ବ୍ରହ୍ମପୁର ଓ ସମ୍ବଲପୁର ହେବ କ୍ରୀଡ଼ା ହବ୍; ଆସିକାରେ ଯୁବ ଶକ୍ତି ସମାବେଶରେ କହିଲେ ମୁଖ୍ୟମନ୍ତ୍ରୀ...

ବ୍ରହ୍ମପୁର ଓ ସମ୍ବଲପୁର ହେବ କ୍ରୀଡ଼ା ହବ୍; ଆସିକାରେ ଯୁବ ଶକ୍ତି ସମାବେଶରେ କହିଲେ ମୁଖ୍ୟମନ୍ତ୍ରୀ...


ବ୍ରହ୍ମପୁର, ୨୩/୦୬: କେବଳ ଭୁବନେଶ୍ଵର ନୁହେଁ ସମ୍ବଲପୁର ଓ ବ୍ରହ୍ମପୁରରେ ହେବ କ୍ରୀଡ଼ା ହବ୍। ଆସିକା ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜିତ ଯୁବ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବୋଧନରେ କହିଛନ୍ତି। 

Ad..


ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଗଞ୍ଜାମ ଜିଲ୍ଲା ପ୍ରମୁଖ ଭୂମିକା ରହିଛି । କେବଳ କଳା, ସାହିତ୍ୟ ଓ ସଂସ୍କୃତି ନୁହେଁ ରାଜନୈତିକ କ୍ଷେତ୍ରରେ ପାରଦର୍ଶିତା ଦେଖାଇଛନ୍ତି ଏହି ଜିଲ୍ଲାବାସୀ। ଆମ ସରକାର ଲୋକଙ୍କ ସେବାରେ ଉତ୍ସର୍ଗ କରିଆସୁଛି । ସବୁ ସମ୍ଭବ ପଛରେ ରହିଛି ଶିକ୍ଷା। ଆମ ସରକାର ଆସିବା ପରେ ଜାତୀୟ ଶିକ୍ଷାନୀତି ଲାଗୁ କରିଛନ୍ତି।

           Ad..


ପୂର୍ବ ସରକାର ଶିକ୍ଷାକୁ ଅବହେଳିତ କରି ରଖିଥିଲେ। ରାଜ୍ୟରେ ପ୍ରାଥମିକ ଶିକ୍ଷାଠାରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ବିକାଶ ଦିଗରେ ଅନେକ ଯୋଜନା ହାତକୁ ନେଇଛନ୍ତି। ଶିକ୍ଷା ସହ କ୍ରୀଡାର ବିକାଶ କରିବାକୁ ସରକାର ଯୋଜନା କରିଛନ୍ତି। କେବଳ ବ୍ରହ୍ମପୁର ନୁହେଁ, ସମ୍ବଲପୁର ଓ ବ୍ରହ୍ମପୁରରେ କ୍ରୀଡ଼ା ହବ୍ ଏବଂ ବ୍ଲକ୍ ସ୍ତରରେ ଷ୍ଟାଡିୟମ୍ କରାଇବାକୁ ଯୋଜନା ରହିଛି । ସବୁ କ୍ଷେତ୍ରରେ ଯୁବ ଶକ୍ତିକୁ ଦକ୍ଷ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉପସ୍ଥିତ ଥିଲେ। ଆସିକା ସାଂସଦ ଅନିତା ଶୁଭଦର୍ଶୀନି କହିଛନ୍ତି, କଥା ଦେଇ କଥା ରଖିଛନ୍ତି ମୁଖ୍ୟମନ୍ତ୍ରୀ। ବିରୋଧୀ ବିଜେଡିକୁ ଟାର୍ଗେଟ କରି ସେ କହିଥିଲେ, ଗଞ୍ଜାମବାସୀଙ୍କ ସ୍ୱାଭିମାନ ସହ ଖେଳିଥିବା ସରକାରଙ୍କୁ ପରିବର୍ତ୍ତନ କରିଛନ୍ତି ଜିଲ୍ଲାବାସୀ। 

ଏହି ଜିଲ୍ଲାର ଯୁବଶକ୍ତି ଓଡ଼ିଶାକୁ ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ନିଅନ୍ତୁ । ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, କନ୍ଧମାଳ ସାଂସଦ ସୁକାନ୍ତ ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା...

ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର, ଆସିକା ବିଧାୟକ ସରୋଜ ପାଢ଼ୀ ଉପସ୍ଥିତ ଥିଲେ। ଏହି ଅବସରରେ 'ତୃଣମୂଳ ସ୍ତରରୁ ଶୀର୍ଷ ସୋପାନ ଉଦଘାଟନ ହୋଇଥିଲା । ୫୪ କୋଟି ଟଙ୍କା ବ୍ୟୟରେ ଭିତ୍ତିପ୍ରସ୍ତର ସ୍ଥାପନ ଓ ୧୩ କୋଟି ଟଙ୍କା ବିନିମୟରେ ନିର୍ମିତ ବିଭିନ୍ନ ଉନ୍ନମୂଳକ ପ୍ରକଳ୍ପର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ।



Edited by k.s thakur...

Post a Comment

Previous Post Next Post