ଚଟୁଅନକାରେ ବିଶ୍ବ ପରିବେଶ ଦିବସ ପାଳିତ...

ଚଟୁଅନକାରେ ବିଶ୍ବ ପରିବେଶ ଦିବସ ପାଳିତ...


କଣ୍ଟାବାଞ୍ଜି,୦୫/୦୬ : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମରେ ବିଶ୍ୱ ପରିବେଶ ଦିବସ ପ୍ରକୃତିମିତ୍ର ପ୍ରାପ୍ତ ଅନୁଷ୍ଠାନ ଜବାହାରଲାଲ ନେହେରୁ ଆଦିବାସୀ କ୍ଳବ ଓ ମାଝୀପଡା ପ୍ରାଥମିକ ବିଦ୍ୟାଳୟର ମିଳିତ ସହଯୋଗରେ ପାଳିତ ହୋଇଥିଲା।

Ad..


ପ୍ରକୃତିବନ୍ଧୁ ତଥା ଆଦର୍ଶ ଶିକ୍ଷକ ବିରଞ୍ଚି ନାରାୟଣ ଦାଶଙ୍କ ନେତୃତ୍ବରେ ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବରେ ଆଦିବାସୀ କ୍ଳବର ସଭାପତି ସହଦେବ ମାଝୀ, ମାଝୀପଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କିଶୋର ବରିହା,ସମାଜସେବୀ ଦେବାନନ୍ଦ ବଏ,ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ ଯୋଗ ଦେଇଥିଲେ।

        Ad..


ସଭାରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପରୀକ୍ଷା ଓ 'ମାଁ ପାଇଁ ଗଛଟିଏ'ବିଷୟକୁ ଆଧାର କରି ଗଛ ଚିତ୍ର କରିବାକୁ କୁହାଯାଇଥିଲା।ପରିବେଶ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଉପସ୍ଥିତ ଅତିଥି ମାନେ ନିଜ ବକ୍ତବ୍ୟ ରଖିଥିଲେ।

ସଭାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ତାପରେ ସମସ୍ତେ ବେନର ଧରି ପରିବେଶ ସମ୍ବନ୍ଧୀୟ ବିଭିନ୍ନ ଶ୍ଳୋଗାନ ଦେଇ ଗାଁ ପରିକ୍ରମା କରିଥିଲେ।ପରିଶେଷରେ ଚଟୁଅନକାସ୍ଥିତ ମନ୍ଦିର ପରିସରରେ ବୃକ୍ଷ ରୋପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଏସିଂ ପୁଟେଲ, ଝସକେତନ ଦାସ, ରଙ୍କିତ ଦାସ,ଚକ୍ରଧର ମାଝୀ,ଅଭିମନ୍ୟୁ ଛତ୍ରିଆ, ବୈଲୋଚନ ମାଝୀ, ନନ୍ଦ ମାଝୀ,ଜଗବନ୍ଧୁ ପୁଟେଲ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।



Edited by k.s thakur...



Post a Comment

Previous Post Next Post