ପ୍ରବଳ ବର୍ଷା ଯୋଗୁ ଫୁଲିଲାଣି ଗୁମାଡ଼ି , ଯୋଗାଯୋଗ ବିଚ୍ଛିନ୍ନ...

ପ୍ରବଳ ବର୍ଷା ଯୋଗୁ ଫୁଲିଲାଣି ଗୁମାଡ଼ି , ଯୋଗାଯୋଗ ବିଚ୍ଛିନ୍ନ...


ଦାରିଙ୍ଗବାଡି,୨୩/୦୬ :  କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ସୋମବାର ଭୋର ସମୟରୁ ପ୍ରବଳ ବର୍ଷା ଜାରିରହିଛି। ଫଳରେ ଅଞ୍ଚଳରେ ବୋହିଯାଉଥିବା ଏକାଧିକ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ସମସ୍ତ ନଦୀ ବିପଦ ସଙ୍କୁଳ ଅବସ୍ଥାରେ ରହିଛି।

             Ad..


ବର୍ଷାର ପ୍ରଭାବରେ ଉକ୍ତ ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଉକ୍ତ ନଦୀରେ ଏକ ନୂତନ ପୋଲ ନିର୍ମାଣ ଚାଲିଥିବା ସମୟରେ ନିକଟରେ ଏକ ଡାଇଭର୍ସନ ରାସ୍ତା ନିର୍ମାଣ କରାଯାଇଥିଲା। 

          Ad..

ଯାହାକି ବଢି ପାଣିରେ ଉକ୍ତ ରାସ୍ତା ଧୋଇଯିବାରୁ ସିମନବାଡି ଠାରୁ ବୁଡ଼ାଗୁଡା ରାସ୍ତା ବିଛିନ୍ନ ହୋଇଯାଇଛି । ସେଠାରେ ବହୁ ଗାଡି ମୋଟର ଅଟକି ରହିଥିବା ବେଳେ କିଛି ଗାଡି ବୁଡ଼ାଗୁଡା, ବାଲିଗୁଡାର ଋତୁଙ୍ଗିଆ ଓ ପକାରୀ ଯିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ପ୍ରକାଶ ଯେ, ସିମନବାଡି ଠାରୁ ବୁଡ଼ାଗୁଡା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗର ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ଚାଲିଛି। ବର୍ଷା ପୂର୍ବରୁ ରାସ୍ତା କାର୍ଯ୍ୟ ସରିଯାଇଥିବା ବେଳେ ତିଲୋରୀର ଗୁମାଡ଼ି ନଦୀ ଉପରେ ନିର୍ମାଣଧୀନ ପୋଲ କାର୍ଯ୍ୟ ସରିପାରି ନାହିଁ।





Edited by k.s thakur...


Post a Comment

Previous Post Next Post