ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଇଦ ଉଲ ଜୁହା ମହାସମାରୋହ ରେ ପାଳିତ...
ବରଗଡ଼,୦୮/୦୬ : ତ୍ୟାଗ ଓ ବଳିଦାନର ପର୍ବ ଉଦ୍-ଉଲ-ଜୁହା ସମଗ୍ର ବିଶ୍ୱରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଥିବା ବେଳେ ବରଗଡ ରେ ମଧ୍ୟ ଅନୁରୂପ ଢ଼ଙ୍ଗରେ ପାଳନ ହୋଇଛି ।
Ad..
ଆଲ୍ଲାଙ୍କ ନିକଟରେ ନିଜକୁ ସମର୍ପଣ ଓ ଉତ୍ସର୍ଗୀକୃତ ମନୋଭାବ ନେଇ ଆଜି ନିଷ୍ଠାର ସହ ଏହି ପର୍ବକୁ ପାଳନ କରିଥିଲେ ସମସ୍ତ ମୁସଲମାନ ଧର୍ମାବଲମ୍ବୀ । ଇଦ୍-ଉଲ-ଜୁହା ଇସ୍ଲାମିକ ସମାଜରେ ବଳିଦାନ ଦିବସ ରୂପେ ପରିଚିତ ହୋଇ ଥିବା ବେଳେ ଉକ୍ତ ଦିବସରେ ଇସ୍ଲାମ ଧର୍ମର ଅନୁଗତମାନେ ମହାପୁରୁଷ ହଜରତ ଇବ୍ରାହିମ ଙ୍କ ବଳିଦାନକୁ ସ୍ମରଣ କରି ଏହି ପର୍ବ ପାଳନ କରିଥାନ୍ତି।
Ad..
ଏହି ପରିପେକ୍ଷୀ ରେ ବରଗଡ ମୁସଲିମ ସମ୍ପ୍ରଦାୟ ର ସମସ୍ତ ଭାଇ ମାନେ ଡେମ କଲୋନୀ ସ୍ଥିତ ଇଦଗାହ ପଡିଆରେ ଏକତ୍ରିତ ହୋଇ ବରଗଡ ସୁନ୍ନି ବରେଲବୀ ଜାମା ମସଜିଦ ର ମୌଲାନା ମହମ୍ମଦ କିସମତ ଅଳି ରିଜବୀ ଙ୍କ ଅଧ୍ୟକ୍ଷତା ରେ ଇଦ ଉଲ ଜୁହା ର ବିଶେଷ ନମାଜ କୁ ସାମୁହିକ ଭାବରେ ପାଠ କରି ଥିଲେ. ଆଜି ଦିନର ମହତ୍ତ୍ୱ ସମ୍ପର୍କରେ ଉପସ୍ଥିତ ମୁସଲମାନ ସମ୍ପ୍ରଦାୟକୁ ଅବଗତ କରାଇଥିଳେ।
ଏବଂ ମିଳିତ ଭାବରେ ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା କରି ଥିଲେ. ଏହା ପରେ ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଇଦ ର ଅଭିନନ୍ଦନ ଏବଂ ଶୁଭେଚ୍ଛା ଜ୍ଞାପନ କରିଥିଲେ।
ଏହି କାର୍ୟକ୍ରମ ରେ ସୁନ୍ନି ଜାମା ମସଜିଦ କମିଟି ସଭାପତି ଶେଖ ଅସଗର, ସଂପାଦକ ଏମଡି ନିଜାମ, ଏମଡି ନଇମ, ଜାନିସାର ଅଂସାରୀ,ମହମ୍ମଦ ଭିକି, ଶେଖ ନଜିମୁଦ୍ଦିନ, ମହମ୍ମଦ ନଇମ, ଶେଖ ନସିମୁଦ୍ଦିନ, ଗୁଲାମ ଗୌସ, ଗୁଲାମ ରସୁଲ, ମହମ୍ମଦ ଅସ୍କାଲାନି, ଶେଖ ଜାଫର, ଶେଖ ସବଦର, ଶେଖ ମୁର୍ତ୍ତୁଜା, ମହମ୍ମଦ ଆଲାଦ୍ଦିନ, ମହମ୍ମଦ ବବଲୁ, ମହମ୍ମଦ ଜମୀର, ମହମ୍ମଦ ଜିଆଉଲ୍, ସାମ୍ବାଦିକ ମହମ୍ମଦ ଅସଲମ ଏବଂ ନାସିର ଖାନ, ମୋ.ଳତିଫ, ମୋ.ଇସଲାମ, ମୋ. ମାସୁମ, ମୋ. ରାଜୁ, ମୋ.ଜାଫର ପ୍ରମୁଖ ସହଯୋଗ କରିଥିଲେ।
Edited by k.s thakur...



