କଟାବାହାଲ ଗ୍ରାମପଞ୍ଚାୟତକୁ ପ୍ରକୃତି ମିତ୍ର ପୁରସ୍କାର...

କଟାବାହାଲ ଗ୍ରାମପଞ୍ଚାୟତକୁ ପ୍ରକୃତି ମିତ୍ର ପୁରସ୍କାର...


ବରଗଡ଼,୦୫/୦୬ : ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ,ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ସେଣ୍ଟର୍ ଫର୍ ଏନଭର୍ମେଣ୍ଟାଲ ଷ୍ଟଡିଜ ର ମିଳିତ ଆନୁକୁଲ୍ୟରେ ଆଜି ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି ) ପରିସରରେ ଥିବା କୃଷି ଶିକ୍ଷ୍ୟା ସଦନ ଶିରିପୁର ଠାରେ ରାଜ୍ୟସ୍ତରୀୟ ବିଶ୍ଵ ପରିବେଶ ଦିବସ  ୨୦୨୫ ମହାସମାରୋହରେ ପାଳିତ ହୋଇଯାଇଛି । 

           Ad..


ମନୋଜ ଆହୁଜା ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ପ୍ରଦୂଷଣ ବୋର୍ଡର ଅଧ୍ୟକ୍ଷଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ  ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ...

         Ad..


ସତ୍ୟ ବ୍ରତ ସାହୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ସୁରେଶ ପନ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏବଂ ବନ ବାହିନୀ ମୁଖ୍ୟ, ଶ୍ରୀମତୀ ଉମା ନନ୍ଦୁରି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ( କେନ୍ଦୁପତ୍ର ), ଡ.କେ ମୁରୁଗେସନ ନିର୍ଦ୍ଦେଶକ ସେଣ୍ଟର୍ ଫର୍ ଏନଭର୍ମେଣ୍ଟାଲ ଷ୍ଟଡିଜ୍ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ପ୍ରଦର୍ଶନ କରିଥିବା ୩ ଟି ଇକୋ ମଡେଲ ପୁରସ୍କାର,୩ ଟି ଇକୋ କ୍ଲବ ପୁରସ୍କାର ଏବଂ ୧୮୫ ଟି ପ୍ରକୃତି ମିତ୍ର ପୁରସ୍କାର ପାଇଁ ବିବେଚିତ ହୋଇଥିବା ଅନୁଷ୍ଠାନକୁ ଅତିଥି ମାନେ ସମ୍ମାନିତ କରିଥିବା ବେଳେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତକୁ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି ତେବେ ସରପଞ୍ଚ ଶ୍ରୀମତୀ ଅର୍ପିତା ପଣ୍ଡା ଏହି ସମ୍ମାନ ଗ୍ରହଣ କରିଥିଲେ। 

କଟାବାହାଲ ଗ୍ରାମପଞ୍ଚାୟତ ୨୦୨୨ ମସିହାରୁ ନିରନ୍ତର ଭାବେ ବନ ମହୋତ୍ସବ,ପରିବେଶ ସୁରକ୍ଷା ଦିବସ, ସ୍ବଚ୍ଛତା ଦିବସ, ବୃକ୍ଷ ରୋପଣ, ଜଙ୍ଗଲରେ ନିଆଁ ନିରାକରଣ ସଚେତନତା କାର୍ଯ୍ୟକ୍ରମ, ଗ୍ରାମ୍ୟ ଜଙ୍ଗଲ ପରିଚାଳନା କମିଟି ମାଧ୍ୟମରେ ବିଭିନ୍ନ ପ୍ରକାର ସହଯୋଗ, ବନ ବିଭାଗ ସହ ମିଶି ଅନେକ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ କରିଥିବାରୁ ଜଙ୍ଗଲ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରଦତ୍ତ ପ୍ରମାଣ ପତ୍ର ଓ ୨୦ ହଜାର ଟଙ୍କାର ଚେକ୍ ଅତିଥି ମାନେ କଟାବାହାଲ ଗ୍ରାମପଞ୍ଚାୟତ କୁ ପ୍ରଦାନ କରିଛନ୍ତି।

ଏହି କୃତିପାଇଁ ଅନେକ ପରିବେଶବିତ, ପ୍ରକୃତି ବନ୍ଧୁ, ପରିବେଶ ପ୍ରେମୀ, ବିଭିନ୍ନ ପଦାଧିକାରୀ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀଦିନରେ କଟାବାହାଲ ଗ୍ରାମପଞ୍ଚାୟତ ପରିବେଶ ସୁରକ୍ଷା ଦିଗରେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି କାର୍ଯ୍ୟକରିବା, ଜଙ୍ଗଲ ରେ ନିଆଁ ନିରାକରଣ ରୋକିବା, ଜୈବ ସନ୍ତୁଳନ ସଭା, ବ୍ଯାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସଂକଳ୍ପ ନେଇଥିବା କଥା ସରପଞ୍ଚ ଶ୍ରୀମତୀ  ପଣ୍ଡା ପ୍ରକାଶ କରିଥିବା ବେଳେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହ  ଧନ୍ୟବାଦ ଅର୍ପଣ କରିଛନ୍ତି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post