ଚାରି ଦିବସୀୟ ଯୋଗ ଶିବିର ସମାପନ କାର୍ଯ୍ୟକ୍ରମ...

ଚାରି ଦିବସୀୟ ଯୋଗ ଶିବିର ସମାପନ କାର୍ଯ୍ୟକ୍ରମ...


କଣ୍ଟାବାଞ୍ଜି,୨୨/୦୬ : ମାରୱାଡ଼ି ଯୁବା ମଞ୍ଚ ପ୍ରଗତି ଶାଖା କଣ୍ଟାବାଞ୍ଜି ସଦସ୍ୟାଙ୍କ ଅଗ୍ରୀମ ପ୍ରୟାସ ।କଣ୍ଟାବାଞ୍ଜି ଅଗ୍ରେସନ ଭବନ ଠାରେ ଚାରି ଦିବାସୀୟ ଯୋଗ ଶିବିରର ସଫଳ ସମାପନ କାର୍ଯ୍ୟକ୍ରମ । ୧୭ ଜୁନ ଆରମ୍ଭ ହୋଇଥିବା ଯୋଗ ଶିବିର ଅନ୍ତର୍ଜାତୀୟ ଯୋଗ ଦିବସର ସମାପନ ହୋଇଛି। 

Ad..


ଏହି ସମାପନି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ବାଗ ,ସମ୍ମାନିତ ଅତିଥି ଶାଖାର ବରିଷ୍ଠ ସଦସ୍ୟ କୈଳାସ ଚନ୍ଦ୍ର ଅଗ୍ରୱାଲ ଯୋଗ ଦେଇ ଯୋଗ ଅଭ୍ୟାସ କରୁଥିବା ବେଳେ ଯୋଗ ଗୁରୁ ଫକୀର ଦାସ ମହାରାଜ ସମସ୍ତଙ୍କୁ ଯୋଗାଭ୍ୟାସ ପ୍ରଶିକ୍ଷଣ ପ୍ରଦାନ କରୁଥିଲେ। 

            Ad..


ଏହି ଯୋଗ ଶିବିରରେ ଯୋଗ ଗୁରୁ ଉପସ୍ଥିତ ଅତିଥି ଓ ଅନ୍ୟ ଭାଗଗ୍ରାହୀଙ୍କୁ ବିଭିନ୍ନ ଯୋଗାସନ , ପ୍ରାଣାୟାମ କରାଇ ଶାରୀରିକ ଓ ମାନସିକ ଲାଭ ବିଷୟରେ ବ୍ୟାଖ୍ୟା ଦେଇଥିଲେ। ତାଙ୍କର ସଂଗଠିତ ମାର୍ଗ ଦର୍ଶନରେ ଅନେକ ଭାଗଗ୍ରାହୀ ଶକ୍ତି, ଶାନ୍ତି ଓ ସ୍ୱାସ୍ଥ୍ୟ ଲାଭର ଅନୁଭୂତି କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶାଖାର ସଦସ୍ୟମାନଙ୍କ ସହିତ ଶହରର ଅନେକ ମହିଳା ଉତ୍ସାହଭରିତ ଭାବେ ଅଂଶଗ୍ରହଣ କରିଥିଲେ ଓ ଏହାକୁ ସଫଳ କରିଥିଲେ । ଶାଖା ଅଧ୍ୟକ୍ଷା ରୁଚି ଖଣ୍ଡଳବଲ, ସମ୍ପାଦିକା ପୂଜା ଅଗ୍ରୱାଲ, ଉମା ଜୈନ, ଆଶା ଅଗ୍ରୱାଲ,ରେଣୁ ଅଗ୍ରୱାଲ, ମମତା ବଂସଲ , ମମତା ଜୈନ ,ମଞ୍ଜୁ ଛାପଡ଼ିୟା,ସିଦ୍ଧି ଜୈନ, ସାରିକା ଜୈନ ସହିତ ଅନେକ ସଦସ୍ୟ ସକ୍ରିୟ ଭୂମିକା ନିଭାଇଥିଲେ।



Edited by k.s thakur...



Post a Comment

Previous Post Next Post