"ଉମ୍ମିଦେଁ" ର ଶିଶୁ କେନସର "ସମାନୁଭୂତି" କାର୍ଯ୍ୟକ୍ରମ: ଗତ ୫୦ ବର୍ଷରେ ଶିଶୁ କେନସର ଚିକିତ୍ସା ରେ ଅଭୂତପୂର୍ବ ପରିବର୍ତ୍ତନ...

"ଉମ୍ମିଦେଁ" ର ଶିଶୁ କେନସର "ସମାନୁଭୂତି" କାର୍ଯ୍ୟକ୍ରମ: ଗତ ୫୦ ବର୍ଷରେ ଶିଶୁ କେନସର ଚିକିତ୍ସା ରେ ଅଭୂତପୂର୍ବ ପରିବର୍ତ୍ତନ...


ବରଗଡ଼,୨୨/୦୬ : ଶିଶୁ କେନସର ପାଇଁ କାର୍ଯ୍ୟ କରୁଥିବା ଓଡିଶା ର ଅଗ୍ରଣୀ ସଂଗଠନ "ଉମ୍ମିଦେଁ" ପକ୍ଷରୁ ବରଗଡ ଠାରେ ଆୟୋଜିତ ସମୁଦାୟ ଆଧାରିତ ସଚେତନତା ଅଭିଯାନ "ସମାନୁଭୂତି" କାର୍ଯ୍ୟକ୍ରମ ଜିଲ୍ଲାର ଶିଶୁ କେନସର ରେ ପିଡୀତ ପରିବାର ଗୁଡିକୁ ଆନ୍ତରିକତା, ସମବେଦନା ଓ ସମୁଦାୟ ସହଯୋଗର ଏକ ଅପୂର୍ବ ମଞ୍ଚ ଦେଇ ପାରିଛି। 

Ad..


ଆଜି ର ଏହି କାର୍ଯ୍ୟକ୍ରମ ରେ  ଚିକିତ୍ସା ବିଶେଷଜ୍ଞ, ଶିକ୍ଷା ବିଶେଷଜ୍ଞ, କେରିଅର ମାର୍ଗଦର୍ଶକ, ସାମାଜିକ କ୍ଷେତ୍ର ରେ କେନସର ପାଇଁ କାର୍ଯ୍ୟ କରୁଥିବା ସଂଗଠନ ର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ପିଡୀତ ଶିଶୁ ଓ ପରିବାରବର୍ଗ ଙ୍କ ସହିତ ବାର୍ତ୍ତା ବିନିମୟ (Interactive session) କରିଥିଲେ।

         Ad..


ଏହି ଅବସରରେ କୃଷ୍ଣ ବିକାଶ ମଲ୍ଟିସ୍ପେସିଆଲିସ୍ଟ ହସ୍ପିଟାଲ୍ ର ବରିଷ୍ଠ ଶିଶୁ ବିଶେଷଜ୍ଞ ଡ଼ା. ଆଶିଷ ସତପଥୀ କହିଲେ  “କ୍ୟାନ୍ସର ଚିକିତ୍ସା ପରେ ଶିଶୁମାନେ ଫେରି ନିଜ ସାଧାରଣ ଜୀବନକୁ ଚାଲିଯିବା ପାଇଁ ସଫଳ ହେବେ କିନ୍ତୁ ସେଥିପାଇଁ ସଂସ୍କାର, ସଫାଇ, ନିୟମିତ ଯାଞ୍ଚ ଅତ୍ୟନ୍ତ ଆବଶ୍ୟକ। 

ଚିକିତ୍ସା ପରେ ରୋଗ ପୁନରାବୃତ୍ତି ଏବଂ ଅନ୍ୟାନ୍ୟ ପ୍ରଭାବ କୁ ରୋକିବା ପାଇଁ ଯତ୍ନ ନିଆଯିବା ଦରକାର। ଶିଶୁମାନଙ୍କ ଶରୀର ଆବଶ୍ୟକ ପ୍ରୋଟିନ ଓ ଭିଟାମିନର ଉତ୍ତମ ମିଶ୍ରଣ ଯୋଗାଇବା ଦରକାର। 

କ୍ୟାନ୍ସର ପିଡୀତ ଶିଶୁ ଓ ପରିବାରକୁ ସମସ୍ତ ଶାରିରିକ ଓ ମାନସିକ ସମର୍ଥନ ଦରକାର ହୁଏ। ଯାହାକି କେବଳ ତାତ୍କାଳିକ ଡାକ୍ତରୀ ଚିକିତ୍ସା ଦ୍ୱାରା ସମ୍ଭବ ନୁହେଁ, ଦୀର୍ଘ ସମୟର ଯତ୍ନର ଆବଶ୍ୟକତା ରହିଥାଏ। 

ଏହା ସହିତ ପିଡୀତ ଓ ପରିବାରବର୍ଗ ଙ୍କୁ ମାନସିକ ସମର୍ଥନର ଅବଶ୍ୟକତା ଅତ୍ଯନ୍ତ ଜରୁରୀ। ଯାହାକି ଶାରୀରିକ ଚିକିତ୍ସା ରେ ନିରାକରଣ କରିବା ସମ୍ଭବ ନୁହେଁ। ପିତାମାତାଙ୍କୁ ମାନସିକ ସମର୍ଥନ ଦେଇ ସେମାନଙ୍କ ଭିତରେ ସାହାସ ଓ ମନୋବଳ ଜାଗୃତ କରିବା ଆବଶ୍ୟକ। 

ଇମ୍ପିରିଆଲ୍ କଲେଜ୍ ବରଗଡ଼ ର ନିଦେଶକ ଦୀପକ ଗୋୟେଲ କହିଲେ, “ଏମିତି ଶିଶୁମାନେ ଯେଉଁମାନେ କ୍ୟାନ୍ସର ସହ ସଂଘର୍ଷ କରି ଆସନ୍ତି, ସେମାନଙ୍କ ପାଇଁ ଶିକ୍ଷା କେବଳ ଜ୍ଞାନ ନୁହେଁ, ସେମାନଙ୍କ ମଧ୍ଯ ରେ ଆତ୍ମବିଶ୍ୱାସ ସ୍ରୁଷ୍ଟି କରିବା ନିହାତି ଜରୁରୀ। 

ପରିବାର ସଦସ୍ଯ ମୁଖ୍ୟତଃ ଶିଶୁ ପିଡୀତ ଙ୍କ ମାତା ପିତା ସବୁବେଳେ ଶିଶୁ ର ସାଧାରଣ ଜୀବନଶୈଳିକୁ ଚିକିତ୍ସା ପ୍ରକ୍ରିୟା ସହ ଜୋଡି ଦେଇ ଶିଶୁ କୁ ଏକ ଅସହାୟ ପିଡୀତ ରୂପେ ପରିଚୟ ଦେବା ଦ୍ବାରା ଶିଶୁ ନିଜକୁ ଦୁର୍ବଳ ମନେ କରିଥାଏ ଯାହାକି ତାର କେରିଅର ଉପରେ ପ୍ରଭାବ ପକାଇ ଥାଏ। ସେ କେରିୟର୍ କାଉନ୍ସେଲିଂ, ଦକ୍ଷତା ବିକାଶ ଓ ଭାବନାତ୍ମକ ବୁଦ୍ଧି ଉପରେ ଆଧାରିତ ଶିକ୍ଷାର ଆବଶ୍ୟକତା ବ୍ୟକ୍ତ କଲେ। 

ଲକ୍ଷ୍ମୀ ବିକାଶ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଟ୍ୟୁସନ୍‌ସ ର ଅଧ୍ୟକ୍ଷ ନାଗେଶ୍ୱର ରାଓ କହିଲେ, “କେବଳ ଡାକ୍ତର ଓ ପରିବାର ନୁହେଁ, ସମାଜ ମଧ୍ୟ ଏହି ଶିଶୁମାନଙ୍କ ଜୀବନ ଗଠନରେ ଅନ୍ୟତମ ଭୂମିକା ନିଭାଏ।" ସେ ଶିକ୍ଷା, ମେଣ୍ଟର୍ସିପ୍, ନୀତି ରୂପାନ୍ତର ଓ ସମୁଦାୟ ସହଯୋଗ ଦ୍ୱାରା ଏହି ଶିଶୁମାନେ ଜୀବନରେ ନୂଆ ଆରମ୍ଭ କରିପାରିବେ ବୋଲି କହିଲେ।

ଫାଇଟର୍ସ ଗ୍ରୁପ୍ ର ଉପାଧ୍ୟକ୍ଷା ମିନତି ପତି କହିଲେ, “ଏକ ମଜବୁତ ନେଟୱର୍କ ଏମିତି ପରିବାରମାନଙ୍କ ପାଇଁ ଭାବନାତ୍ମକ ଓ ସାମାଜିକ ଭାବେ ଅନେକ ଉପକୃତ କରେ। ସେ କହିଲେ, "ମେଡିକାଲ୍ ଖର୍ଚ୍ଚ ସହ ବେଶି ଭୟଙ୍କର ହେଉଛି ଏକାଂତ ଓ ଅସ୍ଥିରତା।" ତେଣୁ କମ୍ୟୁନିଟି ନେଟୱର୍କ କୁ ସବୁବେଳେ ପ୍ରାଧାନ୍ଯ ଦେଇ ଆଗେଇଲେ ଜୀବନର ପ୍ରତ୍ୟେକ ସମସ୍ୟା କୁ ସରଳତା ର ସହ ସମାଧାନ କରି ପାରିବା। 

ଶ୍ରୀମତୀ ପତି ଏକ ତଥ୍ଯ ପ୍ରଦାନ କରି କହିଲେ ଯେ, ଏମ୍ସ ହସ୍ପିଟାଲ, ଭୁବନେଶ୍ୱରର ହାମୋଟୋଲୋଜି ବିଭାଗର ମୁଖ୍ଯ ତଥା ପ୍ରଫେସର ଡା. ସୋନାଲି ମହାପାତ୍ରଙ୍କ ତଥ୍ଯ ମୁତାବକ ପୂର୍ବରୁ ଯେଉଁ ଶିଶୁ କ୍ୟାନ୍ସର ଗୁଡ଼ିକୁ ଅସାଧ୍ୟ ରୋଗ ଭାବରେ ଦେଖାଯାଉଥିଲା, ଏବେ ସେଗୁଡ଼ିକର ଚିକିତ୍ସା ଏବଂ ସୁରକ୍ଷା ହାର ଅପୂର୍ବ ଭାବେ ବୃଦ୍ଧି ପାଇଛି। 

ଗତ ୫୦ ବର୍ଷରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିଛି ଯେଉଁଠି ଏବେ ଶିଶୁ କ୍ୟାନ୍ସର ରୋଗୀଙ୍କ ମଧ୍ୟରୁ ୮୦-୯୦ ପ୍ରତିଶତ ପିଡୀତ ସଂପୂର୍ଣ୍ଣ ସୁସ୍ଥ ହୋଇ ସାଧାରଣ ଜୀବନ ବଞ୍ଚି ପାରୁଛନ୍ତି। ବର୍ତ୍ତମାନ ଯୁଗରେ ୭୫-୮୦% ପର୍ଯ୍ୟନ୍ତ ଶିଶୁ କ୍ୟାନ୍ସର ରୋଗୀ ପ୍ରାୟ ସଂପୂର୍ଣ୍ଣ ଭାବରେ ସୁସ୍ଥ ହେଇପାରୁଛନ୍ତି। 

ଏ ଇ ଏମ୍ ଇଂରାଜୀ ମିଡିୟମ ସ୍କୁଲ ର ଚେୟାରମ୍ୟାନ ଜଶବୀର ସିଂହ କହିଲେ। ନିଜ କେନସର ପିଡୀତ ଶିଶୁ ର ଦକ୍ଷତା ବ୍ରୁଦ୍ଧି କରିବା ଦାୟିତ୍ୱ ନିଜ ପରିବାରର ଉପରେ ନିର୍ଭର କରିଥାଏ। କୌଣସି ପରିସ୍ଥିତି ରେ ପିଡୀତ ଶିଶୁ ଓ ସାଧାରଣ ସୁସ୍ଥ ଶିଶୁ ମଧ୍ଯ ରେ ଏକ ତୁଳନାତ୍ମକ ଚିନ୍ତାଧାରା ସ୍ରୁଷ୍ଟି ନ କଲେ ପିଡୀତ ଶିଶୁ ମଧ୍ଯ ନିଜର  ଆତ୍ମବିଶ୍ୱାସ କୁ ଦ୍ରୁଢ କରିପାରିବ। 

ଆଜି ର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ଶିଶୁ ପିଡୀତ ମାନଙ୍କ ଦ୍ବାରା ଆକର୍ଷଣୀୟ ତଥା ପ୍ରେରଣା ଦାୟୀ activities ପ୍ରସ୍ତୁତ କରାଯାଇ ଥିଲା। 

ଫାଇଟର୍ସ ଗୃପ ସହଯୋଗ ରେ "ଉମ୍ମିଦେଁ "ର ଏହି ସମାନୁଭୂତି କାର୍ଯ୍ୟକ୍ରମ ରେ ଉମ୍ମିଦେଁ ର ବିକାଶ ପ୍ରଧାନ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ପ୍ରତିଷ୍ଠାତା ନିତାଇ ଗୌର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ଫାଇଟର୍ସ ଗୃପ ଟ୍ରଷ୍ଟ ଅଧ୍ଯକ୍ଷ ଅଶ୍ବିନୀ କୁମାର ଦର୍ଜୀ ଧନ୍ଯବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...


Post a Comment

Previous Post Next Post