ତୁରେକେଲା କ୍ଳଷ୍ଟରରେ ସମ୍ବିଧାନ ହତ୍ଯା ଦିବସ ପାଳିତ...
କଣ୍ଟାବାଞ୍ଜି,୨୫/୦୬ : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ତୁରେକେଲା କ୍ଳଷ୍ଟରର ବିଭିନ୍ନ ବିଦ୍ୟାଳୟରେ ସମ୍ବିଧାନ ହତ୍ଯା ଦିବସ ପାଳିତ ହୋଇଯାଇଛି।
Ad..
ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ବିଧାନ ହତ୍ଯା ଦିବସର ପଚାଶ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ମାଧବୀଲତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଗୌତମ ପଟେଲ...
Ad..
ଗୋଷ୍ଠୀ ଶିକ୍ଷା ଅଧିକାରୀ,ସମ୍ମାନିତ ଅତିଥି ଭାବରେ ଫକୀର ଚରଣ ବିଶି,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗ ଦେଇଥିଲେ।ଶିକ୍ଷୟିତ୍ରୀ ସୁଦୀପ୍ତା ଜେନା ସ୍ୱ।ଗତ ଅଭିଭାଷଣ ଓ ନିବେଦିତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
ସିଆରସିସି ଦାଶ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବିଧାନ ଓ କାହିଁକି ହତ୍ୟା ଦିବସ ପାଳନ କରାଯାଉଛି ଉପରେ ଆଲୋକପାତ କରିଥିଲେ।ଆଜି ଠାରୁ ଗୋଟିଏ ବର୍ଷ ଏହି ଦିବସ ପାଳନ କରାଯାଇ ଛାତ୍ରଛାତ୍ରୀ, ଜନ ସାଧାରଣ ମାନଙ୍କୁ ସଚେତନ କରାଯିବ ବୋଲି କହିଥିଲେ।
ପରିଶେଷରେ ଉପସ୍ଥିତ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବିଧାନ ଉପରେ ସାଧାରଣ ଜ୍ଞାନ ପ୍ରଶ୍ନ ପଚାରି କୃତି ପ୍ରତିଯୋଗିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଆଗାମୀ ଦିନରେ ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯିବ ବୋଲି ଶ୍ରୀ ଦାଶ ଘୋଷଣା କରିଥିଲେ।
Edited by k.s thakur...



