ଅଧାରେ ଅଟକିଲା ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍...
ଭୁବନେଶ୍ଵର,୨୩/୦୬ : ଅଧାରେ ଅଟକିଲା ଜଗଦଲପୁର ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ । ଜଗଦଲପୁର ଛାଡ଼ିବା ପରେ ଆମଗୁଡ଼ାରେ ଅଟକି ରହିଛି ଟ୍ରେନ୍। ବଗିରୁ ବଗି ଅଲଗା ହୋଇଯିବାରୁ ଅଧାରେ ଅଟକି ରହିଛି ଟ୍ରେନ।
Ad..
ତେବେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଯାତ୍ରୀମାନେ ଭୟଭୀତ ହୋଇଛନ୍ତି। ସୌଭାଗ୍ୟ ବଶତଃ ଏହି ଅଘଟଣରେ କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇ ନାହିଁ। ବର୍ତ୍ତମାନ ରେଲୱେ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ଟ୍ରେନ୍ ମରାମତି ଜାରି ରଖିଛନ୍ତି ।
Ad..
ସୂଚନା ଯୋଗ୍ୟ; ଟ୍ରେନ୍ ନମ୍ବର ୧୮୪୪୮ (ହୀରାଖଣ୍ଡ ଏକ୍ସପ୍ରେସ୍ ଟ୍ରେନ୍) ଆଜି ଜଗଦଲପୁର ଠାରୁ ଅପରାହ୍ଣ ସାଢ଼େ ୪ଟାରେ ପହଞ୍ଚିବାର ଥିଲା। ମାତ୍ର ଆଜି ଅପରାହ୍ଣ ପ୍ରାୟ ୫ଟାରେ ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍ ଜଗଦଲପୁର ଛାଡ଼ିବା ପରେ ଆମଗୁଡ଼ାରେ ଅଟକି ରହିଛି।
ଟ୍ରେନର ଇଂଜିନ ପାର୍ଶ୍ବରେ ଥିବା କିଛି ବଗି ଘଟଣାସ୍ଥଳରୁ ବହୁ ଆଗକୁ ପଳାଇଥିଲା। ବାକି ବଗି ସୁବୁ ପଛପଟରେ ରହି ଯାଇଥିଲା। ଟ୍ରେନ୍ର କିଛି ବଗି ସହିତ ଇଂଜିନ ଆଗକୁ ପଳାଇ ଯିବା ପରେ ଯାତ୍ରୀ ଭୟଭୀତ ହୋଇଯାଇଥିଲେ। ମାତ୍ର ସମସ୍ତ ଯାତ୍ରୀସୁରକ୍ଷିତ ଅଛନ୍ତି।
Edited by k.s thakur...



