ବରଗଡ଼ ବ୍ଲକ ଅଞ୍ଚଳରେ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡର ଚଢାଉ...

ବରଗଡ଼ ବ୍ଲକ ଅଞ୍ଚଳରେ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡର ଚଢାଉ...


ବରଗଡ଼,୧୨/୦୬ : ଆଜି ବରଗଡ଼ ବ୍ଲକ ଅଞ୍ଚଳରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପୋଲିସ  ଏବଂ ଅବକାରୀ ବିଭାଗ ପକ୍ଷରୁ ଏକ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡ ଗଠିତ ହୋଇ COTPA -2003 (ତମାଖୁ ନୀୟନ୍ତ୍ରଣ) ନୀୟମ ଭଙ୍ଗକରି ସର୍ବସାଧାରଣ...

Ad..


ସ୍ଥାନମାନଙ୍କରେ ତମାଖୁ ଉତ୍ପାଦ ବିକ୍ରି କରୁଥିବା ୫୪ ଜଣ ନିୟମ ଖିଲାପକାରୀଙ୍କ  ଠାରୁ ସମୁଦାୟ ଟ.୧୦୩୫୦/ - ଜୋରିମାନା  ସଂଗ୍ରହ କରାଯିବା ସହ ଜନସାଧରଣଙ୍କୁ ଖାଦ୍ୟରେ ରଂଗ ବ୍ୟବହାର ନ କରିବା, ଖବରକାଗଜ ରେ ଖାଦ୍ୟ ସାମଗ୍ରୀ ନ ଦେବା ଏବଂ ତମାଖୁ ବ୍ୟବହାରର କ୍ଷତି ବିଷୟରେ ସଚେତନ  କରାଗଲା। 

         Ad..


ଉକ୍ତ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡରେ ସ୍ୱାସ୍ଥ୍ୟ ବିଭାଗରୁ ଜିଲ୍ଲା ଭେଷଜ ନିରୀକ୍ଷକ ସୁନିତା ନାଗ,  ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ପରମେଶ୍ୱର ନାଏକ, ଜିଲ୍ଲା ପରମର୍ଶଦାତା ଶ୍ରୀମତୀ ସ୍ବାଗତିକା ବେହେରା, ଅବକାରୀ ବିଭାଗରୁ ଏସ. ଆଇ. ଅବଦୁଲ ଅନୱର, ଏ. ଏସ. ଆଇ. ମଳୟ କୁମାର ପ୍ରଧାନ ଏବଂ ପୋଲିସ ବିଭାଗରୁ ଚିନ୍ମୟ କାଲ ଓ କାର୍ତ୍ତିକ ଭୂଏ ଉପସ୍ଥିତଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post