ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହକୁ ନେଇ ବର୍ଷିଲା କଂଗ୍ରେସ ; ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଟାର୍ଗେଟ୍...

ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହକୁ ନେଇ ବର୍ଷିଲା କଂଗ୍ରେସ ; ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଟାର୍ଗେଟ୍...


ଭୁବନେଶ୍ବର,୧୨/୦୬: ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହକୁ ନେଇ ବର୍ଷିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପିସିସି ସଭାପତି। ପ୍ରତାରଣାର ଅନେକ ସ୍ଲୋଗାନ ଦେଇ ପିସିସି ମୁଖିଆ ଭକ୍ତ ଚରଣ ଦାସ କହିଥିଲେ, ବିଜେପି ସରକାର ପ୍ରତିଶ୍ରୁତି ପାଳନ ବଦଳରେ ପ୍ରତାରଣା ଅଧିକ କରିଛି। 

            Ad..


ଏହି ସାମ୍ବାଦିକ ସମ୍ମିଳନୀରେ ୨୩ଟି ପ୍ରସଙ୍ଗ ଉଠାଇଥିଲା କଂଗ୍ରେସ। ନିର୍ବାଚନ ବେଳେ ଲୋକଙ୍କୁ ପ୍ରତିଶ୍ରୁତି ମିଳିଥିଲା ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଖୋଲିବେ । ଚାବି ତାମିଲନାଡୁର ଆଣିବେ । ହେଲେ ଚାବି କୋଉଠୁ ଆଣିଲେ ତାହା ଜଣାନାହିଁ। ସୁଭଦ୍ରା ଯୋଜନାରେ ପ୍ରତି ମହିଳାଙ୍କୁ ୫୦ ହଜାର ବଦଳରେ ବର୍ଷକୁ ୧୦ହଜାର ଟଙ୍କା ଦେଇ ପ୍ରତାରଣା କରିଛନ୍ତି । ସେହିପରି ରାଜ୍ୟରେ ମଦର ବଢିପାଣି ବୋଲି କହିଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ।

         Ad..


ଏହାଛଡ଼ା ସେ ଆହୁରି ମଧ୍ୟ କହିଥିଲେ, ବିଜେପି ସରକାର ଏହି ଏକ ବର୍ଷ ଭିତରେ କ’ଣ ପ୍ରତାରଣା କରିଛି ତାହାର ହିସାବ ଦିଅନ୍ତୁ । ସେପଟେ ପୂର୍ବତନ ପିସିସି ସଭାପତି ତଥା ଚିଠା କମିଟି ଅଧକ୍ଷ ପ୍ରସାଦ ହରିଚନ୍ଦନ କହିଥିଲେ, ମୋଦି ଗ୍ୟାରେଣ୍ଟି ମିଛ ଖାଣ୍ଟି । ସରକାର ଆସିଲେ  ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବନ୍ଧିବେ ବୋଲି କହିଥିଲେ। ହେଲେ ଶାସନକୁ ଆସିବା ପରେ ସେହିଭଳି ଅଫିସରଙ୍କୁ ବାନ୍ଧିବା ବଦଳରେ ପ୍ରମୋସନ ଦେଇ ଦିଲ୍ଲୀ ପଠାଇଲେ । 

ଏ ସରକାର ପିସି ସରକାର । ଖଣି ଦୁର୍ନୀତି କଥା ମଧ୍ୟ କଂଗ୍ରେସ ଉଠାଇଥିଲା । ହେଲେ ଏବେ ଧର୍ମଶାଳାରୁ ଧର୍ମଗଡ ପର୍ଯ୍ୟନ୍ତ ବାଲି ମୋରମ ତସ୍କରି ବଢ଼ିଚାଲିଛି । ଏହା ପଛରେ ସରକାରଙ୍କ ହାତ ରହିଛି । ଯାହାର ପ୍ରମାଣ ବାଲେଶ୍ଵରରେ ମାଇନିଂ ଅଧିକାରୀଙ୍କୁ ମାଡ଼ ବୋଲି ପ୍ରସାଦ ହରିଚନ୍ଦନ କହିଥିଲେ । 

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ନବମରୁ ଲାପଟପ୍ ଦେବେ, ହେଲେ ଦେଇ ନାହାନ୍ତି। ଅଙ୍ଗନବାଡି ଓ ଆଶାକର୍ମୀଙ୍କ ଦରମା ବଢ଼ାଇବେ କହି ବଢ଼ାଇ ନାହାନ୍ତି। ଚିଟ୍‌ଫଣ୍ଡ ଟଙ୍କା ଦେଲେନି । ପେସା ଆଇନ ଲାଗୁ କରିବେ କହି, ସେ କଥା କଲେନି । 

୩୧ଶହ ର ଲାଭ ଚାଷୀ ପାଖକୁ ନଯାଇ ଅଧିକାରୀଙ୍କ ନିକଟକୁ ଯାଉଛି । ସରକାର ସମ୍ପୂର୍ଣ ବିଫଳ ବୋଲି ନିରଞ୍ଜନ ପଟ୍ଟାନାୟକ କହିଛନ୍ତି । ଏହି ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ସଂସଦ ଅନନ୍ତ ପ୍ରସାଦ ସେଠି, ପିସିସି ଉପସଭାପତି ତାରାପ୍ରସାଦ ବାହିନୀପତି, ଚିଠା କମିଟି ସଦସ୍ୟ ରଜନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।




Edited by k.s thakur...




Post a Comment

Previous Post Next Post