ଡିଭାଇଡର ଉପରେ ଚଢ଼ିଗଲା ଯାତ୍ରୀବାହୀ ବସ ; ଅଳ୍ପକେ ବର୍ତିଲେ ଯାତ୍ରୀ...

ଡିଭାଇଡର ଉପରେ ଚଢ଼ିଗଲା ଯାତ୍ରୀବାହୀ ବସ ; ଅଳ୍ପକେ ବର୍ତିଲେ ଯାତ୍ରୀ...


ଭଦ୍ରକ,୨୩/୦୬ : ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ଡିଭାଇଡର ଉପରେ ଚଢ଼ିଗଲା ଯାତ୍ରୀବାହୀ ବସ। ଅଳ୍ପକେ ରକ୍ଷା ପାଇଲେ ସମସ୍ତ ଯାତ୍ରୀ । କାରକୁ ବଂଚେଇବାକୁ ଯାଇ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି। 

             Ad..


ମିଳିଥିବା ସୂଚନା ଅନୁସାରେ ଅଭଣାରୁ ଭୁବନେଶ୍ୱର ଅଭିମୁଖେ ଶାନ୍ତିଲତା ନାମକ ଏହି ବସ ଆସୁଥିଲା।ଶାନ୍ତିଲତା ବସ ଭଦ୍ରକ ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ପହଂଚିବା ମାତ୍ରେ ସାମ୍ନା ପଟେ ଏକ କାର ଆସିଯିବାରୁ ହଠାତ ବସଟି ଭାରସାମ୍ୟ ହରାଇ ଏକ ଡିଭାଇଡର ଉପରେ ମାଡିଯାଇଥିଲା।

             Ad..


ଡ୍ରାଇଭର ଜଣକ କାରକୁ ବଞ୍ଚାଇବାକୁ ଡିଭାଇଡର ଉପରେ ବସ ଚଢ଼ାଇଦେଇଥିଲେ।ବସଟିର ସାମ୍ନା ପଟ ନଷ୍ଟ ହୋଇ ଯାଇଥିବାବେଳେ ସମସ୍ତ ଯାତ୍ରୀ ରକ୍ଷା ପାଇଯାଇଛନ୍ତି।



Edited by k.s thakur...

Post a Comment

Previous Post Next Post