CBSE ପରୀକ୍ଷାଫଳ ର ପୁନଃ ସମୀକ୍ଷା ଦାବୀ : ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ପୁଣି ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା...

CBSE ପରୀକ୍ଷାଫଳ ର ପୁନଃ ସମୀକ୍ଷା ଦାବୀ : ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ପୁଣି ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା...


ବରଗଡ଼,୦୫/୦୬ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସମ୍ବଲପୁର ସ୍ଥିତ ବାସଭବନ କୁ ସାକ୍ଷାତ ପାଇଁ ଯାଇଥିବା ଶହ ଶହ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ଶିକ୍ଷମନ୍ତ୍ରୀ ଦୀର୍ଘ 10ଘଣ୍ଟା ଅଖିଆ ଅପିଆ ଅପେକ୍ଷା କରାଇବା ପରେ ରାତି 1.30 ବଜେ ସାକ୍ଷାତ ପାଇଁ ଡାକି... 

Ad..


cbse ପରୀକ୍ଷାଫଳ ର ପୁନଃ ସମୀକ୍ଷା ସହ ପ୍ରକାଶ କରିବାକୁ ନେଇ ଯେପରି ନୈରାଶ୍ୟ ଜନକ ଉତ୍ତର ଦେଇ ଫେରାଇ ଦେଲେ ତାହା ନିଜ ଅଂଚଳ ର ଜଣେ ରାଜନୈତିକ ଉତ୍ତୁଙ୍ଗ କୁ ଛୁଇଁଥିବା ନେତା ପାଖରୁ ଆଶା କରାଯାଇ ନ ପାରେ। ଉତକ୍ଷିପ୍ତ ଓ ଅସନ୍ତୁଷ୍ଟ ଛାତ୍ର ଛାତ୍ରୀ ଓ ଅଭିଭାବକ ଗଣ ଅନନ୍ୟପାୟ ହୋଇ ପୁଣି ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ରେ ବସିଛନ୍ତି। 

Ad..


ପରୀକ୍ଷଫଳ ର ପୁନଃ ସମୀକ୍ଷା ଶହ ଅନ୍ତତଃ ଅନ୍ୟ ବିଷୟରେ ଆଣିଥିବା ମାର୍କ ର ଅନୁପାତ ରେ ଫେଲ କିମ୍ବା ଶୂନ୍ୟ ମାର୍କ ଥିବା ବିଷୟ କୁ ବିଚାର କୁ ନେଇ ଶୀଘ୍ର ପରୀକ୍ଷାଫଳ ପ୍ରକାଶ କରାଗଲେ ସେମାନଙ୍କର ଗୋଟିଏ ବର୍ଷ ବର୍ବାଦ ନ ହେବା ଶହ ଚଳିତ ଶିକ୍ଷା ବର୍ଷ ରେ ସେମାନେ ଆଡ଼ମିସନ କରିପାରିବେ ବୋଲି ଦ୍ୱାର ଦ୍ୱାର ବୁଲି ଗୁହାରି ଜଣାଉଛନ୍ତି କିନ୍ତୁ ନା ରାଜନୈତିକ ନା ପ୍ରଶାସନିକ ସ୍ତର ରେ କେହି କର୍ଣ୍ଣପାତ କରୁଛନ୍ତି। 

ଆସନ୍ତକାଲି ଛାତ୍ର ଛାତ୍ରୀ ମାନେ ସାମୁହିକ ଭାବେ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ନ୍ୟାୟ ପାଇଁ ପୋଷ୍ଟ କାର୍ଡ ମାଧ୍ୟମରେ ଲେଖି ଜଣାଇବେ ତଥା ଆନ୍ଦୋଳନ ଜାରି ରଖିବେ ଏବଂ ସେପଟେ ମାନ୍ୟବର ଉଚ୍ଚନା୍ୟାଳୟ ଙ୍କ ନିକଟରେ ପରୀକ୍ଷାଫଳ କୁ ଚେଲେଞ କରି ରିଟ ପିଟିସନ ଦାଖଲ କରାଯିବ ବୋଲି ସଂଯୁକ୍ତ ଅଭିଭାବକ ମଞ୍ଚ ର ଉପଦେଷ୍ଟା ବରିଷ୍ଠ ଆଇନଜୀବି ଅଜିତ ଶତପଥି ଜଣାଇଛନ୍ତି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post