁଦ କରି ରଖିବା, ଚିକିତ୍ସାଳୟର ପରିମଳ ବ୍ୟବସ୍ଥା ଉପରେ ସୁଧାର ଆଣିବା, ଖାଲି ପଡ଼ିଥିବା ନସିଂ ଅଫିସର, ପାରା ମେଡ଼ିକଲ କର୍ମଚାରୀ ତଥା ବିଭିନ୍ନ ବିଭାଗରେ ଖାଲିପଡ଼ି ବା ଡାକ୍ତର ପଦବୀ ପୂରଣ, ଲେବୋରେଟାରୀ ପାଇଁ ବିଭିନ୍ନ ଜିନିଷ କ୍ରୟ...
ଆସବାବ ପତ୍ରର ମରାମତି, ଲିପ୍ଟ୍ର ମରାମତି, ସ୍ବାସ୍ଥ୍ୟ, ରକ୍ତଦାନ ସମ୍ପର୍କିତ ସଚେତନତା ସମେତ ଆବଶ୍ୟକତା ଅନୁପାତରେ ଔଷଧ ଯୋଗାଣ ହେଉନଥିବା, ମନ୍ତ୍ରୀ ଙ୍କ ଦ୍ବାରା ପ୍ରଦତ୍ତ ୧୫ ବର୍ଷ ର ପୁରୁଣା ଶବ ବାହକ ଗାଡି ଫେରସ୍ତ ନେଇଯିବା କୁ ଦାବି ହୋଇଛି। ଯାହା ମନ୍ତ୍ରୀ କେବେ ଦାବି ପୁରଣ କରିବେ ତାହା କୁ ସହର ଜନସାଧାରଣ ଅପେକ୍ଷା କରୁଛନ୍ତି।
Report : Bijay ku sahu
Edited by k.s thakur...



