ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଦଶମ ପରୀକ୍ଷା ସର୍ଟିଫିକେଟ ବଣ୍ଟନ...
ବରଗଡ଼,୨୫/୦୬ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସ୍ଥାନୀୟ ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଗତ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୯୧ ଜଣ ଛାତ୍ରୀ ମାନଙ୍କୁ ଆଜି ସାର୍ଟିଫିକେଟ ଓ ଅନ୍ୟାନ୍ୟ କାଗଜାତ୍ ବଣ୍ଟନ କରାଯାଇଛି ।
Ad..
ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଛାତ୍ରୀମାନଙ୍କୁ ଭବିଷ୍ୟତରେ ସୁନାଗରିକ ହୋଇ ଦେଶ ସେବାରେ ନିଜକୁ ଉତ୍ସର୍ଗୀକୃତ ହେବା ପାଇଁ ଉପଦେଶ ଦେବା ସହ ସମସ୍ତଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।
Ad..
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ଲୋକନାଥ ଭୋଇଙ୍କର ଆଶିଷ ବଚନ ଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିଲା ।ବିଦ୍ୟାଳୟର ଜ୍ୟୋତ୍ସା ରାଣୀ ସାହୁ ,ମାନସ ରଞ୍ଜନଆ ଶତପଥୀ , ପୂଜାରାଣୀ ନାୟକ, ରବୀନା ପଧାନ, ସଂଯୁକ୍ତା ଭୋଇ , ମନୀଷା ଭୋଇ , ବୃନ୍ଦାବତୀ ସାହୁ , ଖୁସବୁ ବରିହା , ଜ୍ୟୋତିରେଖା ମହାନନ୍ଦ ,ଅମନ୍ କୁମାର ପଣ୍ଡା,ପ୍ରଭାତୀ ପଟ୍ଟନାୟକ,ମମତା ମିଶ୍ର ,ନିଳୀମା ରାଣୀ ମହାନ୍ତି,ସୁଷମା ଦାଶ,ଦୁଷ୍ମନ୍ତ ଛତର,କମଳା କୁମ୍ଭାର,ପ୍ରଭାସିନୀ ସାହୁ ଉକ୍ତ କାର୍ଯ୍ୟକୁ ସଫଳ କରିବାରେ ସହଯୋଗ କରିଥିଲେ ।
Report : Bijay ku sahu
Edited by k.s thakur...



