ପୁରୀ ରଥଯାତ୍ରା ପାଇଁ ନବୀନ ପଟ୍ଟନାୟକଙ୍କୁ ଛତିଶା ନିଯୋଗ ସେବାୟତଙ୍କ ଆମନ୍ତ୍ରଣ...

ପୁରୀ ରଥଯାତ୍ରା ପାଇଁ ନବୀନ ପଟ୍ଟନାୟକଙ୍କୁ ଛତିଶା ନିଯୋଗ ସେବାୟତଙ୍କ ଆମନ୍ତ୍ରଣ...


ଭୁବନେଶ୍ଵର,୧୮/୦୬ : ପୁରୀ ଛତିଶା ନିଯୋଗ ସେବାୟତ ମାନଙ୍କର ଏକ ପ୍ରିତିନିଧି ଦଳ ଆଜି ସନ୍ଧ୍ୟାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିଲେ। ଏହି ସାକ୍ଷାତ ସମୟରେ ସେମାନେ ଶ୍ରୀମନ୍ଦିରର ତଥା ପୁରୀ ସହରର ବିକାଶ ପାଇଁ ନବୀନ ପଟ୍ଟନାୟକ ସରକାର ସମୟରେ ହୋଇଥିବା ବିଭିନ୍ନ କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇବା ସହ ରଥଯାତ୍ରାକୁ ଆମନ୍ତ୍ରଣ କରିଥିଲେ।

      Ad..


ଜୁନ ୨୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବରେ ପାଳନ କରିବା ପାଇଁ ପଟ୍ଟନାୟକ ସେବାୟତ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ସାକ୍ଷାତ ସମୟରେ ସାଂସଦ ଶୁଭାଶୀଷ ଖୁଣ୍ଟିଆ ଉପସ୍ଥିତ ଥିଲେ।

            Ad..


ସର୍ବଶ୍ରୀ ସାଇନା ଖୁଣ୍ଟିଆ, ଗୌରହରି ପ୍ରଧାନ, ଲୋକନାଥ ମହାସୁଆର, ରବିଶଙ୍କର ପଢିଆରୀ, କାଶୀନାଥ ମହାସୁଆର, ଦାମୋଦର ପ୍ରତିହାରୀ, ହରିଆ ସୁଆର, ଅସିତ୍‌ ମେକାପ, କୃଷ୍ଣଚନ୍ଦ୍ର ଗୋଚ୍ଛିକାର ଓ ଜମେଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।




Edited by k.s thakur...


Post a Comment

Previous Post Next Post