ମାହେଶ୍ୱରୀ ନର୍ସିଂ କଲେଜରେ ଲେଖନୀ ଶୈଳୀ କର୍ମଶାଳା...

ମାହେଶ୍ୱରୀ ନର୍ସିଂ କଲେଜରେ ଲେଖନୀ ଶୈଳୀ କର୍ମଶାଳା...


ବରଗଡ଼,୨୪/୦୬ : ସ୍ଥାନୀୟ ଭଟଲି ଛକ ସ୍ଥିତ ମାହେଶ୍ୱରୀ ନର୍ସିଂ କଲେଜଠାରେ ଏକ ଲେଖନୀ ଶୈଳୀ କର୍ମଶାଳା ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । 

           Ad..


କଲେଜର ଚେୟାରମେନ ଫକୀର କର୍ଣ୍ଣଙ୍କ ତତ୍ୱାବଧାନ ଓ ଅଧ୍ୟକ୍ଷ ପଙ୍କଜ ବାଗଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆର୍ନ୍ତଜାତୀୟ ମାନ୍ୟତା ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ମୁଖ୍ୟବକ୍ତା ଓ ତାଲିମଦାତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । 

Ad..


ନର୍ସିଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଆବଶ୍ୟକ ହେଉଥିବା ଲେଖନୀ ଶୈଳୀ ଉପରେ ବିଶଦ ସୂଚନା ଓ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ବର୍ତମାନ ଡିଜିଟାଲ ଯୁଗରେ ସାଧାରଣ ଲେଖନୀ ଶୈଳୀ ସହିତ ଡିଜିଟାଲ ମାଧ୍ୟମରେ କିପରି ସୂଚନା ଆଦାନ ପ୍ରଦାନ କରାଯାଇ ତଥ୍ୟ ଦିଆଯିବ ସେ ବିଷୟରେ ବିସୁୃତ ଭାବରେ ତାଲିମ ଦିଆଯିବା ସହ ବିଭିନ୍ନ ଉଦାହରଣ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷିତ କରାଯାଇଥିଲା। 

କଲେଜର ଅଧ୍ୟକ୍ଷ ଶ୍ରୀ ପଙ୍କଜ ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ଭବିଷ୍ୟତରେ ମଧ୍ୟ ଉଭୟ ବରଗଡ଼ ଓ ସୁନ୍ଦରଗଡର ଶିକ୍ଷାନୁଷ୍ଠାନରେ ଏହି ଧରଣର ତାଲିମ କାର୍ଯ୍ୟକ୍ରମ ବର୍ଷସାରା କରାଯିବାକୁ ଯୋଜନା ରହିଛି ବୋଲି ଶ୍ରୀ ଫକୀର କର୍ଣ୍ଣ ସୂଚନା ଦେଇଛନ୍ତି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post