ଖବର ପ୍ରସାରଣ ବେଳେ ସାମ୍ବାଦିକ ସବୁବେଳେ ସତ୍ୟନିଷ୍ଠ ହେବା ଜରୁରୀ" -- ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ...
(ରାଜ୍ୟ ସରକାର ଯଥାଶୀଘ୍ର ରାଜ୍ୟର ସାମ୍ବାଦିକ ଙ୍କ ଦାବୀ ପୂରଣ କରନ୍ତୁ --- ପ୍ରସନ୍ନ ମହାନ୍ତି)
ବରଗଡ଼,୨୨/୦୬ : " ସାମ୍ବାଦିକ ମାନେ ସମାଜ ର ଏକ ବଳିଷ୍ଠ ଅଙ୍ଗ ଅଟନ୍ତି । ଖବର ପ୍ରସାରଣ ବେଳେ ସାମ୍ବାଦିକ ମାନେ ସବୁବେଳେ ସତ୍ୟନିଷ୍ଠ ହେବା ଜରୁରୀ" ବୋଲି ଆଜି ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ ଜର୍ନାଲିଷ୍ଟ ଏସୋସିଏସନ ଅଫ ବରଗଡ଼ (ଜାବ) ର ସଭାପତି ରବି ପଣ୍ଡା ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ବଦ୍ରୀପ୍ରସାଦ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ।
Ad..
ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ ସାମ୍ବାଦିକ ର ଧର୍ମ ସମାଜ ର ଶେଷ ପାହାଚ ରେ ଥିବା ବ୍ୟକ୍ତି ର ଅଭାବ ଅସୁବିଧା କୁ ସରକାର ଓ ସରକାରୀ କଳ ର ଦୃଷ୍ଟିଗୋଚର କୁ ଆଣି ତାକୁ ନ୍ୟାୟ ପ୍ରଦାନ କରାଇବା । ସେ ଏହି ଅବସରରେ ସାମ୍ବାଦିକ ମାନେ ଗଠନ ମୂଳକ ସମାଲୋଚନା କରିବା ଜରୁରୀ , ଯଦ୍ୱାରା ବ୍ୟବସ୍ଥାପକ ତାର କାର୍ଯ୍ୟଶୈଳୀ ରେ ପରିବର୍ତ୍ତନ ଆଣି ଜନ ସାଧାରଣ ଙ୍କ ପାଇଁ ସଠିକ୍ ଭାବରେ କାର୍ଯ୍ୟ ସମ୍ପାଦନ କରିପାରିବ ବୋଲି ମତ ବ୍ୟକ୍ତ କରିଥିଲେ।
Ad..
ଓଡ଼ିଶା ସାମ୍ବାଦିକ ୟୁନିୟନ ( ଓୟୁଜେ) ର ସଭାପତି ପ୍ରସନ୍ନ ମହାନ୍ତି କହିଥିଲେ ଯେ ଓଡ଼ିଶା ରେ ସାମ୍ବାଦିକ ମାନେ ବିଭିନ୍ନ ସମୟରେ ରାଜ୍ୟ ସରକାର ଓ ଶାସନ କଳ ଦ୍ଵାରା ପ୍ରତାରିତ ହେଉଛନ୍ତି। ବିଗତ ସରକାର ଙ୍କୁ ଧନ୍ୟବାଦ୍ ଯେ ସାମ୍ବାଦିକ ମାନଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ଲାଗୁ କରିଥିଲେ । କିନ୍ତୁ ବାରମ୍ବାର ଆଲୋଚନା ଓ ପ୍ରତିଶ୍ରୁତି ସତ୍ତ୍ୱେ ରାଜ୍ୟ ରେ ଗତ ସରକାର ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କଲେ ନାହିଁ।
ସାମ୍ବାଦିକ ମାନଙ୍କ ପେନସନ ବ୍ୟବସ୍ଥା କଲେ ନାହିଁ କିମ୍ବା ଦୀର୍ଘ ୧୬ ବର୍ଷ ଧରି ଡିଫଙ୍ଗ ହୋଇ ପଡ଼ି ରହିଥିଲା ସାମ୍ବାଦିକ ଅଧିସ୍ବୀକୃତି କମିଟି କୁ ପୁନଃବିନ୍ୟାସ କଲେ ନାହିଁ। ତେଣୁ ଏହି ରାଜ୍ୟ ରେ ସାମ୍ବାଦିକ ସବୁବେଳେ ପ୍ରପୀଡ଼ିତ , ତେଣୁ ଯଥାଶୀଘ୍ର ବର୍ତ୍ତମାନ ର ସରକାର ଉପରୋକ୍ତ ଦାବୀ ଗୁଡ଼ିକ ପୂରଣ କରିବାକୁ ଶ୍ରୀ ମହାନ୍ତି ବିଧାୟକ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ଦାବୀ ରଖିଥିଲେ।
ଏହି ଅବସରରେ ଅନ୍ୟତମ ଅତିଥି ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ କହିଥିଲେ ଯେ ସାମ୍ବାଦିକ ବନ୍ଧୁମାନେ ଖବର ପ୍ରସାରଣ ବେଳେ ନଜିର ଆବେଗ ଓ ବ୍ୟକ୍ତିଗତ ମତ କୁ ଅଗ୍ରାଧିକାର ନଦେଇ ପ୍ରକୃତ ତଥ୍ୟ କୁ ଲୋକ ଲୋଚନ କୁ ଆଣିବା ଦରକାର ।
ସେ ଏହି ଅବସରରେ କହିଥିଲେ ଯେ ସମାଜ ରେ ଘଟୁଥିବା ଘଟଣାବଳୀ ର ପ୍ରକୃତ ତଥ୍ୟ କୁ ପ୍ରକାଶ କଲେ ସାମ୍ବାଦିକ ର ଜନ ସାଧାରଣ ରେ ଆଦୃତି ବଢିବା ସହ ତାଙ୍କ ଖବର ର ଗ୍ରହଣୀୟତା ବଢ଼ିଥାଏ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଓୟୁଜେ ର ପୂର୍ବତନ ସାଧାରଣ ସମ୍ପାଦକ ତଥା ଟ୍ରିବୁନାଲ କମିଟି ମୁଖ୍ୟ ଅଶୋକ ନନ୍ଦ ଓ କୋଷାଧ୍ୟକ୍ଷ ଅମୂଲ୍ୟ ସ୍ୱାଇଁ ମଧ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।
ଏହି ଅବସରରେ ରାଜ୍ୟ ର ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ର ପ୍ରତିକାର ଦାବୀ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଉଦ୍ଧେଶ୍ୟ ରେ ବିଧାୟକ ଶ୍ରୀ ଷଡ଼ଙ୍ଗୀ ଙ୍କୁ ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ସଂଘ ପକ୍ଷରୁ ସମସ୍ତ ଅତିଥି ଙ୍କୁ ସ୍ମାରକୀ ଓ ସାଲ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଅବସରରେ ଜାବ ପକ୍ଷରୁ ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ଅବଦାନ ପାଇଁ ବିକାଶ ହସ୍ପିଟାଲ ର ପ୍ରତିଷ୍ଠାତା ପରିଚାକ ଡି.ମୁରଲୀ କ୍ରୀଷ୍ଣା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବୈଠକ ରେ ବରଗଡ଼ ଜିଲ୍ଲା ର ସମସ୍ତ ୧୨ ଗୋଟି ବ୍ଲକ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...



