ସକାଳୁ ବରଗଡ଼ ରୁ ଭୁବନେଶ୍ଵର ଏକ ଇଣ୍ଟରସିଟି ଟ୍ରେନ ଚଳାଚଳ ପାଇଁ ଦାବି...
ବରଗଡ଼,୨୫/୦୬ : ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧିମଣ୍ଡଳୀ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ବର ଫୁଙ୍କୱାଲ ତଥା ଅନ୍ୟ ଉଚ୍ଚାଧିକାରୀମାନଙ୍କ ସହିତ ଭୁବନେଶ୍ୱର ରେଳସଦନ କାର୍ଯ୍ୟାଳୟରେ ବିଭିନ୍ନ ରେଳ ପ୍ରସଙ୍ଗରେ ରେଳ ଉପଭୋକ୍ତା ସଂଘର ଆଲୋଚନା କରିଥିଲା।Ad..
ଏହି ଅଞ୍ଚଳର ମୁଖ୍ୟ ତଥା ବହୁ ପୁରୁଣା ଦାବି ସକାଳୁ ଭୁବନେଶ୍ୱରକୁ ଏକ ଇଣ୍ଟରସିଟି ଚଳାଇବା ଉପରେ ବିଶେଷ କରି ଆଲୋଚନା ହୋଇଥିଲା। ସଂଘ ତରଫରୁ ଦୁଇଟି ବିକଳ୍ପ ପ୍ରସ୍ତାବ ଦିଆଯାଇଥିଲା। ପ୍ରଥମରେ, ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ଦୁଇ ରେକ୍ ବିଶିଷ୍ଟ କରି ତଥା ପୁରୀରେ ୱାଶିଂ ଓ ମେନଟେନେନ୍ସ କରି ବଲାଙ୍ଗୀର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା।
Ad..
ଦ୍ଵିତୀୟରେ, ଭୋରରେ ବଲାଙ୍ଗୀର-ଭୁବନେଶ୍ୱର ଭାୟା କଟକ ଏକ ନୂତନ ଇଣ୍ଟରସିଟି ଚଳାଇବା। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଦାବିକୁ ସାଂସଦ ଶ୍ରୀ ପୁରୋହିତ ମଧ୍ୟ ସଂସଦରେ ଉତ୍ଥାପିତ କରି ସାରିଛନ୍ତି। ମହାପ୍ରବନ୍ଧକ ଏହି ଦାବି ପ୍ରତି ସକାରାତ୍ମକ ଭୂମିକା ନେଇ ଏଥିପାଇଁ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ନୂଆଦିଲ୍ଲୀ ଓ ପ୍ରୟାଗରାଜ ଯିବାପାଇଁ ଏଠାରୁ କୌଣସି ରେଳସୁବିଧା ନାହିଁ। ତେଣୁ, ତ୍ରି-ସାପ୍ତାହିକ ବିଶାଖାପାଟଣା-ଅମୃତସର 'ହୀରାକୁଦ' ଏକ୍ସପ୍ରେସକୁ ଦୈନିକ ଚଳାଇ ଅବଶିଷ୍ଟ ଚାରିଦିନ ଦୁଇଟି ଡାଇଭର୍ସନ - ବିଜୟନଗରମ୍ ରୁ ସମ୍ବଲପୁର ଭାୟା ଟିଟିଲାଗଡ ତଥା କଟନିରୁ ମଥୁରା ଭାୟା ପ୍ରୟାଗରାଜ ଚଳାଇଲେ ଏହି ଅଞ୍ଚଳର ଲୋକେ ଗୋଟିଏ ଟ୍ରେନ ଦ୍ଵାରା ଉଭୟ ନୂଆଦିଲ୍ଲୀ ଓ ପ୍ରୟାଗରାଜ ଯିବାପାଇଁ ସୁବିଧା ପାଇବେ।
ସମ୍ବଲପୁର ମଣ୍ଡଳରେ କେବଳ ଗୋଟିଏ ମାତ୍ର ସମ୍ବଲପୁର ଷ୍ଟେସନରେ ପିଟ୍ ଲାଇନ୍ ସୁବିଧା ଥିବାରୁ ଏଠାରୁ ବହୁତ୍ କମ୍ ଟ୍ରେନ ଚଳାଚଳ କରିଥାଏ। ତେଣୁ, ବଲାଙ୍ଗୀର କିମ୍ବା ଟିଟିଲାଗଡ ଷ୍ଟେସନରେ ପିଟ୍ ଲାଇନ୍ ସୁବିଧା ଯୋଗାଇଲେ ଏହି ସେକ୍ସନ ଦେଇ ଭାରତର ବିଭିନ୍ନ ସ୍ଥାନକୁ ଅନେକ ଟ୍ରେନ ଚଳାଚଳ କରିପାରିବ।
ଏହା ବ୍ୟତୀତ, ପୁରୀ ଧାମରୁ ଦ୍ୱାରିକା ଧାମକୁ ସମ୍ବଲପୁର ଓ ଟିଟିଲାଗଡ ଦେଇ ଟ୍ରେନ ଚଳାଇବା, ବରଗଡ଼ ଷ୍ଟେସନର ପ୍ଲାଟଫର୍ମ-୨ ର ଲିଫ୍ଟ ବାରମ୍ବାର ଅଚଳ ହେଉଥିବାରୁ ଏହାକୁ ବଦଳାଇବା ତଥା ଅନ୍ୟାନ୍ୟ ସ୍ଥାନୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।
ବିଶେଷ କରି ସକାଳୁଆ ଇଣ୍ଟରସିଟିକୁ ସର୍ବାଦୌ ଗୁରୁତ୍ଵ ଦେବାକୁ ଜୋର୍ ଦେଇଥିଲେ। ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲ ସମସ୍ତ ପ୍ରସଙ୍ଗକୁ ଧ୍ୟାନ ଦେଇ ଶୁଣିଥିଲେ ଓ ଏହାକୁ ପୂରଣ କରିବା ପାଇଁ ଆଶ୍ଵାସନା ଦେଇଥିଲେ। କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ସମ୍ପାଦକ କମଳ ଯୋଶୀ ତଥା ବରିଷ୍ଠ ସଦସ୍ୟ କିଶୋର କୁମାର ରଥ ,ଉଦ୍ଧବ ଚରଣ ବେହେରା ବରଗଡ଼ ସାଂସଦ ଯୋଗ ଦେଇଥିଲେ।
Report : Bijay ku sahu
Edited by k.s thakur...



