ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ସାମୁହିକ ସଫେଇ...
ପାଇକମାଳ,୦୮/୦୬ : ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ମାନଙ୍କ ମଧ୍ୟରୁ ନୃସିଂହନାଥ ମନ୍ଦିର ଅନ୍ୟତମ। ଏଠାରେ ଦୈନିକ ହଜାର ହଜାର ଭକ୍ତ ମାନଙ୍କ ସମାଗମକୁ ଆଖିଆଗରେ ରଖି ପ୍ରଶାସନ ତରଫରୁ ପ୍ରତି ମାସରେ ଥରେ ମେଗା ସଫେଇ କରାଯିବା ପାଇ ସ୍ଥିର କରାଯାଇଛି।
Ad..
ଏନେଇ ଶୁକ୍ରବାର ଏକ ମେଗା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ନିର୍ଦେଶକ୍ରମେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଚୌଭନ କୁନାଲ ମୋତିରାମଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ମନ୍ଦିର ଟ୍ରଷ୍ଟି ଦେବାଶିଷ ସିଂହା, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ...
Ad..
ପାଇକମାଳ ସାମ୍ବାଦିକ ସଂଘ,ଦିବ୍ୟଶକ୍ତି ମହିଳା ସଙ୍ଗଠନ, ହେପି ପାଇକମାଳ ଯୁବସଙ୍ଗଠନ, ମନ୍ଦିର ପରିସରରେ ଥିବା ସମସ୍ତ ଦୋକାନୀ,ମନ୍ଦିରର ସମସ୍ତ କର୍ମଚାରୀ ପ୍ରମୁଖ ମାନେ ମିଳିମିଶି ନୃସିଂହନାଥ ମନ୍ଦିର ପାପନାଶିନୀ ଝରଣା, ଚାଲଧାର ଠାରୁ ଆରମ୍ଭ କରି ମା ସମ୍ବଳେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ସକାଳ ପ୍ରାୟ ୮ଟା ୪୫ ରୁ ୧୧ଟା ୪୫ ପର୍ଯ୍ୟନ୍ତ ବହୁତ ସୁନ୍ଦର ଭାବରେ ମନଦେଇ ମଇଲା ସଫା କରିଥିଲେ।
ଜିଲ୍ଲାପାଳ ତଥା ଉପଜିଲ୍ଲାପାଳ ନିଜେ ଉପସ୍ଥିତ ରହି ସଫେଇ କାମରେ ସହଯୋଗ କରିଥିବାରୁ ଅନ୍ୟ ମାନେ ଉତ୍ସାହିତ ହୋଇ ସଫେଇ କରିଥିଲେ। ଏହି ସଫେଇ କାମ ପ୍ରତି ମାସ ଶେଷ ମଙ୍ଗଳବାର କରାଯିବା ପାଇଁ ପ୍ରସ୍ତାବ ନିଆଯାଇଥିଲା।
ଚାଳଧାର ଠାରେ ଥିବା କପଡା ବଦଳାଇବା ଗୃହ ମଧ୍ୟ୍ୟରେ ଲୋକେ ପରିସ୍ରା କରିଦେଉ ଥିବାରୁ ତଥା ଅସାମାଜିକ ଲୋକ ରାତିରେ ଏଠାରେ ମଦ ବୋତଲ ପକାଉ ଥିବାରୁ ଏହାକୁ ପଦ୍ମପୁର ଉପଜିଲ୍ଲାପାଳ ଉଛେଦ କରାଯାଇ ଅନ୍ୟ ସ୍ଥାନରେ ଗୃହ ନିର୍ମାଣ ପାଇଁପ୍ରସ୍ତାବ ନେଇଛନ୍ତି, ତେବେ ବର୍ତମାନ ପାଇଁ ଅତିଶୀଘ୍ର ଏକ ଅସ୍ଥାୟୀ ଗୃହ ନିର୍ମାଣ କରାଯିବ ବୋଲି ଜଣା ପଡିଛି ।
Report : Bijay ku sahu
Edited by k.s thakur...



