ଜାମିନରେ ଗଲେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ...
ମାଲକାନଗିରି,୧୨/୦୬ : ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଆଜି ଏସଡ଼ିଜେଏମ୍ କୋର୍ଟରେ ହାଜର ହୋଇ ଜାମିନରେ ଯାଇଛନ୍ତି। ଆଜି ସକାଳୁ ସକାଳୁ ଲୁଚି ଛପି ସେ କୋର୍ଟରେ ହାଜର ହୋଇଥିଲେ।
Ad..
ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ସେ ଏସଁଡିଜେଏମ କୋର୍ଟରେ ହାଜର ହୋଇଥିଲେ। ଏହି କୋର୍ଟରେ ୫୦ ହଜାର ଟଙ୍କା ଲେଖାଏଁ ଦୁଇଟି ମୂଚାଲିକାରେ ଶ୍ରୀ ଅଗ୍ରୱାଲଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛି।
Ad..
ଶ୍ରୀ ଅଗ୍ରୱାଲଙ୍କ ଓକିଲ ନୃସିଂହ ମହାନ୍ତି ତାଙ୍କୁ ଆଜି ଜାମିନରେ ଛଡ଼ାଯାଇଥିବା ସ୍ପଷ୍ଟ କରିଥିଲେ। ଅନ୍ୟଦିଗରେ ବରିଷ୍ଠ ଆଇନଜୀବୀ ଗୋବିନ୍ଦ ପାତ୍ର ମନୀଷ ଅଗ୍ରୱାଲଙ୍କ ଗର୍ବ ଭାଙ୍ଗିଥିବା କହିଥିଲେ।
ସେ ପ୍ରଶାସନିକ ଅଧିକାର ଥିବା ବେଳେ ଲୋକଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିଲେ ବୋଲି ସେ ଅଭିଯୋଗ କରିଥିଲେ ।ଏବେ ସେ ଜାଣିଲେ ଯେ ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି ଶ୍ରୀ ପାତ୍ର ଦୋହରାଇଥିଲେ।
Edited by k.s thakur...



