ରାଜ୍ୟରେ ଆସନ୍ତା ୨୦ ତାରିଖ ଯାଏ ଲାଗି ରହିବ ବର୍ଷା ; ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର...

ରାଜ୍ୟରେ ଆସନ୍ତା ୨୦ ତାରିଖ ଯାଏ ଲାଗି ରହିବ ବର୍ଷା ; ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର...


ଭୁବନେଶ୍ବର,୧୮/୦୬ : ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ସକାଳ ସାଢ଼େ ୫ଟାରେ ଦକ୍ଷିଣପଶ୍ଚିମ ବାଂଲାଦେଶ ପାର୍ଶ୍ୱବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। 

           Ad..


ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବା ସହ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଫଳରେ ସାରା ଓଡ଼ିଶାରେ ମୌସୁମୀ ସକ୍ରିୟ ହୋଇଯାଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୦ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। 

         Ad..


ଆସନ୍ତାକାଲି ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷ‌ା ହେବ। କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ ବି ଭୀଷଣ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଝାରସୁଗୁଡ଼ା, ଦେବଗଡ଼, ଢେଙ୍କାନାଳଅନୁଗୁଳ, ବରଗଡ଼, ସୋନପୁର ଓ ବୌଦ୍ଧ ଆଦିରେ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। 

ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୯ ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ବରଗଡ଼, ସୋନପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ‌ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୦ ତାରିଖ ଦିନ ମଧ୍ୟ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇପାରେ। 

ଏହି ସମୟରେ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମତ୍ସ୍ୟଜୀବୀମାନଙ୍କୁ ଆସନ୍ତାକାଲି ସମୁଦ୍ର ମଧ୍ୟକୁ ପ୍ରବେଶ କରିବାକୁ ବାରଣ କରାଯାଇଛି। ଏତେ ବର୍ଷା ହେବା ସୁଦ୍ଧା ରାଜ୍ୟରେ ଗତ ୧୭ ଦିନରେ ଅର୍ଥାତ ୧ରୁ ୧୭ ଜୁନ୍‌ ମଧ୍ୟରେ ୭୩ ମିମି ବର୍ଷା ରେକର୍ଡ ହୋଇଛି। 

ଯାହାକି ସ୍ବାଭାବିକ ୯୧.୪ ମିମିଠାରୁ ବର୍ଷାଠାରୁ ୨୦% ନିଅଣ୍ଟ। ରାଜ୍ୟରେ ଦେବଗଡ଼ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୧୨୧.୫ ମିମି  ବର୍ଷା ହୋଇଯାଇଥିବା ବେଳେ ୫ ଜିଲ୍ଲାରେ ଅଧିକ ବର୍ଷା, ୧୨ ଜିଲ୍ଲାରେ ସ୍ବାଭାବିକ, ୧୧ ଜିଲ୍ଲାରେ ନିଅଣ୍ଟିଆ ଓ ମାଲକାନଗିରି ଜିଲ୍ଲାରେ ୯୬% ଅତି ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଯାଇଛି। ଲଘୁଚାପ ଓ ମୌସୁମୀଜନିତ ଏହି ବର୍ଷା ରାଜ୍ୟର ନିଅଣ୍ଟିଆ ସ୍ଥିତିକୁ ଦୂର କରିପାରେ ବୋଲି ଆଶା କରାଯାଉଛି।




Edited by k.s thakur...





Post a Comment

Previous Post Next Post