ପଦ୍ମଶ୍ରୀ ହଲଧର ନାଗ ଙ୍କ ସମ୍ବଲପୁରୀ କୋଶଳୀ ସାହିତ୍ୟ ଉପରେ ୨ଦିନ ଅନୁଷ୍ଠିତ ହେବ ଜାତୀୟ ସେମିନାର...
(ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ )
ବରଗଡ,୨୩/୦୬ : ସମ୍ବଲପୁରୀ-କୋଶଲି ଭାଷା ର ପଦ୍ମଶ୍ରୀ ଡ.ହଳଧର ନାଗ ଙ୍କ ସାହିତ୍ୟ ସଂକ୍ରାନ୍ତରେ ଦୁଇ ଦିବସୀୟ ଜାତୀୟ ସେମିନାର ଅନୁଷ୍ଠିତ ହେବ। ଏ ନେଇ ଆୟୋଜକ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି।
Ad..
ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଅଭିମନ୍ୟୁ ସାହିତ୍ୟ ସଂସଦ ଘେଁସ ଓ କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନ ବରଗଡର ମିଳିତ ଆୟୋଜନରେ ଆଗାମୀ ୨୮ ଓ ୨୯ ତାରିଖ ଶନିବାର ରବିବାର ଦୁଇ ଦିନ ଧରି "ହଳଧର- ସୃଜନ ଆର୍ ଦର୍ଶନ" ଶୀର୍ଷକରେ ବହୁଭାଷୀ ଜାତୀୟ ସେମିନାର ବିକାଶ ଶିକ୍ଷାନୁଷ୍ଠାନର ଅଡିଟୋରିଅମ ଠାରେ ଅନୁଷ୍ଠିତ ହେବ।
Ad..
ଏ ନେଇ ବିକାଶ ଫାଷ୍ଟ ଷ୍ଟେପ ବିଦ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେମିନାର ଆୟୋଜକ କମିଟିର ଅଧ୍ୟକ୍ଷ ତଥା କ୍ରିଷ୍ଣା ବିକାଶର ପ୍ରତିଷ୍ଠାତା ଚ୍ୟାରମେନ ଡି.ମୁରଲୀ କ୍ରିଷ୍ଣା, ସଂଯୋଜକ ସୁଶାନ୍ତ କୁମାର ମିଶ୍ର, ଅଭିମନ୍ୟୁ ସାହିତ୍ୟ ସଂସଦର ବରିଷ୍ଠ ସଦସ୍ୟ ତଥା ସେମିନାର କମିଟି ଆବାହକ ସାହିତ୍ୟିକ ଅଶୋକ କୁମାର ପୂଜାହାରୀ..
କମିଟି ସଦସ୍ୟ ଡ.ସମରେନ୍ଦ୍ର ପଣ୍ଡା, ଉପଦେଷ୍ଟା ଡ. ସୁବାସ ମେହେର, ନାଟ୍ୟକାର କେଶରଞ୍ଜନ ପଧାନ, ଗବେଷକ ଉତ୍ପନ୍ନ ଭୋଇ, ବିକାଶ ଶିକ୍ଷାନୁଷ୍ଠାନର କାର୍ଯ୍ୟକାରୀ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଓଲ, ମାଧ୍ୟମିକ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ଚିତ୍ତରଞ୍ଜନ ପତି, ମାନବ ସମ୍ବଳ ଅଧିକାରୀ ଅଶ୍ୱିନୀ ନାୟକ, ଫାର୍ଷ୍ଟ ଷ୍ଟ୍ପେପ ଅଧ୍ୟକ୍ଷ ପୁଷ୍ପଲତା ମହାପାତ୍ର ପ୍ରମୁଖ ଯୋଗଦାନ କରି ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସେମିନାରର ସବିଶେଷ ବିବରଣୀ ପ୍ରଦାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟକାର ଅଶୋକ ବହିଦାର, ଦିଲ୍ଲୀପ ଦେବତା, ମାନଭଞ୍ଜନ ପାଣିଗ୍ରାହୀ, ତେଜରୁ ବାରିକ, ତୁଳସୀ ବାରିକ, ସୁବାସ ଭୁଏ, ହରିଲାଳ ସାହୁ, ଉମେଶ ପଧାନ, ରାଜକିଶୋର ବେହେରାଙ୍କ ସମେତ ସଦସ୍ୟ ବୃନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ଓ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଯୋଗଦାନ କରିବେ।
ଏହାସହ ଭଟଲି ବିଧାୟକ ଇରାଶିଶ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ ଗଡତିଆ, ଅତାବିରା ବିଧାୟକ ନିହାର ମହାନନ୍ଦ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ସାଂସଦ ପ୍ରଦୀପ ପୁରୋହିତ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିବାର ଚୁଡାନ୍ତ ହୋଇଛି ।
ହଳଧର ସାହିତ୍ୟ ଉପରେ କାମ କରୁଥିବା ଓଡ଼ିଶା ଓ ଓଡ଼ିଶା ବାହାରୁ ୨୫ଜଣ ଗବେଷକ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ, ଜାମିଆମିଲ୍ଲା ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ବିଶ୍ଵବିଦ୍ୟାଳୟର ପ୍ରଫେସର, ଗବେଷକ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।
ଏହି କାର୍ଯ୍ୟକ୍ରମରେ କବି, ସାହିତ୍ୟିକ, ସାହିତ୍ୟ ପ୍ରେମୀ, ବୁଦ୍ଧିଜୀବୀ ତଥା ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗଦାନ କରିବାକୁ କମିଟିର କର୍ମକର୍ତ୍ତା ମାନେ ନିବେଦନ କରିଛନ୍ତି । ହଳଧର ସାହିତ୍ୟ ଆଜି ଗାଁରୁ ଗ୍ଲୋବକୁ ପହଞ୍ଚି ସାରିଲାଣି ।
ବହୁ ସଂଖ୍ୟାରେ କବି ସାହିତ୍ୟିକ ପ୍ରଫେସର ଗବେଷକ ଏ ଦିଗରେ କାମ କରୁଛନ୍ତି । ତେଣୁ ସମସ୍ତଙ୍କୁ ଏକତ୍ରିତ କରି ଆୟୋଜନ ହେଉଥିବା ଏହି ଗମ୍ଭୀର ଆଲୋଚନା ଭାଷା ସାହିତ୍ୟ ଅଭିବୃଦ୍ଧି ଦିଗରେ ଆଉ ଏକ ପାହାଚ ହେବ ବୋଲି ଏହି ସମ୍ପାନର ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛି । ଏ ନେଇ ଆୟୋଜକ ଅନୁଷ୍ଠାନ ପକ୍ଷରୁ ତୁହାକୁ ତୁହା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଉଦ୍ୟମ କରାଯାଉଛି ବୋଲି ସୂଚନା ଦେଇଛନ୍ତି ।
Report : Bijay ku sahu
Edited by k.s thakur...



