ଦିନକରେ ୨ଟି ବ୍ୟାଙ୍କ୍‌ ଲୁଟ୍ ; ବନ୍ଧୁକ ଦେଖାଇ ଲୁଟି ନେଲେ ଟଙ୍କା ଓ ସୁନା ଗହଣା...

ଦିନକରେ ୨ଟି ବ୍ୟାଙ୍କ୍‌ ଲୁଟ୍ ; ବନ୍ଧୁକ ଦେଖାଇ ଲୁଟି ନେଲେ ଟଙ୍କା ଓ ସୁନା ଗହଣା...


ଭୁବନେଶ୍ଵର,୧୨/୦୬ : ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ରେ ସଶସ୍ତ୍ର ଡକାୟତି । ଯୋଡ଼ା ସହର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ରୁ ଲୁଟ୍। ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା ଓ ସୁନା ଗହଣା । ବ୍ୟାଙ୍କରେ ବଡ଼ ଧରଣର ଲୁଟ୍ କରି ୫ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡିଛି।

             Ad..


ଜନଗହଳିପୂର୍ଣ୍ଣ ଅଂଚଳରୁ ଦିନ ଦ୍ବିପ୍ରହରେ ଲୁଟ୍ କରି ପୁଲିସକୁ ଖୋଲା ଚ୍ୟାଲେଞ୍ଚ ଦେଇଛନ୍ତି ଲଟେରା । ଖବର ପାଇ ଘଟଣାସ୍ଥଳରେ ଯୋଡ଼ା ଥାନା ପୋଲିସ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି । ପ୍ରାୟ ୧୦ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ୍ ଅଭିଯୋଗ ହୋଇଥିବାର ଜଣାପଡିଛି।

         Ad..


ସେହିପରି  ଭଦ୍ରକରେ ବନ୍ଧୁକ ମୁନରେ ବ୍ୟାଙ୍କରୁ ଲୁଟ୍ ହୋଇଛି। ୪ଜଣ ମୁଖାପିନ୍ଧା ଦୁର୍ବୁତ୍ତ ବ୍ୟାଙ୍କକୁ ଆସି ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ରଖି ଡକାୟତି ହୋଇଛନ୍ତି। ଭଦ୍ରକର ତିହିଡ଼ି ବଜାର ସ୍ଥିତ ଇଟ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରେ ଏଭଳି ଲୁଟ୍ ହୋିଛି। 

ଲୁଟେରାମାନେ ୭ଲକ୍ଷ ୫୫ ହଜାରରୁ ଅଧିକ ଟଙ୍କା ଲୁଟ୍ ନେଇଛନ୍ତି । ତେବେ ଲୁଟ୍ ଘଟଣାକୁ ନେଇ ତିହିଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।



Edited by k.s thakur...



Post a Comment

Previous Post Next Post