ଆମ ସଂକଳ୍ପ ନିଶା ନୁହେଁ ଜୀବନ...

ଆମ ସଂକଳ୍ପ ନିଶା ନୁହେଁ ଜୀବନ...


ବରଗଡ଼,୨୫/୦୬ : ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଓଡ଼ିଶା ଅବକାରୀ ବିଭାଗ ଆନୁକୂଲ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ତରୀୟ  ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗୀତା ହୋଇଯାଇଛି ।ଏଥିରେ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ବିଦ୍ୟାଳୟର ୩୫ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। 

            Ad..


ବକ୍ତୃତା ପ୍ରତିଯୋଗିତା  ପ୍ରତିଯୋଗୀତା ରେ  ସାଇ ଶ୍ରୀୟା ଦାସ,ସହେଲୀ ସାହୁ ,ଆକାଶ ସରାଫ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଦୀପ ଶିଖା ଗଡତିଆ, ପ୍ରଜ୍ଞାଶ୍ରୀ ପ୍ରଧାନ ,ଅଙ୍କୁଶ କୁମାର ବାରିକ ଯଥାକ୍ରମେ ପ୍ରଥମ ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।

         Ad..


ଶ୍ରୀ ପବିତ୍ର କୁମାର ସାହୁ , ପୂଜାରାଣୀ ନାୟକ ଓ ଅମୃତା ବାରିକ ବିଚାରକ ଦାୟିତ୍ଵ ତୁଲାଇ ଥିଲେ ।ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।

ଅବକାରୀ ବିଭାଗ ତରଫରୁ ସମର ଜିତ୍ ଦାଶ,ଲକ୍ଷ୍ମୀଧର ମାଝୀ,ପ୍ରଶାନ୍ତ ବାଗ ,ତରକାନ୍ତି ଭୁଏ , ଧର୍ମେନ୍ଦ୍ର ବେହେରା ଯୋଗ ଦେଇଥିଲେ ।ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ସୁରେଶ ଚନ୍ଦ୍ର ଚୌହାନ ଓ ରବି ନାରାୟଣ ପଣ୍ଡା ଉପସ୍ଥିତ ଥିଲେ ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post